ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?
ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଛି। ଓଡିଶାରେ ପ୍ରଥମ ଥର ପାଇଁ ହକି ୱାଲର୍‌ଡକପ ଆୟୋଜିତ ହେବା ଗର୍ବର ବିଷୟ। ଏଭଳି ସମୟରେ ହକି ଉପରେ ଓଡିଆରେ ଆନ୍ଥେମରେ କଣ୍ଠଦାନ କରିବା ମୋ ପାଇଁ ଗର୍ବର କଥା। ଏହି ଆନ୍ଥେମ ଗାଇ ନିଜକୁ ଓଡିଆ ଓ ଭାରତୀୟ ବୋଲି ଗର୍ବ ଅନୁଭବ କରୁଛି।
ସଙ୍ଗୀତ ପ୍ରତି ରୁଚି କେବେଠୁ ରହିଥିଲା ? ଏଥିପାଇଁ କାହାଠାରୁ ପ୍ରେରଣା ପାଇଥିଲେ ?
ପିଲାବେଳୁ ଗୀତ ପ୍ରତି ରୁଚି ଥିଲା। ମା’ ଶର୍ମିଳା ସାମନ୍ତରା ଓ ବାପା କୃଷ୍ଣଚନ୍ଦ୍ର ଗନ୍ତାୟତ ପାରଳାଖେମୁଣ୍ଡିରେ ଅଧ୍ୟାପକଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ମା’ ଜୟପୁର ଆକାଶବାଣୀ କେନ୍ଦ୍ରର କଣ୍ଠଶିଳ୍ପୀ ଥିଲେ। ଛୋଟବେଳୁ ମା’ଙ୍କଠାରୁ ପ୍ରେରଣା ପାଇ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି। ମାତ୍ର ୪-୫ ବର୍ଷ ବୟସରୁ ଷ୍ଟେଜରେ ବହୁ ଭଜନ ଗାଇଥିଲି। ପରେ ମା’ଙ୍କ ପରାମର୍ଶ କ୍ରମେ ଗୁରୁ ରଘୁନାଥ ପାତ୍ରଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି।
ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସଙ୍ଗୀତକୁ କିପରି ସମୟ ଦିଅନ୍ତି?
ଦିନରେ ୮ ରୁ ୧୦ ଘଣ୍ଟା ମେଡିକାଲରେ ଡ୍ୟୁଟି ଥାଏ। ବଳକା ତଥା ଅବସର ବେଳେ ଓ ଛୁଟିରେ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମୟ ଦିଏ। ଯେହେତୁ ପିଲାବେଳୁ ଶାସ୍ତ୍ରୀୟ ସଙ୍ଗୀତ ଅଭ୍ୟାସ କରିଆସୁଛି। ତେଣୁ ବୃତ୍ତି ସହ ସଙ୍ଗୀତ ଗାଇବାରେ ବିଶେଷ କିଛି ସମସ୍ୟା ହେଉନାହିଁ।
ବୃତ୍ତି ଯୋଗୁ ସଙ୍ଗୀତ ଶିକ୍ଷାରେ କେବେ ସମସ୍ୟା ହୋଇଛି କି ?
ହଁ, ମେଡ଼ିକାଲ ପାଠ ପଢ଼ିବା ବେଳେ ସଙ୍ଗୀତ ପାଇଁ ସମୟ ଦେଇ ପାରି ନ ଥିଲି। ସେହି ସମୟରେ ସଙ୍ଗୀତ ଶିକ୍ଷା କିଛି ବର୍ଷ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ଜୀବନର ଲକ୍ଷ୍ୟ କ’ଣ ରଖିଛନ୍ତି ?
ଜୀବନରେ ଜଣେ ଭଲ ଡାକ୍ତର ହିସାବରେ ସବୁ ପ୍ରକାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ। ସୁଯୋଗ ମିଳିଲେ ଟ୍ରାଇବାଲ ଏରିଆ ତଥା ସ୍ବାସ୍ଥ୍ୟ ସେବା ଅପହଞ୍ଚଥିବା ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଇଚ୍ଛା ରଖିଛି।
ସଙ୍ଗୀତକୁ ନେଇ କ୍ୟାରିୟର କରିବାକୁ ଚିନ୍ତା କରିଛନ୍ତି କି ?
ନା, କେବେ ଚିନ୍ତା କରିନି। ସଙ୍ଗୀତ ମୋ ପାଇଁ କେବଳ ହବି। ନିଜକୁ ହାଲ୍‌କା ତଥା ରିଲାକ୍ସେଶନ ପାଇଁ ମୁଁ ସଙ୍ଗୀତ ଗାଇଥାଏ। ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜକୁ ଓ ଅନ୍ୟମାନଙ୍କ ମନୋରଞ୍ଜନ କରିବାରେ ସଙ୍ଗୀତ ମୋ ପାଇଁ ଏକ ମାଧ୍ୟମ ମାତ୍ର।
ତଥାପି ଆଗାମୀ ଦିନରେ ଅନ୍ୟକୁ ପ୍ରୋତ୍ସାହିତ ତଥା ପ୍ରେରଣା ଦେବା ଭଳି ସଙ୍ଗୀତ ଗାଇବାକୁ ଇଚ୍ଛା ରଖିଛି।
ପରିବାରରୁ ଏଥିପାଇଁ କିପରି ସମର୍ଥନ ପାଆନ୍ତି ?
ପରିବାରରେ ସମସ୍ତଙ୍କଠାରୁ ଏଥିପାଇଁ ସମର୍ଥନ ସର୍ବଦା ମିଳିଛି। ମା’ଙ୍କ ସମେତ ବାପା, ଭଉଣୀ ଈପ୍‌ସିତା, ସ୍ତ୍ରୀ ସରସ୍ବତୀ ସାମନ୍ତରା ସମସ୍ତେଯଥେଷ୍ଟ ସମର୍ଥନ ଦେଇଛନ୍ତି।
ନୂତନ ତଥା ବୃତ୍ତି ସହ ସଙ୍ଗୀତରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା କଣ୍ଠଶିଳ୍ପୀଙ୍କୁ କ’ଣ କହିବାକୁ ଚାହିଁବେ ?
ବର୍ତ୍ତମାନ ସଙ୍ଗୀତ ପାଇଁ ବହୁତ ସୁଯୋଗ ରହିଛି। ଜଣେ ବୃତ୍ତି ସହ ମଧ୍ୟ ସଙ୍ଗୀତରେ କ୍ୟାରିୟର କରିପାରିବ। ଭାରତୀୟ ସଂସ୍କୃତି ତଥା ଶାସ୍ତ୍ରୀୟ ସଙ୍ଗୀତର ଜ୍ଞାନ ଜଣେ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଲାଗି ବହୁତ ଜରୁରୀ। ଜଣେ ଗୁରୁଙ୍କୁ ବାଛି ତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ଉଚିତ। ବର୍ତ୍ତମାନ ସମୟରେ ସଙ୍ଗୀତରେ କ୍ୟାରିୟର କରିବାକୁ ହେଲେ ସମସ୍ତ ପ୍ରକାର ସଙ୍ଗୀତ ଉପରେ ପାରଦର୍ଶିତା ଲଭିବାକୁ ହେବ। ସେଥିମଧ୍ୟରେ ଭାରତୀୟ ସଂସ୍କୃତିଭିତ୍ତିକ ସଙ୍ଗୀତର ବିକାଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ।

ଡା. ଚନ୍ଦନ ଗନ୍ତାୟତ


All Right Reserved By Dharitri.Com

ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର...

‘ହାଉସଫୁଲ୍‌-୪’ର ପ୍ରଥମ ପୋଷ୍ଟର ରିଲିଜ

ମୁମ୍ବାଇ: ସବୁ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇଥାନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ସ୍ପଳ୍ପ ବଜେଟ୍‌ରେ ନିର୍ମାଣ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟ...

ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍‌’ରେ ସେମିତି କିଛି ରୂପରେ ଆସିବେ ନଜର

ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍‌ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍‌’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍‌’, ‘ମୁସାଫିର’...

ଆୟୁଷ୍ମାନଙ୍କୁ ପ୍ରଶଂସା କଲେ ତାହିରା

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍‌ ପ୍ରଶଂସା କରିଛନ୍ତି। ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା...

ଏଥର ଡବଲ ରୋଲ୍‌

ଅଭିନେତା ଜ୍ୟୋତିଙ୍କ ଖୁସି କହିଲେ ନ ସରେ। କାରଣ ଓଡ଼ିଆ ସିନେମାରେ ସେ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମଟି ହେଲା...

‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌: କନ୍ଦେଇଲା – ହସେଇଲା – ରଗେଇଲା

ନିକଟରେ ବାଲେଶ୍ୱର ଶେରଗଡ଼ଠାରେ ବାଘାଯତୀନ ଲୋକନାଟ୍ୟର ପ୍ରଥମ ନାଟକ ‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଯୁବ ନାଟ୍ୟକାର ଅରୁଣ...

ମା’ ହେବାକୁ ଚାହିଁ ବସିଛନ୍ତି ପ୍ରିୟଙ୍କା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ମା’ ହେବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ଏ କଥା ଆମେ ନୁହେଁ ବରଂ ନିଜେ ପ୍ରିୟଙ୍କା କହିଛନ୍ତି।...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

Leave a comment

Your email address will not be published. Required fields are marked *