ହାତୀ ଆକ୍ରମଣରେ ଆହତ ଯୁବତୀଙ୍କ ମୃତ୍ୟୁ

ଠାକୁରମୁଣ୍ଡା,୧୧ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଚାଞ୍ଚବଣି ଗ୍ରାମରେ ଗତ ୧ ତାରିଖରେ ହାତୀ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ କେଶବ ନାଏକଙ୍କ ଝିଅ ଲୀଳାବତୀ ।
ସୂଚନା ଅନୁଯାୟୀ, ବାପ ଝିଅ କରଞ୍ଜିଆ ବଜାରରୁ ଜିନିଷ କିଣି ଘରକୁ ଚାଲି ଚାଲି ଫେରୁଥିବା ସମୟରେ ଅପରାହ୍ନ ୪ ଟା ସମୟରେ କୁରୁଳିଆ ଜଙ୍ଗଲରେ ଥିବା ୨୨ଟିକିଆ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିଥିଲେ। ହାତୀ ଦେଖି ବାପ ଝିଅ ଦୌଡ଼ିବା ସମୟରେ ଲୀଳାବତୀ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ଗୋଟିଏ ହାତୀ ଆସି ତାଙ୍କୁ ପାଦରେ ଚାପି ଦେଇଥିଲା। ଘଟଣାସ୍ଥଳରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।


All Right Reserved By Dharitri.Com

ଚୋରି ଟ୍ରକ ଜବତ, ଚାଳକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଏକ ହୋଟେଲ ନିକଟରୁ ଏକ ୧୦ ଚକିଆ ଟ୍ରକ (ନଂ. ଓଆର୦୯ଏଫ୮୧୫୧) ଚୋରି ହୋଇଯାଇଥିଲା। ମଙ୍ଗଳବାର...

ଟଁକା ଅଭାବୁ ଉଚଶିକ୍ଷାରୁ ବଁଚିତ ସବିତା

ଲାଠୋର, ୨୦।୧୧ (ଡି.ଏନ.ଏ.)- ସରକାର ଶିକ୍ଷାର ବିକାଶ ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ୍‌ ଗରିବ୍‌ ଛାତ୍ରୀଛାତ୍ର କଷ୍‌ଟେମଷ୍‌ଟେ ମାଟ୍ରିକ ପାସ୍‌...

ବଜ୍ରପାତରେ ଗୋରୁଚରାଳୀଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ...

ବାରିମୂଳ ଆଶ୍ରମରେ ଇଡିର ନୋଟିସ, ଜବତ ଜମିରେ ସର୍ବସାଧାରଣଙ୍କ ଯାତାୟାତ ମନା

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୮।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମ ମୁଖ୍ୟ ସାରଥି ଓରଫ ସନ୍ତୋଷ ରାଉଳ ଗତ ୨୫ ତାରିଖରେ ଜେଲରୁ ସର୍ତ୍ତମୂଳକ ଜାମିନ୍‌ରେ ମୁକୁଳିଛନ୍ତି।...

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ପିକଅପ୍‌ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର

ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍‌ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

Leave a comment

Your email address will not be published. Required fields are marked *