ଚଳିତବର୍ଷ ଧାନ ସଂଗ୍ରହ ବଢ଼ିଛି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ଭଲ ବର୍ଷା ଦେଇଛି। ରାଜ୍ୟର ମୁଖ୍ୟ ଫସଲ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ଖରିଫ ଋତୁରେ ରାଜ୍ୟ ସରକାର ଗତବର୍ଷ ତୁଳନାରେ ୨୮ ପ୍ରତିଶତ ଧାନ ଅଧିକ ସଂଗ୍ରହ କରିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୭ ତାରିଖ ସୁଦ୍ଧା ଚାଷୀଙ୍କ ଠାରୁ ୩୯ ଲକ୍ଷ ୬୮ ହଜାର ୪୬୫ କୁଇଣ୍ଟାଲ ଧାନ ସଂଗ୍ରହ କରି ସାରିଛନ୍ତି । ଏହି ସମୟ ସୁଦ୍ଧା ୨୦୧୮ରେ ୩୦ ଲକ୍ଷ ୮୯ ହଜାର ୯୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ମଣ୍ଡିରୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୨୮ ପ୍ରତିଶତ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା କରାଯାଇଛି। ଚାଷୀମାନଙ୍କୁ ଅନ୍‌ଲାଇନ ପଞ୍ଜୀକୃତ କରିବା ସହ ପି-ପାସ ବ୍ୟବସ୍ଥା ଓ ଆଗୁଆ ଟୋକନ ଦେବା ବ୍ୟବସ୍ଥା ଯୋଗୁ ଧାନ କ୍ରୟରେ ବୃଦ୍ଧି ଘଟିଛି ବୋଲି ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ ୭ ତାରିଖ ସୁଦ୍ଧା ୧୮ଟି ଜିଲାର ୧ ହଜାର ୧୧୮ଟି ମଣ୍ଡିରେ ୨ଲକ୍ଷ ୪୩ ହଜାର ୨୧୯ ଜଣ ଚାଷୀଙ୍କୁ ଆଗୁଆ ୨ ଲକ୍ଷ ୪୯ ହଜାର ୯୩୨ ଟି ଟୋକନ ପ୍ରଦାନ କରାଯାଇଛି। ଚଳିତ ଖରିଫ ଋତୁରେ ବରଗଡ଼ ଜିଲାରୁ ସର୍ବାଧିକ ୨୬ ହଜାର ୬୦୮ ଜଣ ଚାଷୀଙ୍କଠାରୁ ୧୮ ଲକ୍ଷ ୩୪ ହଜାର ୨୧୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାବେଳେ ବଲାଙ୍ଗୀର ଜିଲାର ୩ ହଜାର ୯୫୯ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୮୩ ହଜାର ୩୫୯ କୁଇଣ୍ଟାଲ, ବୌଦ୍ଧ ଜିଲାର ୨୮୬ ଚାଷୀଙ୍କ ଠାରୁ ୧୪ ହଜାର ୭୮୯ କୁଇଣ୍ଟାଲ, କଳାହାଣ୍ଡି ଜିଲାର ୭ ହଜାର ୨୭୫ ଜଣ ଚାଷୀଙ୍କ ମଧ୍ୟରୁ ୪ ଲକ୍ଷ ୯୬ ହଜାର ୭୧୮ କୁଇଣ୍ଟାଲ, କୋରାପୁଟ ଜିଲାର ୧ ହଜାର ୮୩୯ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୨୬ ହଜାର ୬୪୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ମାଲକାନଗିରି ଜିଲାର ୪ ହଜାର ୭୧୨ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୮୩ ହଜାର ୨୩୩ କୁଇଣ୍ଟାଲ, ନବରଙ୍ଗପୁର ଜିଲାର ୧ ହଜାର ୨୧୧ ଜଣ ଚାଷୀଙ୍କଠାରୁ ୭୮ ହଜାର ୪୦୨ କୁଇଣ୍ଟାଲ, ନୂଆପଡ଼ା ଜିଲାର ୨ହଜାର ୯୮୧ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୨୮ ହଜାର ୯୮୬ କୁଇଣ୍ଟାଲ, ସମ୍ବଲପୁର ଜିଲାର ୪ହଜାର ୭୬୬ ଜଣଙ୍କ ଠାରୁ ୪ ଲକ୍ଷ ୨୮ ହଜାର ୯୪୮ କୁଇଣ୍ଟାଲ ଏବଂ ସୁବର୍ଣ୍ଣପୁର ଜିଲାର ୪ ହଜାର ୩୧୮ ଚାଷୀଙ୍କଠାରୁ ୩ ଲକ୍ଷ ୬୭ ହଜାର ୭୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ଧାନ କିଣା ବାବଦକୁ ରାଜ୍ୟ ସରକାର ୫୨ ହଜାର ୯୨୬ ଚାଷୀଙ୍କୁ ୫୮ କୋଟି ୩୭ ଲକ୍ଷ ୫୦ ହଜାର ୮୪୮ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।


All Right Reserved By Dharitri.Com

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ୨ୟ ଡ୍ରାଇଭର ମୃତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି...

କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ କହିଲେ‘ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି’

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରଥମେ ତଥ୍ୟ ପ୍ରକାଶ ପାଇବା ପରେ ଏବେ ଏହା ମାତ୍ର...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ

କଟକ ଅଫିସ,୧୨।୨: ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ(୮୫)ର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ବାସଭବନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ...

ଅନ୍ଧାରରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଠେଲି ହୋଇଯାଇଛି। ମହାବିଦ୍ୟାଳୟର ୩୮୦ ଛାତ୍ରୀଛାତ୍ର ବର୍ତ୍ତମାନ...

ସଙ୍କଟରେ କୁମ୍ଭାକାରଙ୍କ କୌଳିକ ବୃତ୍ତି

ଜୟପୁର, ୭ା୩ (ନି.ପ୍ର) କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମ୍ଭାରପୁଟ କୁମ୍ଭାରଙ୍କ ପାଇଁ ପ୍ରସିଦ୍ଧ। କିନ୍ତୁ ଗ୍ରାମରେ ରହୁଥିବା ୨ ପରିବାରଙ୍କ ଜୀବନ ଜୀବିକା...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

Leave a comment

Your email address will not be published. Required fields are marked *