Posted inଜାତୀୟ

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଦଳ ନିର୍ବିଶେଷରେ ଉକ୍ତ ବିଲ୍‌କୁ ମଞ୍ଜୁର କରାଯାଇଛି।
ରବିଶଙ୍କର ପ୍ରସାଦ ସମ୍ବିଧାନ (୧୨୬ତମ) ସଂଶୋଧନ ବିଲ୍‌ ଆଗତ କରି କହିଥିଲେ, ଏସ୍‌ସି ଏବଂ ଏସ୍‌ଟି ବର୍ଗରେ ନୂଆ ରାଜନୈତିକ ନେତୃତ୍ୱ ନିର୍ମାଣ ଲାଗି ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଦୁଇ ସମୁଦାୟକୁ ସଂରକ୍ଷଣ ଦେବା ଜରୁରୀ। ସରକାର ଏହି ଦୁଇ ସମୁଦାୟ ସକାଶେ ‘କ୍ରିମି ଲେୟର’ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଉକ୍ତ ବିଲ୍‌ ସପକ୍ଷରେ ୩୫୨ ଭୋଟ ପଡ଼ିଥିବାବେଳେ ଏହାକୁ କେହି ସଦସ୍ୟ ବିରୋଧ କରି ନ ଥିଲେ। ଏସ୍‌ସି, ଏସ୍‌ଟି ଏବଂ ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କୁ ଗତ ୭୦ ବର୍ଷ ଧରି ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସଂରକ୍ଷଣ ଦିଆଯାଇ ଆସୁଛି। ଏହି ଅବଧି ୨୦୨୦ ଜାନୁୟାରୀ ୨୫ରେ ଶେଷ ହେବାକୁ ଥିବାବେଳେ ସରକାର ଏଥିରେ ଆଉ ୧୦ ବର୍ଷ ବୃଦ୍ଧି କରିଛନ୍ତି। ତେବେ ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କୁ ସଂରକ୍ଷଣ ସୁବିଧା ଦିଆ ନ ଯିବା ନେଇ ସରକାରଙ୍କୁ ବିରୋଧୀ ସଦସ୍ୟମାନେ ସମାଲୋଚନା କରିଥିଲେ। ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କ ପାଇଁ ବାଟ ବନ୍ଦ ହୋଇନାହିଁ। ସେମାନଙ୍କ ସମ୍ପର୍କରେ ବିଚାର କରାଯିବ ବୋଲି ରବିଶଙ୍କର କହିଥିଲେ। ବିଲ୍‌ ଗୃହୀତ ହେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିକୁ ନେଇ ଭାଜପା ସଦସ୍ୟମାନେ ବିରୋଧୀ ବେଞ୍ଚ୍‌କୁ ସମାଲୋଚନା କରିଥିଲେ। ସେହିପରି ଘରୋଇ କ୍ଷେତ୍ରରେ ଚାକିରି ପାଇଁ ସଂରକ୍ଷଣ ସୁବିଧା ଦେବାକୁ ସରକାରଙ୍କ ଯୋଜନା ନାହିଁ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରତନଲାଲ କଟାରିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଓ ରଖିଲେ ଦଣ୍ଡବିଧାନ ସମ୍ପର୍କିତ ଆର୍ମସ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ମଧ୍ୟ ଲୋକ ସଭାରେ ଗୃହୀତ ହୋଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଲେ ଦୁଇବର୍ଷ ଜେଲ୍‌ ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦିଆଯିବା ନିୟମ ରହିଥିବା ବିଲ୍‌ ରାଜ୍ୟ ସଭାରେ ଧ୍ୱନିମତରେ ଗୃହୀତ ହୋଇସାରିଛି।


All Right Reserved By Dharitri.Com

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ...

ଶହ ଶହ ବତକ ଶୃଙ୍ଖଳିତ ଭାବେ ରାସ୍ତା କଲେ ପାର୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୧।୮: କେରଳର ଅଲାପୁଝା ସହରରେ ବତକପଲଙ୍କ ଯୋଗୁ ପ୍ରାୟ ୨୦ରୁ ୨୫ ମିନିଟ ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ଟ୍ରାଫିକ୍‌ ପୋଲିସ ଯାନବାହନଗୁଡ଼ିକୁ ଅଟକାଇ ରଖିଥିଲା।...

‘କଂଗ୍ରେସକୁ ଦରକାର ଜଣେ ଅମିତ ଶାହ’

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଏବେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି।...

ସୁଷମାଙ୍କ ପଥ ଅନୁସରଣ କରୁଛନ୍ତି ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌. ଜୟଶଙ୍କର ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତାଃ ସୁଷମା ସ୍ବରାଜଙ୍କ ପଥ...

୪ଶହ ରେଲଓ୍ବେ ଷ୍ଟେଶନରେ ବ୍ୟବହାର ହେବ ମାଟି ଚା’ର ପାତ୍ର

ନୂଆଦିଲ୍ଲୀ,୩।୧୦: ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି। ଗୁରୁବାର...

୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍‌ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା...

ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା

ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା...

ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ,୧ା୮(ପି.ଟି./ ଆଇଏଏନ୍‌ଏସ୍‌)-ଆଲ୍ଲାହାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.ଏନ୍‌. ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଧାନ ବିଚାରପତି (ସିଜେଆଇ)ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି...

Leave a comment

Your email address will not be published. Required fields are marked *