ଉତ୍ସାହିତ କରେ ପ୍ରଶଂସକଙ୍କ ଭଲପାଇବା

ଗତବର୍ଷ ଜୁନ ମାସରେ ରାଜସ୍ଥାନରେ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା ଲଭ ଚୋଖା’ର ଶୁଟିଂ ହେଉଥାଏ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ରାଜସ୍ଥାନରେ ମୋଟ ୬ ଦିନର ଶୁଟିଂ ଦିନ ଧାର୍ଯ୍ୟ ହୋଇଥିଲା। ଭୋର ୫ଟାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଥାଏ। ଏଣୁ ଭୋର ୩ଟାରୁ ଉଠିବାକୁ ପଡ଼େ। ପ୍ରସ୍ତୁତ ହୋଇ ଗାଡ଼ିରେ ବସି ଶୁଟିଂ ଅଞ୍ଚଳକୁ ଯାଉ। ହେଲେ ସେଠାରେ ଖରା, ଗରମ ଓ ଖାଇବା ପିଇବାରେ ଯେଉଁ ଅସୁବିଧା ହୋଇଥିଲା ତାହା କେବେ ଭୁଲି ପାରିବିନି ବୋଲି ଅଭିନେତ୍ରୀ ସନମୀରା ନାଗେଶ କହିଛନ୍ତି। ପ୍ରଥମତଃ ସେଠାକାର ଖାଦ୍ୟ ଆମ ପାଇଁ ରୁଚିକର ହୋଇ ପାରି ନ ଥିଲା। ଏହାଛଡ଼ା ଦିନ ସମୟରେ ଯେଉଁ ଖରା ହୁଏ ସେଥିରେ ବାହାରକୁ ବାହାରିବା ସମ୍ଭବ ହେଉ ନ ଥାଏ। ସେଠାରେ ଥିବା ଏକ ସ୍ଥାନ ମାର୍ବଲ ଡମ୍ପିଂ ୟାର୍ଡରେ ଗୋଟିଏ ଗୀତର ଶୁଟିଂ ଥାଏ। ଖରା ଓ ମାର୍ବଲର ପ୍ରତିଫଳନ ଯୋଗୁ ଚଷମା ପିନ୍ଧାଇ ଶୁଟିଂ ଶେଷ କରାଯାଇଥିଲା। ଏହା ଥିଲା ସନମୀରାଙ୍କ ଶୁଟି ଅନୁଭୂତି। ହେଲେ ପ୍ରଶଂସକଙ୍କୁ ନେଇ ତାଙ୍କର ରହିଛି ଏକ ଅଲଗା ଅନୁଭୂତି। ଏ ସମ୍ପର୍କରେ ସେ କହିଥିଲେ ଯେ, ଜଣେ ପ୍ରଶଂସକ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ତାଙ୍କ ଆଖିରେ ଖୁସିର ଲୁହ ଝରାଇ ଦେଇଥିଲା। କାରଣ ତାଙ୍କ ନାମକୁ ସ୍ବାଗତିକା ସାହୁ ନାମ୍ନୀ ଜଣେ ଯୁବତୀ ନିଜ ହାତରେ ଟାଟୁ କରିବା ସହ ତାହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଅଳ୍ପ ଦିନର ଅଭିନୟ କ୍ୟାରିୟରରେ ତାଙ୍କୁ ଏତେ ଭଲପାଇବା ମିଳିବ ବୋଲି ସେ କେବେ ଭାବି ନ ଥିଲେ। ହେଲେ ସ୍ବାଗତିକାଙ୍କ ଭିଡିଓ ତାଙ୍କ କ୍ୟାରିୟରରେ ଆଗକୁ ନେବାକୁ ଉତ୍ସାହିତ କରିବ ବୋଲି ସନମୀରା କହିଛନ୍ତି।


ଆଲୋ ମୋର କଣ୍ଢେଇ, ଆକାଶେ କି ରଙ୍ଗ ଲାଗିଲା, ଶପଥ, ସୁନା ଚଢ଼େଇ ମୋ ରୁପା ଚଢ଼େଇ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ସନମୀରା ଓଡ଼ିଆ ସିନେଜଗତରେ ଏବେ ଜଣେ ଆଗଧାଡ଼ିର ନାୟିକା। ତେବେ ସନମୀରାଙ୍କ ନାମକୁ ନେଇ ସବୁବେଳେ ଦର୍ଶକ ତଥା ସିନେପ୍ରେମୀ ଦ୍ୱନ୍ଦ୍ୱରେ ରୁହନ୍ତି। ତାଙ୍କ ପିତାଙ୍କ ନାମ ପ୍ରକାଶ ଚନ୍ଦ୍ର ସାହୁ ଓ ମା’ଙ୍କ ନାମ ବୈଜୟନ୍ତୀ ଦାସ ହୋଇଥିବାବେଳେ ସନମୀରାଙ୍କ ସାଙ୍ଗିଆ ହେଉଛି ନାଗେଶ। ଏଣୁ ସନମୀରା ଓଡ଼ିଆ ନୁହେଁ ବୋଲି ଚର୍ଚ୍ଚା ହୁଏ। ହେଲେ ନାଗସ୍ୟ ଗୋତ୍ର ଯୋଗୁ ସେ ନାଗେଶ ସାଙ୍ଗିଆ ରଖିଛନ୍ତି ବୋଲି ଜଣାଇଛନ୍ତି। ବାରିପଦାରେ ରହୁଥିବା ସନମୀରା ଏବେ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରୀ।
-ରିପୋର୍ଟ: କୁମାରଶ୍ରୀ ସାହୁ


All Right Reserved By Dharitri.Com

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

ଜେଲ୍‌ର ଅନୁଭୂତି ବଖାଣିଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ଉତ୍କଳ ଗଣନାଟ୍ୟରୁ ଯାତ୍ରା ସ୍ବପ୍ନମହଲ

‘ଉତ୍କଳ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟର ଯାତ୍ରା। ଏହା ୧୯୯୧ ମସିହା କଥା। ପ୍ରଥମ ନାଟକ ଥିଲା ‘ପାଗଳୀ ଆସିଛି ଆମ ଗଁାକୁ’। ଚେହେରା...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା...

Leave a comment

Your email address will not be published. Required fields are marked *