Posted inଜାତୀୟ

ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ। ଏନେଇ ଲୋକ ସଭାରେ ବୁଧବାର ବିଲ୍‌ ଆଗତ ହୋଇଛି। ମାତାପିତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ (ସଂଶୋଧନ) ବିଲ୍‌, ୨୦୧୯କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥଓ୍ବରଚାନ୍ଦ ଗେହଲଟ ଗୃହରେ ଉପସ୍ଥାପନ କରିଥିଲେ। ବିଲ୍‌ ଅନୁଯାୟୀ ବରିଷ୍ଠ ନାଗରିକ ଭରଣପୋଷଣ ପାଇଁ ଦାବି କରିପାରିବେ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କେୟାର ହୋମ୍‌ ଓ ଅନ୍ୟ ଅନୁଷ୍ଠାନଗୁଡିକର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ବିଲ୍‌ରେ ଦୁର୍ବ୍ୟବହାରର ସଂଜ୍ଞା ଉଭୟ ଶାରୀରିକ, ଶାବ୍ଦିକ, ଭାବାତ୍ମକ ନିର୍ଯାତନା ଏବଂ ଆର୍ଥତ୍କ ଶୋଷଣ ବୋଲି କୁହାଯାଇଛି। ସେହିପରି ପିଲା ଅର୍ଥ ମାତାପିତା ବା ବରିଷ୍ଠ ନାଗରିକଙ୍କ ଜନ୍ମିତ ଝିଅପୁଅ, ପୋଷ୍ୟ ସନ୍ତାନ କିମ୍ବା ସାବତ ସନ୍ତାନ, ବୋହୂ, ଜ୍ୱାଇଁ, ନାତିନାତୁଣୀ ଓ ନାବାଳକ ପିଲାଙ୍କ ଆଇନଗତ ଅଭିଭାବକଙ୍କୁ ବୁଝାଇବ। ନିର୍ଯାତନାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ଲାଗି ଟ୍ରିବ୍ୟୁନାଲ ଗଠନ ହେବ। ସେମାନେ ଭରଣପୋଷଣ ଓ ସହାୟତା ପାଇଁ ସେଠାରେ ଆବେଦନ କରିପାରିବେ। ୮୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ କ୍ଷେତ୍ରରେ ଅଭିଯୋଗର ସମାଧାନ ୬୦ ଦିନରେ ସମ୍ପୂର୍ଣ୍ଣ କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। କୌଣସି ଅସାଧାରଣ କାରଣ ପାଇଁ ଟ୍ରିବ୍ୟୁନାଲ ଚାହିଁଲେ ଏହି ସମୟସୀମା ମାତ୍ର ଥରେ ସର୍ବାଧିକ ୩୦ଦିନ ପାଇଁ ବଢ଼ାଇପାରିବେ।


All Right Reserved By Dharitri.Com

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କଲା ପୁଣେର କମ୍ପାନୀ

ପୁଣେ,୧୯।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ପୁଣେର ଏକ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ସ୍ଥାନୀୟ ସିରମ୍‌...

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ...

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି।...

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର...

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ ଦାଖଲ ହେବ ମଧ୍ୟସ୍ଥତା ରିପୋର୍ଟ; ୨୫ରୁ ଶୁଣାଣି

ନୂଆଦିଲ୍ଲୀ,୧୧।୭: ଅଯୋଧ୍ୟା ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି...

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ...

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେନସେକ୍ସ ଉଠିଲା

ନୂଆଦିଲ୍ଲୀ,୨୦।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର କର୍ପୋରେଟ୍‌ ଟ୍ୟାକ୍ସ କମାଇବା ପରେ ସେନସେକ୍ସ ଅଚାନକ ଉପରକୁ ଉଠିଛି। ଘୋଷଣାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ୧୯୦୦...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *