ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌ ହୋଇଥିବା ପଣ୍ଡା, ସେବାୟତମାନେ ଅଭିଯୋଗ କରିବା ସହ ପାଖାପାଖି ୪ ଘଣ୍ଟା ମନ୍ଦିର ପରିସରରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନ ମିଳିବା ଯାଏ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ସୂଚନା ଦେଇଥିଲେ। କିନ୍ତୁ ଓଡ଼ିଶା ହିନ୍ଦୁ ସମ୍ପ୍ରଦାୟ ଦେବୋତ୍ତର (ଓଏଚ୍‌ଆର୍‌ଇ) ଆଇନ ବଳରେ ହୁଣ୍ଡି ଖୋଲା ଯାଇଥିବା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ମନ୍ଦିରରେ କୌଣସି ପ୍ରକାର ଅର୍ଥନୈତିକ ଅନିୟମିତତାକୁ ପ୍ରସୟ ଦିଆଯିବ ନାହିଁ। ଏବେ ଏଜି ଅଡିଟ୍‌ ଚାଲିଛି। ତେଣୁ ଅନେକ ଭୟଭୀତ ହୋଇ ପଡିଛନ୍ତି। ପ୍ରସଙ୍ଗକୁ ଭିନ୍ନମୋଡ ଦେବା ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।
ପଣ୍ଡା, ସେବାୟତମାନେ ଅଭିଯୋଗ କରି କହିଛନ୍ତି, ହୁଣ୍ଡିରୁ ଟଙ୍କା ବାହାର କରିବା ପାଇଁ ଦିନ ସ୍ଥିର ହେଲେ ମନ୍ଦିର ପ୍ରଶାସନ ତରଫରୁ ସେମାନଙ୍କୁ ଅବଗତ କରାଯାଇଥାଏ। କିନ୍ତୁ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଦେବୋତ୍ତର ସହକାରୀ କମିଶନର ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ସେବାୟତ ଓ ପଣ୍ଡାଙ୍କୁ ଅବଗତ ନ କରି ହୁଣ୍ଡି ଖୋଲିଥିଲେ। କେବଳ ଖୋଲି ନ ଥିଲେ ଲୁଚାଛପାରେ ଟଙ୍କା ଗଣତି କରୁଥିଲେ। ଏ କଥା ଜଣାପଡିବା ପରେ ପଣ୍ଡା, ସେବାୟତମାନେ ସେଠାରେ ପହଞ୍ଚତ୍ ବୁଝିବାକୁ ଚାହିଁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ହୁଣ୍ଡିରୁ ଟଙ୍କା କଢା ଗଲା ତାର କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଦେବୋତ୍ତର ସହକାରୀ କମିଶନର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନ ଛାଡି ପଳାଇଥିଲେ। ତେଣୁ ପଣ୍ଡା, ସେବାୟତମାନେ ବାଧ୍ୟ ହୋଇ ଧାରଣାରେ ବସିଥିଲେ। ଧାରଣା ଜାରି ରହିଥିବା ବେଳେ ମନ୍ଦିର ଆକାଉଣ୍ଟ ଅଫିସର ଓ ଅନ୍ୟ କର୍ମଚାରୀମାନେ ଖସି ଯାଇଥିଲେ। ନିର୍ବାହୀ ଅଧିକାରୀଙ୍କ ସନ୍ଧାନ ମଧ୍ୟ ମିଳି ନ ଥିଲା। ଯେହେତୁ ଅଡିଟ୍‌ ଚାଲିଥିଲା ତେଣୁ ପୋଲିସ ଓ ନିର୍ଦ୍ଦିଷ୍ଟ କେତେଜଣ ଅଡିଟ୍‌ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ଖବର ଲେଖାହେଲା ବେଳକୁ ୨ଟି ଥଳିଆରେ ଅଧା ବସ୍ତା ଲେଖାଏ ଟଙ୍କା ଥିବା ଏବଂ ପୋଲିସ ଜଗି ରହିଥିବା କୁହାଯାଉଛି। କେତେଜଣ ସେବାୟତ ଓ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, ସେମାନଙ୍କ ଉଦ୍ୟମ ଯୋଗୁ ୨୦ ବର୍ଷ ପୂର୍ବରୁ ମନ୍ଦିର ପରିସରରେ ହୁଣ୍ଡି ବ୍ୟବସ୍ଥା କରାଯାଇଛି। ହୁଣ୍ଡିରୁ ଟଙ୍କା କଢ଼ାଯିବା ପୂର୍ବରୁ ସେମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ପାଇଁ କୁହାଯାଏ। ଏହି ପ୍ରକ୍ରିୟା ଦୀର୍ଘ ବର୍ଷ ଧରି ଚାଲିଥିବା ବେଳେ ବୁଧବାର ନାଟକୀୟ ଢଙ୍ଗରେ ହୁଣ୍ଡି ଖୋଲା ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା କେଉଁ ହୁଣ୍ଡି ଖୋଲାଯାଇଥିଲା ତାହା ଏବେ ବି ଅସ୍ପଷ୍ଟ। କାରଣ ମନ୍ଦିର ଭିତରେ ୫ ଓ ବାହାରେ ୨ଟି ହୁଣ୍ଡି ରହିଛି। ସବୁ ହୁଣ୍ଡିରେ ତାଲା ପଡିଛି। ବୁଧବାର ଯେଉଁ ଟଙ୍କା କଢା ଯାଇଥିଲା ତାହା କେଉଁ ହୁଣ୍ଡିରୁ ବାହାରିଛି ସେ ସମ୍ପର୍କରେ ମନ୍ଦିର ନିର୍ବାହୀ ଅଧିକାରୀ କିମ୍ବା ଆକାଉଣ୍ଟ ଅଧିକାରୀ କିଛି କହିବାକୁ ନାରାଜ। ଅପରାହ୍ନ ପ୍ରାୟ ୩ଟାରେ ମା’ଙ୍କ ମୁଖଶାଳାରେ ଥିବା ହୁଣ୍ଡିର ୭୫ ଭାଗ ଟଙ୍କା ଚଞ୍ଚକତାପୂର୍ବକ କଢାଯାଇଥିବା ସନ୍ଦେହ କରାଯାଉଛି। ମୋଟ ଉପରେ ୫ ବସ୍ତା ନୋଟ୍‌ ଓ ଖୁଚୁରା ବାହାର କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ବସ୍ତା ଗାଏବ୍‌ ହୋଇ ଯାଇଥିବା ଧାରଣାରତ ପଣ୍ଡା ଓ ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର କମିଶନର ଦେବାଶିଷ ଦାଶଙ୍କ ସହ ତାଙ୍କ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


All Right Reserved By Dharitri.Com

ୱାରେଣ୍ଟି କୋର୍ଟ ଚାଲାଣ

ଭଟଲି,୨୭।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ଥାନା ପୋଲିିସ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣକ ହେଲେ ଲଟିପାଲି ଗ୍ରାମର...

ସମୟକୁ ଜ୍ଞାନ ଆହରଣରେ ଉପଯୋଗ କର: ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨ା୨-ପଠ୍ୟପୁସ୍ତକ ଅଧ୍ୟୟନ ଜୀବନର ମାପକାଠି ନୁହେଁ । କେବଳ ପାଠ୍ୟଖସଡା ସମ୍ପର୍କିତ ପୁସ୍ତକ ପଢି ପରୀକ୍ଷା ଦେବା ଶିକ୍ଷାର ମୂଳମନ୍ତ୍ର ନୁହେଁ । ପାଠ୍ୟପୁସ୍ତକ...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ହତ୍ୟାକାରୀଙ୍କ ନିକଟତର ପୋଲିସ

ଫୁଲବାଣୀ ଅଫିସ, ୨୭ା୧୨: କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିବା ଘଟଣାରେ...

ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ...

କଂଗ୍ରେସ ଆଣିଲା ସଙ୍ଗିନ ଅଭିଯୋଗ: ‘କ୍ଷତିପୂରଣ ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ’

ଢେଙ୍କାନାଳ ଅଫିସ, ୭ା୮-ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ଜିଲା କଂଗ୍ରେସ। କ୍ଷତିପୂରଣ ସମ୍ପର୍କିତ...

ଟ୍ରାକ୍ଟର ଚାପାରେ ଶିଶୁ ପୁତ୍ରର ମୃତ୍ୟୁ: ଗାଁରେ ଉତ୍ତେଜନା

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରାକ୍ଟର ଚାପାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ...

ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି...

‘କ୍ୟୁଆର-ଏସଏଏମ୍‌’ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ପକ୍ଷରୁ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ) ୩ ନମ୍ବର ଲଞ୍ଚପ୍ୟାଡ୍‌ରେ ସ୍ବଳ୍ପ ଦୂରଗାମୀ...

Leave a comment

Your email address will not be published. Required fields are marked *