ଏଇ ଭାରତରେ

କ୍ଲିନିକ୍‌ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ କ୍ଲିନିକ୍‌, ଯେଉଁଠି କଳା କୋଟ୍‌ ପିନ୍ଧିଥିବା ଓକିଲ ହିଁ ସାମ୍‌ନାକୁ ଆସିଥା’ନ୍ତି। ଏଠାରେ କୌଣସି ଓଷଧ ନୁହେଁ, ବରଂ ମାଗଣାରେ ମିଳୁଛି ଆଇନ ସହାୟତା। ଇନ୍ଦୋର ସହରର ମଧ୍ୟଭାଗରେ ଥିବା ରାଧାନଗର କଲୋନୀରେ ଏହି ଲିଗାଲ କ୍ଲିନିକ୍‌ ଚାଲୁଛି। ଯୁବ ଓକିଲ ତଥା ସିଭିଲ ଜଜ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଏହାକୁ ଚଳାଉଛନ୍ତି। ୨୦୧୬ ରେ ନ୍ୟାୟାଶ୍ରୟ ସଂସ୍ଥା ଗଠନ କରାଯିବା ପରେ ଲୋକମାନେ ଟଙ୍କା ଅଭାବରୁ ଆଇନ ପରାମର୍ଶ ନେବାକୁ ଅସମର୍ଥ ହେଉଛନ୍ତି ବୋଲି ଜଣାପଡିଥିଲା। ପରେ ନ୍ୟାୟାଶ୍ରୟ ବ୍ୟାନର୍‌ରେ ଏହି କ୍ଲିନିକ୍‌ ଦୁଇମାସ ତଳେ ଆରମ୍ଭ କରାଯାଇଛି। ଏବେ ୧୦୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ ମଧ୍ୟ ମିଳିସାରିଲାଣିି। ପ୍ରତି ଶନିବାର ସନ୍ଧ୍ୟାରେ ଏଠାରେ ଗରିବ ଲୋକମାନେ ପହଞ୍ଚୁଛନ୍ତି ଓ ସେମାନଙ୍କୁ ମାଗଣାରେ ଆଇନ ପରାମର୍ଶ ଦିଆଯାଉଛି। ଏହି କ୍ଲିନିକ୍‌ରେ ବରିଷ୍ଠ ଓକିଲମାନେ ବି ସାମିଲ ହୋଇ ଯୁବ ଓକିଲମାନଙ୍କ କାର୍ଯ୍ୟକୁ ତଦାରଖ କରୁଛନ୍ତି।


All Right Reserved By Dharitri.Com

ଅମର ଶହୀଦ ବାଜି ରାଉତ

ଡ. ଉଦ୍ଧବ ଚରଣ ନାୟକ ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା...

ଏଇ ଭାରତରେ

ଗୁଜରାଟରେ ଏପ୍ରିଲ ୨୨ରେ ଏକ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ସରିଛି। ତେବେ ଏହା ସାଧାରଣ ବିବାହ ନୁହେଁ।...

ଅଯୋଧ୍ୟା: ନାମ ହିଁ ଯଥେଷ୍ଟ

ସୟଦ୍‌ ସଫିର୍‌ ଅଲି ଭାରତବର୍ଷର ସବୁଠାରୁ ଅଧିକ ସମୟ ଚର୍ଚ୍ଚିତ ଆନ୍ଦୋଳନର ନାମ ଥିଲା ରାମ ମନ୍ଦିର ଏବଂ ୯ ନଭେମ୍ବର ୨୦୧୯ରେ ଏହାର ପରିସମାପ୍ତି...

ସମ୍ପାଦକୀୟ/ସାଂକେତିକ

ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ଏକ ଜାତିକୁ ସମୃଦ୍ଧ କରିଥାଏ। ପରିବାର ଓ ସେଥିରେ ଥିବା ପୁରୁଷଙ୍କ ସହନଶୀଳତାର ଅଭାବ ଯୋଗୁ ଭାରତରେ ବିଶେଷକରି...

ଗୋଟିଏ ଡଙ୍ଗାରେ ସମସ୍ତେ

ସମସ୍ତ ବିଶ୍ୱବାସୀ ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସିଛନ୍ତି। ନଦୀର ଅଥଳ ପାଣି, ପ୍ରଖର ସ୍ରୋତକୁ ପାରିକରି ନାଆ ସୁରୁଖୁରୁରେ କୂଳରେ ଲାଗିଲେ ସମସ୍ତେ ନିରାପଦରେ ଓହ୍ଲାଇବେ।...

ସମ୍ପାଦକୀୟ/ ଖାତିର ନା ବେଖାତିର

ଗୁଜରାଟରେ ୨୦୦୨ ମସିହା ଦଙ୍ଗାରେ ଗଣବଳାତ୍କାରର ଶିକାର ହୋଇଥିବା ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରି ଓ ଘର...

ପ୍ରତିବାଦ

ପ୍ର. ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରତିବାଦ ଏକ ପ୍ରତିକୂଳ ଉକ୍ତି। ପ୍ରତିବାଦ ଗୋଟିଏ ମତବାଦ ବି। ନିୟମ, ଆଇନ, ବ୍ୟବସ୍ଥା, ଆଦର୍ଶ ବିରୋଧରେ ଏକ ଭିନ୍ନମତର...

ଦି’ରଙ୍ଗିଆ ରସଗୋଲା

ଅରବିନ୍ଦ ଦାସ ଟିଭିରେ ହେଡ୍‌ଲାଇନ ଖବର ଦେଖି ଗୋପାଳବାବୁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ କହିଉଠିଲେ, ଶୁଣୁଛ? ଆମ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‌ ପାଇଗଲା।...

Leave a comment

Your email address will not be published. Required fields are marked *