ରାସ୍ତା ସଂପ୍ରସାରଣ ପାଇଁ ବେଆଇନ ବ୍ଲାଷ୍ଟିଂ: ପଥର ପଡ଼ି ଘର ଆଜବେଷ୍ଟସ ଭାଙ୍ଗିଲା

ଦାରିଙ୍ଗବାଡି,୧୧ା୧୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି । ତେବେ ଉକ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ପୂର୍ବରୁ ସୂଚନା ନ ଦେଇ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି । କୌଣସି ସୁରକ୍ଷା ବ୍ୟବସ୍ଥା ନ କରି ଏଭଳି ବ୍ଲାଷ୍ଟିଂ କରାଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏପରିକି ପଥର ଛିଟିକି ଗ୍ରାମର ପୀତାମ୍ବର ମଲ୍ଲିକଙ୍କ ଘର ଆଜବେଷ୍ଟସ୍‌ ଭାଙ୍ଗି ଯାଇଥିବା ସେ କହିଛନ୍ତି । ସେହିପରି ବ୍ଲାଷ୍ଟି ଯୋଗୁ ଏକାଧିକ ଲୋକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବହୁ ଦୂର ପର୍ଯ୍ୟନ୍ତ ଚାଷ ଜମିରେ ଓ ରାସ୍ତାରେ ପଥର ଖଣ୍ଡ ପଡ଼ିରହୁଛି । ପଥର ପଡ଼ିଥିବା ରାସ୍ତାରେ ଯାତାୟାତ ପାଇଁ ଲୋକେ ଭୟ କରୁଛନ୍ତି । ଠିକା କମ୍ପାନୀ ନିଜ ଇଚ୍ଛାରେ ବ୍ଲାଷ୍ଟିଂ କରୁଥିବାରୁ ଜନ ଅସନ୍ତୋଷ ଦେଖାଯାଇଛି । ପୂର୍ବରୁ ଉକ୍ତ ରାସ୍ତାରେ ଏକାଧିକ ବାର ବ୍ଲାଷ୍ଟିଂ କରାଯାଇଥିଲେ ମଧ୍ୟ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ଆଇଆଇସି କୌଶିକ ମାଝି କହିଛନ୍ତି। ସୂଚନାଯ୍ୟେ, କନ୍ଦୁବାଡି ଠାରୁ ସିକନବାଡି ୩ କିମି ରାସ୍ତାକୁ ପ୍ରାୟ ୧କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ସଂପ୍ରସାରଣ କରାଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ନିମୁରାମ ତୁଡୁ କହିଛନ୍ତି ।


All Right Reserved By Dharitri.Com

ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା...

୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଠାରେ ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। କଟକ ଡାଇଓସେସ୍ର ବିଶପ ଜୋହନ ବାରୱାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା...

ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଫୁଲବାଣୀ ଅଫିସ, ୨୪ା୨-ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌ ୨୦୨୦ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ...

ଜୁଆ ଆଡ୍ଡାରେ ଚଢ଼ାଉ, ୧୫ ଗିରଫ

ଦାରିଙ୍ଗବାଡ଼ି,୧୧।୧୦(ଡି.ଏନ୍‌.ଏ)- ଦାରିଙ୍ଗବାଡ଼ି ଥାନା ପୋଲିସ ବୁଧବାର ରାତିରେ ସିମନବାଡ଼ିର ଜହୋନପଲ୍ଲି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା।...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ...

ବୈଠକକୁ ଯାଇଥିବା ପିଇଓ, ଜିଆର୍‌ଏସ୍‌ଙ୍କୁ ତାଲା

କୋଟଗଡ,୧୮ା୧୨(ଡି.ଏନ.ଏ.): କୋଟଗଡ ବ୍ଲକ ପାରିଗଡ ଗ୍ରାମ ପଞ୍ଚାୟତରେ ସୋମବାର ମାସିକ ବୈଠକ ଥିଲା। ପାରିଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିନାୟକ ନାୟକ ଓ ଗ୍ରାମ...

Leave a comment

Your email address will not be published. Required fields are marked *