ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ ଅଭିନେତ୍ରୀ ସାରା ଅଲି ଖାଁ ୨୦୧୯ରେ ପାକିସ୍ତାନରେ ଛାଇ ଯାଇଛନ୍ତି। ଏମାନେ ପାକିସ୍ତାନରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ସର୍ଚ୍ଚରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଥିବା ଜଣାପଡିଛି। ସାରା ଅଲି ଖାଁ ବଲିଉଡ୍‌ରେ ପ୍ରଥମେ ମୁଭି ‘କେଦାରନାଥ’ରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ମିଳି ଚାଲିଛି। ସେହିପରି ଗତ ଫେବୃୟାରୀରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ସେ ବାଲାକୋଟ ଏୟାର ଷ୍ଟ୍ରାଇକରେ ପାକିସ୍ତାନ ବିମାନ ଧ୍ୱଂସ କରିବା ସହ ପାକିସ୍ତାନ ସୀମାକୁ ଚାଲି ଯାଇଥିବାରୁ ପାକ୍‌ ସେନା ତାଙ୍କୁ ବନ୍ଦୀକରି ରଖିଥିଲେ। ବହୁ ବାଦ ବିବାଦ ପରେ ପାକ୍‌ ସେନା ତାଙ୍କୁ ମୁକୁଳାଇଥିଲେ। ଏହାପରେ ତାଙ୍କୁ କିଛିଦିନ ବିରତି ଦିଆଯିବା ପରେ ଏବେ ପୁଣିଥରେ ତାଙ୍କୁ ବାୟୁସେନା ବିମାନ ଉଡାଇବାକୁ ଦିଆଯାଇଛି।


All Right Reserved By Dharitri.Com

ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌...

ଶାହଙ୍କୁ ଭେଟିଲେ ଯୋଗୀ: ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍‌...

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌...

ନିର୍ବାଚନରେ ଠାକ୍‌ରେ ପରିବାରର ଡେବ୍ୟୁ: ପ୍ରାର୍ଥୀପତ୍ର ଦାଖଲ କଲେ ଆଦିତ୍ୟ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବହୁ ବର୍ଷର ପରମ୍ପରା ଭାଙ୍ଗିଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବାବର୍ଗର ଅଧ୍ୟକ୍ଷ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ପାଇଁ...

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର

ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ...

ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ...

ସୋମବାର ୭୩ ବର୍ଷରେ ପଦାର୍ପଣ କରିବେ ସୋନିଆ ଗାନ୍ଧୀ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ପାଳିବେ ନାହିଁ ଜନ୍ମଦିନ

ନୂଆଦିଲ୍ଲୀ,୮।୧୨: ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୩ ବର୍ଷରେ ପଦାର୍ପଣ କରିବେ। ତେବେ ଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ଜନ୍ମଦିନ ପାଳିବେ...

Leave a comment

Your email address will not be published. Required fields are marked *