ଥାନା ଛାତରୁ ଡେଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ରୁଜୁ ହେଲା ହାଜତ ମୃତ୍ୟୁ ମାମଲା

ବୀରମହାରାଜପୁର, ୩୦ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥିବାବେଳେ ଛାତ ଉପରୁ ଡେଇଁ ପ୍ରାଣ ହରାଇଥିବା ଘଟଣା ଏବେ ନୂଆ ମୋଡ ନେଇଛି। ମୃତକଙ୍କ ପରିବାର ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ପୋଲିସ ଏହାକୁ ହାଜତ ମୃତ୍ୟୁ ମାମଲା ଭାବେ ଗ୍ରହଣ କରି ଅଧିକ ତଦନ୍ତ ଚଳାଇଛି।
ଟିଠିପାଲି ଗ୍ରାମର ଲିଙ୍ଗରାଜ ଅମାତ(୩୫) ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ଗଣ୍ଡଗୋଳ କରିଥିଲେ। ପୋଲିସ ଲିଙ୍ଗରାଜଙ୍କୁ କାବୁକରି ଥାନାକୁ ଆଣି ପଚରାଉଚୁରା କରୁଥିଲା। ସେତିକିବେଳେ ଲିଙ୍ଗରାଜ ଶୌଚାଳୟ ଯିବା ବାହାନାରେ ଥାନା ଛାତ ଉପରକୁ ଚାଲି ଯାଇଥିଲେ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ହେଲେ ସେ ହଠାତ୍‌ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାର୍‌ ପଠାଯାଇଥିଲା। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।


All Right Reserved By Dharitri.Com

ସୁନ୍ଦରଗଡ଼ ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ସ୍ପଷ୍ଟୀକରଣ ରଖିଲେ ଜିଲାପାଳ

ସୁନ୍ଦରଗଡ଼,୧୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲାଞ୍ଚ ମଗାଯାଉଛି। ଏହା ମାଧ୍ୟମରେ ଦାମୀ ଉପହାର, ମୋବାଇଲ ଦେବାକୁ...

ସାନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ୩ ମାସ ବାତିଲ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାନ୍ତ୍ରାଗାଛି-ପାରାଦୀପ ସାପ୍ତାହିକ ଏକ୍ସପ୍ରେସ ୩ ମାସ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ଆସନ୍ତା ବର୍ଷ ୬ ଜାନୁୟାରୀଠାରୁ...

ଏୟାରଫିଲ୍ଡ ଥାନା ଏଏସ୍‌ଆଇଙ୍କ ନାଁରେ ମାମଲା

ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍‌ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍‌ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ...

ନିଆରା କରୋନା ସଚେତନତା ବାର୍ତ୍ତା : ଘର ଆଗରେ ‘ଅତିଥିଙ୍କୁ ମନା’ ପୋଷ୍ଟର ଲଗାଇଲେ ମହିଳା

କଟକ ଅଫିସ, ୫।୪: କରୋନା ସହ ଲଢିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି...

ଏବେ ଇନ୍‌ସୁରାନ୍ସ, ପଲ୍ୟୁସନ ଯାଞ୍ଚ ହେଉନାହିଁ: ପୋଲିସ କମିଶନର

ଭୁବନେଶ୍ୱର,୭।୯(ବ୍ୟୁରୋ): ଏବେ ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ ଯାଞ୍ଚ ହେଉନାହିଁ। କେବଳ ୫ଟି ଗଫଲତି ଦେଖି ଜରିମାନା ଆଦାୟ ହେଉଛି। ବାଇକ୍‌ରେ ୩ଜଣଙ୍କୁ ନେଲେ, ହେଲ୍‌ମେଟ ପିନ୍ଧି...

ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି: ନିରଞ୍ଜନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି। ଏନେଇ ଶୁକ୍ରବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ଜିଲା...

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି।...

ରାଜଧାନୀରେ ବଟି ଆଦାୟ, ୪ ଗିରଫ

କଟକ ରୋଡ,୫|୯(ଡି.ଏନ୍‌.ଏ.) – ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ନିକଟ କଳ୍ପନା ଛକସ୍ଥିତ ପୁରୀ ବସଷ୍ଟାଣ୍ଡରୁ ବଟି ଆଦାୟ ଅଭିଯୋଗରେ ବଡ଼ଗଡ଼ ପୋଲିସ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ...

Leave a comment

Your email address will not be published. Required fields are marked *