ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’ ସମସ୍ତେ ଶୁଣିଥିବେ। ଏବେ ଏହି ଝୁମ୍‌କାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ବରେଲି। ଏଠାରେ ନିର୍ମାଣ କରାଯାଉଥିବା ୩୦ ଫୁଟର ଝୁମ୍‌କା ଏବେ ଦର୍ଶକଙ୍କୁ ଆକର୍ଷିତ କରୁଛି। ଝୁମକା ପାଇଁ ବରେଲି ପରିଚିତ ଥିବାରୁ ଏବେ ସେଠାରେ ଝୁମ୍‌କା ସ୍କୋୟାର ତିଆରି କରାଯାଉଛି। ବିଡିଏର ବିଦ୍ୟା ମିତ୍ତଲ ଓ ଡାକ୍ତର କେଶବ ଅଗ୍ରଓ୍ବାଙ୍କ ମିଳିତ ଉଦ୍ୟମରେ ଜିରୋ ପଏଣ୍ଟର ପରସାଖେଡାରେ ଝୁମ୍‌କା ସ୍କୋୟାର ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ପାଖାପାଖି ୩୦ ଫୁଟ ଥିବା ବେଳେ ଏଥିପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ଓ ଏହା ପିତ୍ତଳରେ ନିର୍ମାଣ କରାଯାଇଛି ବୋଲି କୁହାଯାଉଛି। ଏହାକୁ ନିର୍ମାଣ କରିବା ପାଇଁ ବହୁ ଆଗରୁ ଫାଉଣ୍ଡେଶନ କାମ ଆରମ୍ଭ କରାଯାଇଛି। ଏତେବଡ ଝୁମ୍‌କାର ଡିଜାଇନ ଗୁରୁଗ୍ରାମରେ କରାଯାଇଛି। ଏବେ ଏହା ଶେଷ ପର୍ଯ୍ୟାୟରେ ଥିବା ବେଳେ ଏହା ଦିଲ୍ଲୀ ଆଡକୁ ଯାଉଥିବା ରାସ୍ତା ଜିରୋ ପଏଣ୍ଟରେ ଲଗାଯାଇଛି।


All Right Reserved By Dharitri.Com

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା...

ଡ୍ରେସ୍‌, ଆଇଡି କାର୍ଡ ଧରି ମାତୋଶ୍ରୀରେ ପହଞ୍ଚୁଛନ୍ତି ଶିବସେନା ବିଧାୟକ

ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ...

ସବୁ ଜଳିଗଲା ପରେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସାକାଣ୍ଡ ଏବେ ଥମିବାରେ ଲାଗିଛି। ୩ ଦିନ ପରେ ପ୍ରଶାସନର ଚେତା ପଶିଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ...

ହେଲମେଟ୍‌ ନ ପିନ୍ଧିଲେ ଲେଖିବାକୁ ପଡିବ ୧୦୦ ଶବ୍ଦ ମଧ୍ୟରେ ରଚନା

ଭୋପାଳ,୧୬।୧: ନ୍ୟାଶନାଲ ହାଇଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ଜାନୁୟାରୀ ୧୭ ପର୍ଯ୍ୟନ୍ତ ପାଳନ କରାଯାଉଛି ୩୧ ତମ ସଡ଼କ ସୁରକ୍ଷା ସପ୍ତାହ। ଏହି ଅବସରରେ...

ବିବାହରେ ଅତିଥିଙ୍କର ହେଲା ଡାଇବେଟିସ୍‌ ଯାଞ୍ଚ୍‌

ରାଜକୋଟ୍‌, ୧୭।୨: ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଗୁଜରାଟ ରାଜକୋଟରେ ଏଭଳି...

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ,୨୦ା୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ବୋର୍ଡ ଓ ପ୍ରବେଶିକା ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ସୋମବାର ଆଲୋଚନା କରିବେ। ପିଲାମାନେ...

ଥର୍‌ ଲିଙ୍କ୍‌ ଏକ୍ସପ୍ରେସ ବନ୍ଦକଲା ଭାରତ

ଜୟପୁର, ୧୭ା୮(ପି.ଟି.): ରାଜସ୍ଥାନର ଯୋଧପୁରରୁ ପାକିସ୍ତାନର କରାଚୀ ସହରକୁ ସଂଯୋଗ କରୁଥିବା ଥର୍‌ ଲିଙ୍କ ଏକ୍ସପ୍ରେସ ରେଳସେବାକୁ ଶୂୁକ୍ରବାର ଭାରତ ବାତିଲ କରିଛି। ଶୁକ୍ରବାରଠାରୁ ଏହି ରେଳଯାତ୍ରା...

Leave a comment

Your email address will not be published. Required fields are marked *