Posted inଜାତୀୟ

ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗ୍ରହଣ କରିବାକୁ ଯାଉଥିବାବେଳେ ଦଳର ସାଙ୍ଗଠନିକ ଦାୟିତ୍ୱ ବରିଷ୍ଠ ଭାଜପା ନେତା ଜେ. ପି. ନଡ୍ଡାଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ଜଣାପଡ଼ିଛି। ୫୫ ବର୍ଷୀୟ ନଡ୍ଡା ଜଣେ ବ୍ରାହ୍ମଣ ଓ ରାଜ୍ୟ ସଭା ସାଂସଦ। ଦଳର ଜଣେ ବିଶିଷ୍ଟ କୂଟନୀତିଜ୍ଞଭାବେ ନଡ୍ଡା ଜଣାଶୁଣା। ୟୁପି ନିର୍ବାଚନ ଦାୟିତ୍ୱ ନେଇଥିବା ନଡ୍ଡାଙ୍କୁ ସଫଳତା ମିଳିଥିଲା। ଦଳ ଏଠାରୁ ମୋଟ ୮୦ରୁ ୬୨ ଆସନ ଜିତିବାରେ ସଫଳ ହେଲା।
ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷାଲାଭ କରିବା ପରେ ସେ ପାଟ୍‌ନା କଲେଜ୍‌ରେ ବିଏ ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି କରିଥିଲେ। ହିମାଚଳ ପ୍ରଦେଶରେ ୩ ଥର ବିଧାୟକ ହେବା ପରେ ରାଜ୍ୟ ସଭାକୁ ଆସିଥିଲେ। ୨୦୧୪ରେ ମୋଦି କ୍ୟାବିନେଟରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏବେ ଶାହଙ୍କ ପରେ ତାଙ୍କୁ ଦଳର ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ପଡ଼ିବ। ଆଗକୁ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଥିବାବେଳେ ଭାଜପାର ‘ଅପରେଶନ ସାଉଥ୍‌’, ସେପ୍ଟେମ୍ବରରେ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ବିଧାନସଭା ଭୋଟ ସହ ଦଳୀୟ ରଣନୀତି ଓ ସଙ୍ଗଠନ ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟିକରିବ ବୋଲି କୁହାଯାଉଛି।


All Right Reserved By Dharitri.Com

ମୌସୁମୀ ଆସିବା ପରେ ମଧ୍ୟ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ରହିଛି ଘୋର ଜଳ ସଙ୍କଟ

ନୂଆଦିଲ୍ଲୀ,୧୦।୬: ପ୍ରାୟ ୨ ଦିନ ହେବ ମୌସୁମୀ କେରଳ ଛୁଇଁଥିବା ବେଳେ ଏହାର ପ୍ରଭାବରେ କେରଳ ଓ ଏହାର ଆଖପାଖ ରାଜ୍ୟରେ ବର୍ଷା ହୋଇଛି। ହେଲେ...

ଏଥର ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ,୧୫।୫: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ବିଳମ୍ବରେ କେରଳ ଛୁଇଁବ। ସାଧାରଣତଃ ଏହା ଜୁନ୍‌ ୧ରେ କେରଳ ଛୁଉଁଥିବା ବେଳେ...

ରେଲଓ୍ବେ ଟ୍ରାକ୍‌ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ଯମରାଜା

ମୁମ୍ବାଇ,୭।୧୧: ଯମରାଜା କଥା କହିଲେ ଲୋକେ ଶିହିରି ଉଠିବା ସହ ଯେତେ ସମ୍ଭବ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ତାଙ୍କୁ ସ୍ବଚକ୍ଷୁରେ କେହି ଦେଖି ନ...

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା...

ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ: କିଲୋ ପ୍ରତି ଦର୧୫୦ଟଙ୍କା

ନୂଆଦିଲ୍ଲୀ,୧୭।୧୨: ନିକଟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ପିଆଜ ଦର ପୁଣି ଆକାଶଛୁଆଁ ହୋଇଛି। କାରଣ ବର୍ଷା ଯୋଗୁ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର...

ଟିକ୍‌ଟକ୍‌ରୁ ୬୦ ଲକ୍ଷ ଭିଡିଓ ହଟିଲା

ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍‌ଟକ୍‌ ନିଶା ଘାରିଛି। ଏବେ ଭାରତରେ...

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ...

ସ୍ବଚ୍ଛତା ଭାରତ ମିଶନ ପାଇଁ ୧୨,୩୦୦ କୋଟି ଏବଂ ଜଳ ଜୀବନ ମିଶନ ଲାଗି ୧୧,୫୦୦ କୋଟି ବ୍ୟୟ ଅଟକଳ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ କେନ୍ଦ୍ରୀୟ ବଜେଟରେ ସ୍ବଚ୍ଛତା ଭାରତ ମିଶନ ପାଇଁ ୧୨,୩୦୦ କୋଟି ଏବଂ ଜଳ ଜୀବନ ମିଶନ ଲାଗି ୧୧,୫୦୦ କୋଟି ବ୍ୟୟ...

Leave a comment

Your email address will not be published. Required fields are marked *