ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ଆଗ ଥଇଥାନ କର, ପରେ ଉଚ୍ଛେଦ, ଥାନା ଘେରାଉ କଲେ ଦୁଇ ସଂଘ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ସହଜ ହେବା ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପାଇଁ ସୋମବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଛେଦର ଦ୍ୱିତୀୟ ଦିନରେ ଜନଅସନ୍ତୋଷ ଦେଖାଯାଇଛି। ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ଏନେଇ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଲିଙ୍ଗରାଜ ଥାନା ଘେରାଉ କରାଯାଇଛି। ସୂଚନାଯୋଗ୍ୟ, ଉଚ୍ଛେଦର ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖ ତଥା ପୂର୍ବପାର୍ଶ୍ୱରୁ ଜବରଦଖଲ ହଟାଯାଇଛି। ୧୮ କ୍ୟାବିନ, ୧୧ ଫାଷ୍ଟଫୁଡ ଦୋକାନ, ୧୮ ଉଠା ଦୋକାନ, ୪ ଅସ୍ଥାୟୀ ଘର, ୫ ଘରର ଆଜବେଷ୍ଟସ୍‌, ୨ ପିଣ୍ଡି, ଭଜନ ମଣ୍ଡପକୁ ଲାଗି ରହିଥିବା ଛୋଟ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମିଳିତ ଉଚ୍ଛେଦ ଟିମ୍‌ରେ ବିଏମସି, ବିଡିଏ, ଜିଏ, ଆର୍‌ ଆଣ୍ଡ ବି ଓ କମିଶନରେଟ ପୋଲିସ ସାମିଲ ରହିଛି। ମଙ୍ଗଳବାର ବିନ୍ଦୁସାଗରରୁ ବଢେଇବାଙ୍କ ଛକ ଯାଏ ଉଚ୍ଛେଦ କରାଯିବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ଗଣତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ ରହିଛନ୍ତି ସେମାନଙ୍କ ସଂଖ୍ୟା ଗଣତି ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏ...

୩୧ ପର୍ଯ୍ୟନ୍ତ ବନ୍ଦ ରହିଲା ଡିଏଲ୍‌, ଏଲ୍‌ଏଲ୍‌ ଟେଷ୍ଟ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ଆର୍‌ଟିଓ କାର୍ଯ୍ୟାଳୟରେ ବୁଧବାରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ବନ୍ଦ ରହିବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ...

ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ପ୍ରାୟ ଦେଢ଼ ଘଣ୍ଟା ଧରି ଘଡ଼ଘଡ଼ି ଜାରି ରହିଥିଲା। ଫଳରେ ରାଜଧାନୀର ବିଭିନ୍ନ...

ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ...

CORONAVIRUS UPDATE: ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ମୃତ୍ୟୁର ଆଁ ମେଲିଥିଲା: ରହସ୍ୟମୟ ପାଣି ସମ୍ପ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସତେ ଯେମିତି ମୃତ୍ୟୁର ଆଁ ମେଲି ରହିଥିଲା ସେହି ନିର୍ମାଣାଧୀନ ଘରର ପାଣି ସମ୍ପ୍‌। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌...

ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି...

Leave a comment

Your email address will not be published. Required fields are marked *