ଜାଲରେ ଫସିଲେ ଦୁଇ ବିଷଧର ସାପ : ଚନ୍ଦନ ବୋଡ଼ାକୁ ଗିଳିଲା ନାଗ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) – ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କଉଡ଼ିଖଣି ଗ୍ରାମରେ ପଦନି ସାହୁଙ୍କ ଘର ଚାରିପଟେ ଘେରାଯାଇଥିବା ଜାଲରେ ଏକ ବଡ଼ ନାଗ ସାପ ପଡି ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସାପ ଉଦ୍ଧାର ପାଇଁ ସ୍ନେକ୍‌ ହେଲ୍ପ୍‌ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସୁଶାନ୍ତ ପ୍ରଥମେ ଏହାକୁ ଏକ ସାଧାରଣ ଘଟଣା ବୋଲି ଭାବି ଜାଲକୁ କାଟି ନାଗସାପକୁ ଖୋଲା ଜାଗାକୁ ଆଣିଲେ। କିଛି ସମୟ ଭିତରେ ସାପଟିର ପେଟ ଫୁଲିଥିଲା ଓ ସେ ଗିଳିଥିବା ଖାଦ୍ୟକୁ ବାନ୍ତି କରିବାକୁ ଉଦ୍ୟମ କଲା। କିନ୍ତୁ ତା’ ପାଟି ଏବଂ ଦାନ୍ତରେ ଜାଲର ସୂତା ଛନ୍ଦି ହୋଇଥିବାରୁ ଖାଦ୍ୟଟିକୁ ବାନ୍ତି କରିପାରି ନ ଥିଲା। ଏହାଦେଖି ସୁଶାନ୍ତ ଧୀରେ ଧୀରେ ପାଟିରୁ ଜାଲ ସୂତାକୁ କାଟିବାରେ ଲାଗିଲେ ଏବଂ ସାପଟି ବାନ୍ତି କରିବାକୁ ଆରମ୍ଭ କଲା। ପ୍ରଥମେ ନାଗର ପାଟିରୁ ଗିଳିଥିବା ଅନ୍ୟ ଏକ ସାପର ଲାଞ୍ଜ ଦେଖାଗଲା। ଉକ୍ତ ସାପଟିରେ ମଧ୍ୟ ଜାଲ ଛନ୍ଦି ହୋଇ ରହିଥିବାରୁ ନାଗ ପାଟିରୁ ବାହାରିବା ସମ୍ଭବପର ହେଉ ନ ଥିଲା। ତେଣୁ ସୁଶାନ୍ତ ନାଗ ପାଟି ଭିତରେ ଥିବା ସାପର ଜାଲକୁ ଧୀରେ ଧୀରେ ବାହାରକୁ ଆଣି କାଟିଥିଲେ। ଏହାପରେ ନାଗ ସମ୍ପୂର୍ଣ୍ଣ ସାପଟିକୁ ବାନ୍ତି କରିଥିଲା। ପରେ ଜଣାପଡିଲା ଯେ ନାଗ ଗିଳିଥିବା ସାପଟି ୩ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏକ ବିଷଧର ଚନ୍ଦନ ବୋଡ଼ା। ଏହି ଘଟଣାକୁ ଚମତ୍କାର ଘଟଣା ବୋଲି ବର୍ଣ୍ଣନା କରି ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ନାଗସାପ ଚନ୍ଦନବୋଡ଼ାକୁ ଶିକାର କରିବା ବା ଗିଳିବା ନୂଆ କଥା ନୁହେଁ। କିନ୍ତୁ ଜାଲରେ ପଡ଼ିଥିବା ଏକ ଚନ୍ଦନବୋଡ଼ାକୁ ନାଗଟି ଗିଳି ନିଜେ ସେହି ଜାଲରେ ଫସିବା ସମ୍ଭବତଃ ବିରଳ ଘଟଣା। ନାଗସାପର ବିଷ ନ୍ୟୁରୋଟକ୍ସିକ ଅର୍ଥାତ୍‌ ସ୍ନାୟୁ ପ୍ରଭାବୀ ଏବଂ ଚନ୍ଦନବୋଡ଼ା ବିଷ ହେମୋଟକ୍ସିକ ଅର୍ଥାତ୍‌ ରକ୍ତ ସଞ୍ଚାଳନ ପ୍ରଭାବୀ। ନାଗ ସାପ କାମୁଡ଼ିଲେ ଦ୍ରୁତଗତିରେ ଲକ୍ଷଣ ପ୍ରକାଶ ପାଇବା ସହ ଜନ୍ତୁଟିର ଶୀଘ୍ର ମୃତ୍ୟୁ ଘଟିଥାଏ। ତେଣୁ ନାଗ ଏବଂ ଚନ୍ଦନବୋଡା ଲଢ଼େଇରେ ସର୍ବଦା ନାଗ ହିଁ ବିଜୟୀ ହେବାର ନଜିର ରହିଛି ବୋଲି ଶୁଭେନ୍ଦୁ କହିଛନ୍ତି।


All Right Reserved By Dharitri.Com

ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ...

ବିଦ୍ୟୁତ୍‌ ମରାମତିବେଳେ ଠିକା ମିସ୍ତ୍ରି ଜଳିଯିବା ଘଟଣା : -ମାରିଦେବା ପରେ ପୋଲିସ ଲଗାଇ ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର, ୧୭ା୫(ବ୍ୟୁରୋ)- ରାଜଧାନୀକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଇବା ପାଇଁ ଭୋକଶୋଷ ଭୁଲି ମରାମତିରେ ଲାଗି ପଡିଥିଲେ ବହୁ ଠିକା ମିସ୍ତ୍ରି ଓ ଶ୍ରମିକ। ବାତ୍ୟାବିପନ୍ନଙ୍କ ପାଇଁ...

ଆଜିଠୁ ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା

ପୁରୀ ଅଫିସ୍‌, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା...

୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ: ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ହେବେ ସମ୍ମାନିତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ପଲ୍ଲୀବାଣୀ ମିଶନ ପକ୍ଷରୁ ଅଗଷ୍ଟ ୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବର ସ୍ପିକର ହଲ୍‌ରେ ହେବାକୁ ଥିବା ଏହି...

ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ନୂଆ ମୋଟର ଯାନ ଆଇନ ଅନୁଯାୟୀ ଲୋକଙ୍କୁ କିଭଳି ସେମାନଙ୍କ ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ମଙ୍ଗଳବାର...

୨ଦିନ ବିଧାନସଭା ଛୁଟି

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶନିବାର ଓ ରବିବାର ଦୁଇଦିନ ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରୀତ...

ନଭେମ୍ବର ୨୧ରେ ଓଟିଇଟି ପରୀକ୍ଷାଫଳ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆସନ୍ତା ନଭେମ୍ବର ୨୧ରେ ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା...

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *