Posted inଜାତୀୟ

‘ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ’

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଏନେଇ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀ ମମତାଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ। ଲୋକତନ୍ତ୍ରରେ ମମମଲା ଯେଉଁଭଳି ରକ୍ତର ନଦୀ ବୁହାଇଲେ, ସେ ଏଭଳି ପବିତ୍ର ସ୍ଥାନକୁ ନ ଆସିବା ଉଚିତ୍‌ ହେବ। ଯଦି ମମତା ଆସିଥାନ୍ତେ ତେବେ ସେ ମୋଦି ଏବଂ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତି ଲୋକଙ୍କ ଆଗରେ ଆଖି ମିଶାଇ ପାରି ନ ଥାନ୍ତେ। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଶପଥ ଗ୍ରହଣ ଉତ୍ସବକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି ଏବଂ ମୁଁ ଯୋଗଦେବାକୁ ଚେଷ୍ଟା କରିବି ବୋଲି କହିଥିଲେ । କିନ୍ତୁ ଦିନକ ପରେ ଏବେ ସେଠାକୁ ଆଦୌ ଯିବେ ନାହିଁ ବୋଲି କହିଛନ୍ତି।


All Right Reserved By Dharitri.Com

ଅଯୋଧ୍ୟା ଯିବେ ନାହିଁ ଉଦ୍ଧବ

ମୁମ୍ବାଇ,୧୮।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେ ଅଯୋଧ୍ୟା ଗସ୍ତ କରିବେ ନାହିଁ...

‘ପିଡି’ ସହ ଏବେ ସମୟ ବିତାଉଛନ୍ତି ରାହୁଲ

ନୂଆଦିଲ୍ଲୀ, ୨୯।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖୁଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ନଡ଼ିଆ ଷଢ଼େଇ ଗଛରେ ଟାଙ୍ଗି ପକ୍ଷୀଙ୍କୁ ଖାଦ୍ୟ-ପାନୀୟ ଦେଉଛନ୍ତି ଛାତ୍ରୀଛାତ୍ର

ବେଙ୍ଗାଲୁରୁ,୧୪।୨: ଦକ୍ଷିଣ କନ୍ନଡରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ସ୍କୁଲ ନିକଟରେ ଥିବା ଗଛରେ ନଡିଆ ଷଢ଼େଇ ଟାଙ୍କି ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଦେଉଥିବା...

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ...

ଡକାୟତଙ୍କୁ ସାମ୍ନା କରିଥିବା ବୃଦ୍ଧ ଦମ୍ପତିଙ୍କୁ ମିଳିଲା ସାହସିକତା ପୁରସ୍କାର

ଚେନ୍ନାଇ,୧୬।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ବାମୀ ଗୁରୁବାର ସ୍ବାଧୀନତା ଦିବସରେ ଚେନ୍ନାଇର ବୃଦ୍ଧ ଦମ୍ପତି ଏସ୍‌ ଶାନମୁଗଭେଲ ଓ ସେନ୍ଥାମାରାଇଙ୍କୁ ସାହସିକତା ପୁରସ୍କାର ପ୍ରଦାନ...

ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ...

ଅଲ୍‌ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ

ଜୟପୁର, ୭ା୧୧,(ଆଇଏଏନ୍‌ଏସ୍‌): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍‌ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା...

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଏମ୍ସ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଜେଟଲୀଙ୍କ ସାସ୍ଥ୍ୟବସ୍ଥା...

Leave a comment

Your email address will not be published. Required fields are marked *