ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଯୋଜନାରେ ପ୍ରଦାନ କରାଯିବ ଅର୍ଥ ଦିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ଯୋଡି ହୋଇଛନ୍ତି। ଏମାନଙ୍କୁ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ରହିଛି। ପ୍ରଥମ କିସ୍ତି ପାଇବା ଲାଗି ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଆଧାରକୁ ଇଚ୍ଛାଧିନ କରାଯାଇଥିଲା। ଏହାବାଦ ଆସାମ, ମେଘାଳୟ ଏବଂ ଜମ୍ମୁ କଶ୍ମୀର ଲାଭି ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆଧାରକୁ ଇଚ୍ଛାଧିନ କରାଯାଇଛି। ଦ୍ୱିତୀୟ କିସ୍ତି ପାଇବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ଆଧାର ସଂଯୋଗୀକରଣ ବିଳମ୍ବ ହେବା ଯୋଗୁ ଏହି ସର୍ତ୍ତକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଥିଲା। ମାତ୍ର ଡିସେମ୍ବର ୧ ପରଠାରୁ ହିତାଧିକାରୀଙ୍କ ଲାଗି ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି କୁହାଯାଇଛି। ନଭେମ୍ବର ୩୦ ସୁଦ୍ଧା ସରକାର ୭.୬୦ କୋଟି ହିତାଧିକାରୀଙ୍କୁ ୩୫, ୮୮୨.୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ ସୁବିଧାର ଲାଭ ପ୍ରଦାନ ଲାଗି ଏଭଳି ନିଷ୍ପତ୍ତି ତୋମାର କହିଛନ୍ତି।


All Right Reserved By Dharitri.Com

୨୫ରୁ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୧।୫-ଦେଶ ମଧ୍ୟରେ କରୋନା ପ୍ରଭାବ କମୁ ନ ଥିବାରୁ ବର୍ତ୍ତମାନ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି। ଏଭଳି ସ୍ଥିତିରେ ମେ ୨୫ରୁ...

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର...

ଠପ୍‌ ରହିଲା ସୁନା ଗହଣା ବିକ୍ରି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ସୁନାଗହଣା କରାବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। କରୋନା ପାଇଁ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଷ୍ଟୋର...

୭ ବର୍ଷର ରେକର୍ଡ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୦-୧: ଗୁରୁବାର ସୁନା ଦର ୭ ବର୍ଷର ରେକର୍ଡ ସ୍ତର ଛୁଇଁଛି। ଆମେରିକା-ଇରାନ ବିବାଦ ଯୋଗୁ ବିଶ୍ୱ ସ୍ତରରେ ସୁନା ଦର ୨% ବୃଦ୍ଧି ଘଟି...

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା...

ବ୍ୟାଙ୍କଗୁଡିକର ମୋଟ୍‌ ଏନ୍‌ପିଏ ୯.୧%କୁ ଖସିଲା

ନୂଆଦିଲ୍ଲୀ,୨୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ସେପ୍ଟେମ୍ବର ଶେଷ ସୁଦ୍ଧା ୯.୧%କୁ ଖସିଛି। ଏହା ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୧୧.୨%...

ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫%...

Leave a comment

Your email address will not be published. Required fields are marked *