Posted inଜାତୀୟ

ଅରୁଣାଚଳରେ ପୁଣି ଖଣ୍ଡୁ ସରକାର

ଇଟାନଗର, ୩୦ା୫(ପି.ଟି.): ଅରୁଣାଚଳ ପ୍ରଦେଶର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ଭାଜପା ନେତା ପେମା ଖଣ୍ଡୁ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଦୋର୍ଜି ଖଣ୍ଡୁ କନ୍‌ଭେନଶନ ସେଣ୍ଟରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ବ୍ରିଗେଡିୟର (ଅବସରପ୍ରାପ୍ତ) ବି.ଡି. ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ ଚୋନା ମୈନଙ୍କ ସମେତ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ କେ ସଙ୍ଗମା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନୈଫିଉ ରିଓ, ଓ୍ବାଇ ପାଟନ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ୍‌, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ, ଭାଜପା ସାଧାରଣ ସମ୍ପାଦକ ରାମ ମାଧବ ପ୍ରମୁଖ ଯୋଗଦେଇଥିଲେ। ଖଣ୍ଡୁଙ୍କ ନୂଆ କ୍ୟାବିନେଟରେ ପୂର୍ବ ମନ୍ତ୍ରିମଣ୍ଡଳର ୬ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଚୌନା ମୈନ, ଓ୍ବାଙ୍ଗକି ଲୋଓ୍ବାଙ୍ଗ, ହୋନ୍‌ଚୁନ୍‌ ଗଣ୍ଡମ୍‌, କାମଲୁଙ୍ଗ ମୋସାଙ୍ଗ, ଅଲୋ ଲିବାଙ୍ଗ ଏବଂ ବାମାଙ୍ଗ ଫେଲିକ୍ସ। ଏହାବ୍ୟତୀତ ପୂର୍ବରୁ ଉପବାଚସ୍ପତି ଥିବା ଟୁମକେ ବାଗ୍ରାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।
ପେମା ଖଣ୍ଡୁ ହେଉଛନ୍ତି ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜି ଖଣ୍ଡୁଙ୍କ ପୁଅ। ୨୦୧୧ ହେଲିକପ୍ଟର ଦୁର୍ଘଟଣାରେ ଦୋର୍ଜିଙ୍କ ପରଲୋକ ହୋଇଥିଲା। କ୍ରୀଡା ଓ ସଙ୍ଗୀତ ପ୍ରତି ଆଗ୍ରହୀ ଥିବା ପେମା ଖଣ୍ଡୁ ଅରୁଣାଚଳପ୍ରଦେଶ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଏହି ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ପଦ୍ମ ଫୁଟାଇବାରେ ତାଙ୍କର ବଡ଼ ଭୂମିକା ରହିଛି। ପେମା ପ୍ରଥମେ ନୋବୁମ ତୁକିଙ୍କ ସରକାରରେ ଜଳସମ୍ପଦ ମନ୍ତ୍ରୀ ଭାବେ ଯୋଗଦେଇଥିଲେ। ୨୦୧୬ ଜୁଲାଇରେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୫ ମାସ ମଧ୍ୟରେ ସେ ଓ ତାଙ୍କ ମନ୍ତ୍ରିମଣ୍ଡଳ ଦୁଇ ଥର ଦଳବଦଳ କରି କଂଗ୍ରେସରୁ ପିପୁଲ୍ସ ପାର୍ଟି ଅଫ୍‌ ଅରୁଣାଚଳ ଏବଂ ପରେ ଭାଜପାକୁ ଯାଇଥିଲେ।


All Right Reserved By

ଏନ୍‌ଡିଏ କି ୟୁପିଏକୁ ମିଳିବନି ସଂଖ୍ୟାଗରିଷ୍ଠତା :ଦେବେଗୌଡ଼ାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଏଥର କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କିମ୍ବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ। ଟିଏମ୍‌ସି ନେତ୍ରୀ ମମତା...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ମିଛ ଖବର ପ୍ରସାରଣ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୨ା୮(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ପରେ ଉପତ୍ୟକାରେ ଚାପା ଉତ୍ତେଜନା ଲାଗିରହିଛି। ଏଭଳି ସମ୍ବେଦନଶୀଳ ସମୟରେ କେତେକ ଗଣମାଧ୍ୟମ ମିଛ ଓ ମନଗଢ଼ା...

 ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର...

୧୦୦ କୋଟିର ବ୍ରାଉନ୍‌ ସୁଗାର ଜବତ

ଇମ୍ଫାଲ,୧ା୭:ମଣିପୁରର ଥୋଉବାଲ ଜିଲାରୁ ୧୧୧.୨ କେ.ଜି.ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଲିଲୋଙ୍ଗ ଗ୍ରାମରେ ବ୍ରାଉନ୍‌ ସୁଗାର ପ୍ରସ୍ତୁତି ଚାଲିଥିବାବେଳେ ନାର୍କୋଟିକ୍ସ ଆଣ୍ଡ ଆଫେୟାର୍ସ ଅଫ୍‌...

ଏମ୍ସରେ ଭର୍ତ୍ତି ହେଲେ ରାମଦେବଙ୍କ ମୁଖ୍ୟ ସହଯୋଗୀ

ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍‌ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌...

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

ଆତଙ୍କବାଦୀଙ୍କ ମୃତଦେହ ନେଇ ଯିବାକୁ ପାକିସ୍ତାନକୁ ଭାରତ ଦେଲା ପ୍ରସ୍ତାବ

ଶ୍ରୀନଗର,୪।୮: ଜମ୍ମୁ-କଶ୍ମୀର କେରନ୍‌ ସେକ୍ଟରରେ ଭାରତୀୟ ସେନାଙ୍କ ଗୁଳିରେ ବ୍ୟାଟ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ମୃତଦେହ ନେଇଯିବାକୁ ଭାରତ ପାକିସ୍ତାନକୁ ପ୍ରସ୍ତାବ ଦେଇଛି। ଏଥିପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *