ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି ଦେଖାଇ ଦର୍ଶକଙ୍କ ହୃଦୟ ଜିତି ଯାଇଥାନ୍ତି ଭାଇଜାନ। ଇଏ ତ ରିଲ୍‌ ଲାଇଫ୍‌ କଥା ରିୟଲ ଲାଇଫ୍‌ରେ ମଧ୍ୟ ବେଳେବେଳେ ଏମତି ହୋଇଛି। ଶାର୍ଟ ଖୋଲି ଏକ ପାର୍ଟିରେ ଯୋଗ ଦେଇଥିଲେ ଭାଇଜାନ। କହିରଖୁଛୁ, ସଲମାନଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ଶାର୍ଟଲେସ୍‌ ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛିବର୍ଷ ତଳେ ଏକ ପାର୍ଟିରେ ସଲମାନ ଜିନ୍‌ସ ପ୍ୟାଣ୍ଟ ସହିତ ଏକ ବ୍ୟାନିୟନ ପିନ୍ଧି ଯାଇଥିଲେ। ‘ମେନେ ପ୍ୟାର କ୍ୟୁଁ କିୟା’ ରେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ବୀଣା କକ୍‌। ସେହିଦିନଠାରୁ ସଲମାନ ଆଉ ବୀଣାଙ୍କ ପରିବାରରେ ଘନିଷ୍ଠତା ରହିଆସିଛି।

ବୀଣାଙ୍କ ପରିବାରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଲମାନ ଜିନ୍‌ସ ସହ ବ୍ୟାନିୟନ ପିନ୍ଧି ଯାଇଥିଲେ। ଖାଲି ସେତିକି ନୂହେଁ ପୂରା ପାର୍ଟିରେ ସେ ଖୁବ୍‌ ଏନ୍‌ଜୟ କରିଥିଲେ। ଏହି ବିବାହ ଉତ୍ସବରେ ସଲମାନଙ୍କ ପିଲାଳିଆମୀ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

ସଲମାନ ଶୋଇକି କନ୍ୟାକୁ ମେହେନ୍ଦୀ ଲଗାଇ ଦେଉଥିଲେ। ସେତେବେଳେ କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ଡେଟ୍‌ ଚାଲିଥିଲା। ଏହି ବିବାହ ଉତ୍ସବରେ ସଲମାନଙ୍କ ସହ କ୍ୟାଟ୍ରିନା ବି ଯାଇ ଥିଲେ। କ୍ୟାଟ୍‌ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ଅଭିନେତ୍ରୀ ବୀଣା। କ୍ୟାଟ୍‌ଙ୍କୁ ଚନ୍ଦନ ଲଗାଇ ସେ ସ୍ବାଗତ କରିଥିଲେ। କିଛିବର୍ଷ ତଳର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...

ବିକ୍ରି ହେଲା ଦୀପିକାଙ୍କ ଡ୍ରେସ୍‌

ମୁମ୍ବାଇ: ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ୍‌ ରିଲ୍‌ ଲାଇଫ୍‌ରେ ନିଜ ଅଭିନୟ ଏବଂ ରିୟଲ୍‌ ଲାଇଫ୍‌ରେ ନିଜ ଲୁକ୍‌ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଆଉ...

ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ଦେଲେ ଏହି ଅଭିନେତା

ମୁମ୍ବାଇ,୮।୬: ଅମିର ଖାଁଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ନେଇ ଏବେ ବି ଟାଉନରେ ଚର୍ଚ୍ଚା ଚାଲିଛି। ଇମ୍ରାନ ଅବନ୍ତିକା...

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିସାରିଛି ଏହିସବୁ ପୁରସ୍କାର

ହିନ୍ଦୀ ସିନେମା ଜଗତର ବିଗ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ। ଜୀବନବ୍ୟାପୀ ସାଧନା ପାଇଁ...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି।...

ଆଈ ହେବେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ...

ଗ୍ଲାମର ଦୁନିଆ ଛାଡ଼ିବେ ପ୍ରିୟଙ୍କା !

ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *