ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର,୧୦।୧୨(ଡି.ଏନ.ଏ): ଚୌଦ୍ୱାର ସର୍କଲ ଜେଲରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ମାଳିସାହି ଗ୍ରାମର ଦେବ ପ୍ରକାଶ ବେହେରା(୨୧)। ଜେଲ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାରେ କରିଥିବା ଲିଖିତ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଜେଲ ପରିସରରେ ଥିବା ଏକ ଆମ୍ବ ଗଛରେ ଦେବ ବେକରେ ଏକ ଗାମୁଛା ଗୁଡ଼ାଇ ଆମତ୍ହତ୍ୟା କରିଥିଲେ। କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କଏଦୀ ଜଣକ କାହଁିକି ଓ କେଉଁ ପରିସ୍ଥିତିରେ ଏଭଳି କଲେ ତାହା ଜଣାପଡି ନାହଁି। ଏଠାରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଏଭଳି ଘଟଣାକୁ ନେଇ ଜେଲର ସୁରକ୍ଷା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଜୁନ ୨୦ତାରିଖରେ ତୃତୀୟ ଅତିରିକ୍ତ ଦୌରାଜଜ୍‌ଙ୍କ ପୋକ୍‌ସୋ କୋର୍ଟରୁ ଦେବ ଚୌଦ୍ୱାର ଜେଲକୁ ଆସିଥିଲେ।


All Right Reserved By Dharitri.Com

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ୧୪ ଜିଲାକୁ ସଂପ୍ରସାରଣ ହେଲା ଲକ୍‌ଡାଉନ୍‌। ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍‌ଡାଉନ୍‌ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍‌ଡାଉନ୍‌...

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ: ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସମ୍ମାନଜନକ ଜୀବନ ବଞ୍ଚିବା ପ୍ରତ୍ୟେକ ଶିଶୁର ମୌଳିକ ଓ ଜନ୍ମଗତ ଅଧିକାର। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ କେବଳ ସରକାର ନୁହନ୍ତି, ସାମାଜିକ ଅନୁଷ୍ଠାନ...

ରାଜ୍ୟରେ ଖୋଲିବ ୬ ନୂଆ କୋର୍ଟ: କଟକରେ ୪, ଭଦ୍ରକରେ ୨ରେ ପହଞ୍ଚିବ କୋର୍ଟ ସଂଖ୍ୟା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ କୋର୍ଟ ଖୋଲିବ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷଠାରୁ ଏହି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ ଦେଲେ ସବୁ ମନ୍ତ୍ରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ...

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ...

ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମାନସମନ୍ଥନ କାର୍ଯ୍ୟକ୍ରମ:ନାଗରିକ କୈନ୍ଦ୍ରିକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟର ଜନସାଧାରଣଙ୍କ ନିକଟରେ ପ୍ରଶାସନ ଉତ୍ତରଦାୟୀ। ନାଗରିକ କେନ୍ଦ୍ରିକ ପ୍ରଶାସନ ପାଇଁ ସମସ୍ତ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର...

ଦୁଇ ଗାଁକୁ ଯୋଡ଼ିଛି କାଠପୋଲ

ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ।...

Leave a comment

Your email address will not be published. Required fields are marked *