ପାକିସ୍ତାନର ମହଙ୍ଗା ମାଡରେ ଅସ୍ତବ୍ୟସ୍ତ କିନ୍ନର ସମାଜ

ଇସ୍‌ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର ସମାଜ ଉପରେ ପଡିଛି ବୋଲି କୁହାଯାଉଛି। କିନ୍ନରମାନଙ୍କର କହିବା କଥା ହେଲା ଏବେ ପାକିସ୍ତାନର ଆର୍ଥିକ ପରିସ୍ଥିତି ଯୋଗୁ ସେମାନଙ୍କୁ ଦିନକୁ ଦିଓଳି ଖାଇବାକୁ ମଧ୍ୟ ମିଳୁନାହିଁ। କାରଣ ଲୋକଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ପୂର୍ବରୁ ସେମାନଙ୍କୁ ଯେମିତି ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକେ ଡାକି ପାରିଶ୍ରମିକ ଦେଉଥିଲେ ତାହା ଏବେ ଆଉ ମିଳୁନାହିଁ। କଟରିନା ନାମକ ଜଣେ କିନ୍ନର କୁହନ୍ତି ପୂର୍ବରୁ ନାଚଗୀତ କାର୍ଯ୍ୟକ୍ରମ ପାଇଁ ଆମ ପାଖରେ ଲୋକଙ୍କ ଭିଡ ଲାଗୁଥିଲା। ହେଲେ ଏବେ କେହି ଆମକୁ ଚାହୁଁ ନାହାନ୍ତି। ପୂର୍ବରୁ ୩-୪ ଜଣ କିନ୍ନର ଗୋଟିଏ କାର୍ଯ୍ୟକ୍ରମରେ ୨୦-୩୦ ହଜାର ଟଙ୍କା ଆୟ କରୁଥିବା ବେଳେ ସେଥିକୁ କିଛି ଅର୍ଥ ଗୁରୁଙ୍କୁ ଦେବା ପରେ ବି ଆମେ ଚଳିଯାଉଥିଲୁ। ହେଲେ ଏବେ ଏମିତି କାର୍ଯ୍ୟକ୍ରମ ତ ମିଳୁନାହିଁ ଯଦିଓ କେବେ ମିଳୁଛି ତେବେ ଖାଲି ହାତରେ ଫେରିବାକୁ ପଡୁଛି।


All Right Reserved By Dharitri.Com

ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗୁଳିମାଡ଼: ୧୨ ନିହତ

ପାନାମା ସିଟି, ୧୮।୧୨: ପାନାମାରେ ଏକ ଜେଲ୍‌ରେ ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।  କଏଦୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିବା ଜେଲ ପ୍ରଶାସନ...

ଚାଇନା ମହାକାଶକୁ ପଠାଇବ କୃତ୍ରିମ ଚନ୍ଦ୍ର: ଷ୍ଟ୍ରିଟ୍‌ ଲାଇଟ୍‌ ଆଉ ହେବନି ଆବଶ୍ୟକ

ବେଜିଂ,୧୫।୧୨: ଚାଇନା ମହାକାଶକୁ କୃତ୍ରିମ ଚନ୍ଦ୍ର ପଠାଇବ। ଏନେଇ ୨୦୧୮ରେ ଚାଇନା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ଏହି ଯୋଜନା ଅନ୍ତଗର୍ର୍ତ ପ୍ରଥମ...

ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧...

ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ପାଇଁ କବାଟ ନ ଖୋଲିବାରୁ ପଦରୁ ହଟିଲେ ୨୦ ଅଧିକାରୀ

ଇସ୍‌ଲାମାବାଦ,୨୪।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ପାଇଁ କବାଟ ନ ଖୋଲିବା କିଛି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ...

ନାଇଜେରିଆରେ ମିଳିତ ଅପରେଶନ୍‌: ୨୦ ଆତଙ୍କବାଦୀ ନିହତ

ଲାଗୋସ୍‌,୪।୬: ଦି ମଲ୍ଟି ନ୍ୟାଶନାଲ ଟାକ୍ସ ଫୋର୍ସ (ଏମ୍‌ଟିଜେଟିଏଫ୍‌)ର ମିଳିତ ଅପରେଶନରେ ନାଇଜେରିଆର ଏରିଜି, ମାଲକୋନୋରୀ, ତୁମବୁମ ରେଗୋ ଅଞ୍ଚଳରେ ପାଖାପାଖି ୨୦ ଆତଙ୍କବାଦୀଙ୍କ ମୃତ୍ୟୁ...

ସାପ, ବାଦୁଡିଙ୍କ ଦ୍ୱାରା ବ୍ୟାପୁଛି କୋରୋନା ଭାଇରସ !

ବେଜିଂ,୨୩।୧: ଚାଇନାରେ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି କୋରୋନା ଭାଇରସ। ଏବେ ଚାଇନାରେ ଏହି ଭାଇରସ ଆକ୍ରାନ୍ତରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୫୫୦ଜଣ...

କଶ୍ମୀରରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ଦେଖି ଟ୍ରମ୍ପଙ୍କୁ ଗୁହାରି କଲେ ଇମ୍ରାନ୍‌

ଇସଲାମାବାଦ,୫।୮: ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପେର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ...

ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର...

Leave a comment

Your email address will not be published. Required fields are marked *