ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। ଜଙ୍ଗଲରେ ମୁହଁ। ମୁହିଁ ହେଉଥିବା ମଣିଷଙ୍କୁ ଦଳିଦେବା କି ଗଁାରେ ପଶି ଘର ଭାଙ୍ଗିବା ଆଉ ନୂଆ ଘଟଣା ହୋଇ ନାହିଁ। ଦୈନିକ କେଉଁଠି ନା କେଉଁଠି ଏପରି ଅଘଟଣର ସମ୍ମୁଖୀନ ହେଉଛି ମଣିଷ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଳଚେର ପୌରାଞ୍ଚଳର ଷଣ୍ଢ ଗଁା ଓ ନିକଟସ୍ଥ ସନ୍ଥପଡ଼ାରେ ଯେପରି ହାତୀ ୫ଜଣଙ୍କ ମୃତ୍ୟୁର କାରଣ ହେଲା ତାହା ଅତ୍ୟନ୍ତ ଚିନ୍ତାଜନକ। ପଡ଼ୋଶୀ ଢେଙ୍କାନାଳ ଜିଲାର ମହାବିରୋଡ୍‌ ରେଞ୍ଜରେ ଉତ୍ପାତ ଚଳାଇଥିବା ଏହି ନରହନ୍ତା ଦନ୍ତା ଗତ ୨ ବର୍ଷରେ ୧୯ଜଣଙ୍କ ଜୀବନ ନେବା ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ବ୍ରାହ୍ମଣୀ ନଦୀ ପାର ହୋଇ ଏହି ଦନ୍ତା ମହାବିରୋଡରୁ ତାଳଚେର ରେଞ୍ଜରେ ପ୍ରବେଶ କରିବା ପରେ ଏପରି ନରସଂହାର ଘଟାଇଥିବା ବନ ବିଭାଗ କହିଛି। ତେବେ ମଣିଷ ଓ ଗଜରାଜ ମଧ୍ୟରେ ପ୍ରାୟତଃ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ଜଙ୍ଗଲ ଚାରିପାଖେ ଗଭୀର ଟ୍ରେଞ୍ଚ ଖୋଳାଯିବା ଓ ସୋଲାର ଫେନସିଂ ବ୍ୟବସ୍ଥାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ହେଉ ନ ଥିବାରୁ ଏପରି ଏକ ଭୟାନକ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଥିଯୋଗୁ କେତେବେଳେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ନିରୀହ ମଣିଷକୁ ଦଳି ଦେଉଛି ଦନ୍ତା ହାତୀ।


All Right Reserved By Dharitri.Com

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି...

ଏସ୍‌ବିଆଇ ସମନ୍ବୟ ମେଳା:୪୧ ଏସ୍‌ଏଚ୍‌ଜିକୁ ଦିଆଯିବ ବିନା ସୁଧରେ ଋଣ

ଭୁବନ,୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନେଇ ସମନ୍ବୟ ମେଳା...

ହାତୀ ଛୁଆକୁ ଛାଡ଼ି ପଳାଇଲା ମା’: ମଣିଷ ଗନ୍ଧ ଦୂରେଇବାକୁ ବୋଳାଗଲା ଗୋବର

ଢେଙ୍କାନାଳ ଅଫିସ, ୨୬।୬-ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଜନବସତି ନିକଟରେ ସୋମବାର ଏକ ମାଈ ହାତୀ ତା’ର ଶାବକକୁ ଛାଡ଼ି ପଳାଇଛି।...

ଜୈବବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ ଜିଲା କୋଶଳା ଚନ୍ଦନନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୋଶଳା ଚନ୍ଦନନଗର ବନ୍ୟପ୍ରାଣୀ ସମିତି ଓ ନିୟୁଜ ଅନୁଷ୍ଠାନ ଏବଂ କୋଶଳା ପଞ୍ଚାୟତ ଜୈବ ବିବିଧତା...

ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌...

ବଅଁରପାଳ ବ୍ଲକରେ ୯୦ କୁଷ୍ଠ ରୋଗୀ ଚିହ୍ନଟ

ବଅଁରପାଳ, ୨୨।୬ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୯୦ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।...

ହିନ୍ଦୋଳରେ ସୀମାରାଣୀ ୫୦୨୪ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୪୩,୪୪୧ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି।...

ବିଭୂତି ପ୍ରଧାନ ୨୧୫୫ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୩୮,୦୭୯ ଭୋଟ ପାଇଛନ୍ତି। ତାଙ୍କ...

Leave a comment

Your email address will not be published. Required fields are marked *