Posted inଜାତୀୟ

କେନ୍ଦ୍ର କ୍ୟାବିନେଟ: ମୋଦି, ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୩୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ଲାଗି ସରକାର ଗଢ଼ିବାକୁ ଯାଉଥିଲାବେଳେ କେଉଁମାନେ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ୪ ପ୍ରମୁଖ ବିଭାଗ ପ୍ରତିରକ୍ଷା, ଅର୍ଥ, ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ବିଭାଗ କାହା ହାତରେ ରହିବ ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମନ୍ତ୍ରୀ ଚୟନ ଓ ବିଭାଗ ବଣ୍ଟନ ନେଇ ବୁଧବାର ମୋଦି ଓ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ବୈଠକରେ ନୂଆ ମନ୍ତ୍ରୀମାନଙ୍କ ନଁା ଚୂଡାନ୍ତ ହୋଇଥିବା ଜାଣିବାକୁ ମିଳିଛି। ପୂର୍ବ ସରକାରର କେତେଜଣ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସ୍ଥାନ ବଜାୟ ରଖିବାକୁ ଥିବାବେଳେ ଆଉ କେତେକ ନୂଆ ମୁହଁ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ଭାଜପା ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତାବର୍ଷ କେତେକ ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାହ ଭାଜପା ଅଧ୍ୟକ୍ଷ ପଦରେ ରହିପାରନ୍ତି ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ରାଜନାଥ ସିଂ, ନୀତିନ ଗଡକରୀ, ନିର୍ମଳା ସୀଥାରାମନ୍‌, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭଡେକର ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିପାରନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ଇରାନୀଙ୍କୁ ପ୍ରମୁଖ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି ମୋଦିଙ୍କୁ ପତ୍ର ଲେଖି ଜଣାଇଥିବାବେଳେ ତାଙ୍କୁ ନିଷ୍ପତ୍ତିରେ ପରିବର୍ତ୍ତନ ଲାଗି ଅନୁରୋଧ କରାଯାଇପାରେ ବୋଲି ଜଣାପଡିଛି। ମୋଦି ବୁଧବାର ରାତିରେ ଜେଟଲୀଙ୍କ ସରକାରୀ ବାସଭବନକୁ ଯାଇ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡିନାହିଁ। ପଶ୍ଚିମବଙ୍ଗ, ଓଡିଶା ଓ ତେଲେଙ୍ଗାନାରେ ଭାଜପାର ଶକ୍ତି ବୃଦ୍ଧି ହୋଇଥିବାରୁ ଉକ୍ତ ରାଜ୍ୟରୁ ଅଧିକ ଏମ୍‌ପି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା କରାଯାଉଛି। ସେହିପରି ସହଯୋଗୀ ଜେଡିୟୁ ଏବଂ ଶିବସେନାକୁ ଦୁଇଟି ଲେଖାଏ ଏବଂ ଏଲ୍‌ଜେପି, ଏସ୍‌ଏଡି ଏବଂ ଏଆଇଏଡିଏମ୍‌କେକୁ ଗୋଟିଏ ଲେଖାଏ ମନ୍ତ୍ରୀପଦ ମିଳିପାରେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବହିର୍ବ୍ୟାପାର ଏବଂ ସ୍ମୃତି ଇରାନୀଙ୍କୁ ପ୍ରତିରକ୍ଷା ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ସେହିପରି ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନଙ୍କୁ କୃଷିମନ୍ତ୍ରୀ କରାଯାଇପାରେ। ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତାଙ୍କୁ ସ୍ବରାଷ୍ଟ୍ର, ପ୍ରତିରକ୍ଷା କିମ୍ବା ଅର୍ଥ ମନ୍ତ୍ରଣାଳୟ ମିଳିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


All Right Reserved By

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦...

ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉ: ହେମା

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ଶୁକ୍ରବାର ଉପସ୍ଥାପିତ ହେବ। ହେଲେ ଗୁରୁବାର ମଥୁରାର ଭାଜପା ଏମ୍‌ପି ତଥା ବଲିଉଡ୍‌...

ସିବିଆଇକୁ ତଦନ୍ତ ଦାୟିତ୍ୱ

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର...

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର...

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ...

ବିହାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଶିଶୁ ମୃତ୍ୟୁ ପ୍ରତି ନାହିଁ ଦରଦ: ଖବରଦାତା ସମ୍ମିଳନୀରେ ପଚାରିଲେ ଗଲାଣି କେତେ ଓ୍ବିକେଟ୍‌

ପାଟନା,୧୮।୬: ବିହାରରେ ଜାପାନିଜ୍‌ ଇନସେଫାଲଇଟିସ୍‌ରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ଓ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *