ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଜୟପୁରର ଏକ ସିନେମାଘରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଫିଲ୍ମରେ ରାଜା ସୁରଜମଲ୍‌ଙ୍କ ଚରିତ୍ରକୁ ନେଇ ଭୂଲ ଚିତ୍ରଣ କରାଯାଇଛି ବୋଲି ଜାଟ ବଂଶଜ ଅଭିଯୋଗ କରିଛନ୍ତି। ଏହା ଜାଟମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସେମାନେ କହିଛନ୍ତି। ସେହିପରି ଉତ୍ତରପ୍ରଦେଶ ଆଗ୍ରାରେ ଜାଟ ସମ୍ପ୍ରଦାୟର ଲୋକମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପୋଷ୍ଟର ଧରି ଫିଲ୍ମ ବ୍ୟାନ ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତେ କଳା ଓ ସଂସ୍କୃତିକୁ ସମ୍ମାନ କରିବା ଉଚିତ, କିନ୍ତୁ କାହାର ଭାବନାକୁ ଆଘାତ ପହଞ୍ଚାଇବା କଥା ନୁହେଁ, ଏ ସମ୍ବନ୍ଧରେ ବିରୋଧ ପ୍ରଦର୍ଶନକାରୀଙ୍କ ସହ କଥାବାର୍ତ୍ତା ହୋଇ ସମାଧାନର ବାଟ ବାହାର କରିବା ଉଚିତ ବୋଲି ଗେହଲଟ କହିଛନ୍ତି।


All Right Reserved By Dharitri.Com

ବ୍ୟାନ୍‌କୁ ବେଖାତିର: ୩ ବର୍ଷରେ ଭାରତରେ ୭ ହଜାର କୋଟି ନିବେଶ କରିବ ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୦।୪: ଭାରତରେ ଟିକ୍‌ ଟକ୍‌ ଆପ୍‌କୁ ବ୍ୟାନ୍‌ କରାଯିବା ପରେ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ବାଇଟ୍‌ ଡ୍ୟାନ୍ସ୍‌ ଟେକ୍ନୋଲୋଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହାକୁ...

୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ

କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି।...

ମୁହଁ ଖୋଲିଲେ ମୌନି

ମୁମ୍ବାଇ: ଟେଲିଭିଜନ ନାୟିକା ମୌନି ରାୟ ଦୁବଇର ଜଣେ ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କୁ ଡେଟ୍‌ କରୁଛନ୍ତି ବୋଲି କିଛିଦିନ ହେବ ଆଲୋଚନା ହେଉଥିଲା। ଏମିତିକି ମୌନି...

ସମ୍ପର୍କୀୟଙ୍କ ଅଭିଯୋଗ: ୭ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଆଉ ଟଙ୍କା ନ ଥିବା ଜାଣି ଜୀବିତଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଲକ୍ଷ୍ନୌ,୨।୭: ଡାକ୍ତର ଜଣେ ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀୟମାନେ ମୃତଦେହ ସଂସ୍କାର କରିବାକୁ ନେବା ପୂର୍ବରୁ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା। ମୃତ...

ମା’ ଶ୍ରୀଦେବୀଙ୍କ ପରି ଶାଢ଼ିରେ ସୁନ୍ଦର ଦିଶୁଛନ୍ତି ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ମାନଙ୍କ ନିକଟତର ହେବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର...

ଭାଜପା ଉପରେ ରାଗିଲେ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା

ନୂଆଦିଲ୍ଲୀ,୨୭।୪: ଗୁରୁଦାସପୁରର ପୂର୍ବତନ ଭାଜପା ଏମ୍‌ପି ତଥା ବଲିଉଡ ନାୟକ ସ୍ବର୍ଗତଃ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ଭାଜପା ଉପରେ ଖପ୍ପା ହୋଇଛନ୍ତି। ସେ...

୧୨୫ ବର୍ଷ ଧରି ଏହି ଗାଁରେ ଅନୁଷ୍ଠିତ ହୋଇଆସୁଛି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ

ଭୋପାଳ,୭।୭: ମଧ୍ୟପ୍ରଦେଶ ଦମୋହ ଜିଲାରେ ଗତ ୧୨୫ ବର୍ଷ ଧରି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ବକାୟନ ଗାଁରେ ଏହି ଉତ୍ସବ ପ୍ରତିବର୍ଷ...

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।...

Leave a comment

Your email address will not be published. Required fields are marked *