ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି କାର୍ଲିଫର୍ନିଆରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆମେରିକାରେ ପ୍ରବେଶ କରିବାକୁ ଯାଉଥିବାବେଳେ ସାନ୍‌ ସିଡ୍ରୋପୋଟ୍ରୋଠାରୁ ୧୧ ଚାଇନା ଲୋକ ଧରାପଡିଛନ୍ତି। ସେମାନେ ଓ୍ବାଶିଙ୍ଗ୍‌ ମେଶିନ୍‌, ଆଲମାରୀ ଏବଂ ସୋଫା ଭିତରେ ଲୁଚି ଏକ ଟ୍ରକ୍‌ରେ ଆମେରିକା ଯାଉଥିବାବେଳେ କାର୍ଲିଫର୍ନିଆରେ ପୋଲିସ ତାଙ୍କୁ ଗିରଫ କରିଛି। ୟୁଏସ୍‌ କଷ୍ଟମ ଏବଂ ବର୍ଡର ପ୍ରୋଟେକଶନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ରକ୍‌ ଚାଳକ ଜଣଙ୍କ ଆମେରିକାର ନାଗରିକ ବୋଲି ଜଣାପଡିଛି। ଗତ ମାସରେ ମଧ୍ୟ ଏମିତି ଢଙ୍ଗରେ କେତେକ ଚାଇନା ଅଧିବାସୀ ଆମେରିକାରେ ପ୍ରବେଶ କରୁଥିବାବେଳେ ଧରାପଡିଥିଲେ।


All Right Reserved By Dharitri.Com

ଚନ୍ଦ୍ରୟାନ-୨କୁ ନେଇ ଭାରତକୁ କଟାକ୍ଷ କଲା ପାକିସ୍ତାନ

ଇସ୍‌ଲାମାବାଦ,୭।୯: ପାକିସ୍ତାନ ପୁଣିଥରେ ଭାରତ ପ୍ରତି ଥିବା ତା’ର ନକରାତ୍ମକ ଭାବର ପ୍ରକାଶ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ରୟାନ-୨ର ବିଫଳତା ପରେ ପାକିସ୍ତାନ ଏହାକୁ ନେଇ...

ସିରିୟା ବିମାନ ଆକ୍ରମଣରେ ୯ ଆଇଏସ୍‌ ଆତଙ୍କବାଦୀ ମୃତ

ବେରୁଦ,୨୭।୧୦: ଉତ୍ତର ପଶ୍ଚିମ ସିରିୟାରେ ରବିବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୯ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦ୍ୱାରା ଉତ୍ତର-ପଶ୍ଚିମରେ...

କଙ୍ଗୋରେ ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ନିଖୋଜ

କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ...

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

ଜମ୍ମୁରେ କଟକଣା ନ ମାନି ଉତ୍ସବ ମନାଇଲେ

ଜମ୍ମୁ ,୬ା୮(ପି.ଟି.): କେନ୍ଦ୍ର ସରକାର ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରିବା ପରେ ଜମ୍ମୁରେ ଉତ୍ସବରେ ମାହୋଲ ଦେଖିବାକୁ ମିଳିଛି। ରବିବାର ରାତିରୁ ୧୪୪ ଧାରା...

ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର...

ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜାଙ୍କ ପରଲୋକ

ଓ୍ବାଶିଂଟନ,୧।୮: ଅଲକାଏଦାର ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜା ବିନ୍‌ ଲାଦେନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା...

ସମୁଦ୍ର ଓ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ରୁଷିଆ: ମୋଦିଙ୍କ ଘୋଷଣା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ଘୋଷଣା କରିଛନ୍ତି।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *