ମନ୍ଦୋରଧରଙ୍କ ମନ ଦହି ପଖାଳରେ: ଗାଁକୁ ବିପଦ ଆସିଲେ ଶୁଭେ ବଂଶୀ ସୁର

ବଅଁରପାଳ, ୩୦।୫: ଗଡ଼ଦୁର୍ଗ ଭାବେ ପରିଚିତ ବଅଁରପାଳ ବ୍ଲକ ବଳରାମପ୍ରସାଦର ପାଟଣା ଠାରେ ରହିଛି ଅନେକ ଦେବଦେବୀ ପୀଠ। ହେଲେ ପ୍ରଭୁ ମନ୍ଦୋରଧର ସେଥିରୁ ଅନ୍ୟତମ। ବିଷ୍ଣୁଙ୍କ ଅବତାର ଭାବେ ରାଜାରାଜୁଡ଼ା ଅମଳରୁ ଠାକୁର ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ୍ଷ ଈଶ୍ୱର ବୋଲି ବିଶ୍ୱାସ କରାଯାଉଥିବା ମନ୍ଦୋରଧରଙ୍କ ଏହି ପୀଠ ଅତ୍ୟନ୍ତ ମନଲୋଭା ପରିବେଶ ମଧ୍ୟରେ ରହିଛି। କଳା ଚକ୍‌ଚକ ମୁଗୁନି ପଥରରେ ଶୋଭିତ ମନ୍ଦରଧରଙ୍କ ସହ ରହିଛନ୍ତି ୩୩ କୋଟି ଦେବତା। କୃଷ୍ଣଙ୍କ ବାଲ୍ୟଲୀଳାର ଦୃଶ୍ୟ ମଧ୍ୟ ରହିଛି ଏହି ପଥର ମୂର୍ତ୍ତି ମଧ୍ୟରେ।
ଗ୍ରାମର ବୟସ୍କମାନଙ୍କ କହିବା ଅନୁସାରେ, ୫ ଶହ ବର୍ଷ ପୂର୍ବେ ପ୍ରଭୁ ଏଠାରେ ବିରାଜମାନ ହୋଇଥିଲେ। ଅନୁଗୋଳ ରାଜାଙ୍କ ଏକ ଯଜ୍ଞ କାର୍ଯ୍ୟ ସଫଳ ହେବା ପାଇଁ ପୁରୀ ଜଗନ୍ନାଥ ଧାମରୁ ରାଜାଙ୍କ ସୈନ୍ୟମାନେ ପ୍ରଭୁ ମନ୍ଦୋରଧରଙ୍କୁ ହାତୀ ଉପରେ ବସାଇ ଅନୁଗୋଳ ଆଣୁଥିଲେ। ମାତ୍ର ବଳରାମପ୍ରସାଦଠାରେ ହାତୀ ଅଟକି ଯାଇଥିଲା। ଗୋଟିଏ ରାତ୍ରି ହାତୀ ଉପରେ ଠାକୁର ବିଶ୍ରାମ ନେଇଥିଲେ। ସକାଳେ ସୈନ୍ୟମାନେ ଯେତେ ଉଠାଇଲେ ମଧ୍ୟ ହାତୀ ଆଉ ଉଠି ପାରି ନ ଥିଲା। ଏହାପରେ ଗ୍ରାମର ମୁଖିଆଙ୍କୁ ଠାକୁର ମନ୍ଦୋରଧର ଏଠାରେ ପୂଜା ପାଇବେ ବୋଲି ସ୍ବପ୍ନାଦେଶ ହେଲା। ସେହିଦିନ ଠାରୁ ଗ୍ରାମବାସୀ ଠାକୁରଙ୍କୁ ଏଠାରେ ରଖି ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରଥମେ ଏକ ଚାଳ ଛପର ଘରେ ପୂଜା ହେଉଥିଲା। ପରେ ଗ୍ରାମବାସୀ ଆସ୍ଥାନସ୍ଥଳ ନିର୍ମାଣ କରିଥିଲେ। ଏବେ ଠାକୁର ମନ୍ଦିରରେ ପୂଜା ପାଉଛନ୍ତି। ଠାକୁରଙ୍କ ମହିମା ଏତେ ଯେ ଆକ୍ରମଣ କରିଥିବା କଳା ପାହାଡ଼ ମୂର୍ତ୍ତି ନେବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ପ୍ରଭୁ ମନ୍ଦୋରଧରଙ୍କ ନିକଟରେ ବହୁ ଭକ୍ତ ଅଧିଆ ପଡ଼ନ୍ତି। ବିଶେଷକରି ଦହି ପଖାଳ ଲାଗି ପାଇଁ ମାନସିକ କଲେ ପ୍ରଭୁ ଭକ୍ତଙ୍କ ମନବାଞ୍ଛା ପୂରଣ କରନ୍ତି ବୋଲି ପୂଜକ ମୁରଲୀ ମହାପାତ୍ର(୭୦) କହିଛନ୍ତି। ସେହିପରି ରାତିରେ ପ୍ରଭୁଙ୍କ କଠଉ ଶବ୍ଦ ଓ ବଂଶୀ ସୁର ଶୁଭିଲେ ଗ୍ରାମ ପ୍ରତି ବିପଦ ରହିଥିବା ବିଶ୍ୱାସ କରାଯାଏ ବୋଲି ଗ୍ରାମର କୁତାର୍ଥ ଚନ୍ଦ୍ର ସିଂ କହିଛନ୍ତି। ଚକ୍ରଧର ମହାପାତ୍ର କହିଛନ୍ତି, ଦୈନିକ ଦେଢ଼ମାଣ ଚାଉଳରେ ଠାକୁରଙ୍କ ନୀତି ହୋଇଥାଏ। ଭକ୍ତମାନେ ଏଠାରେ ପ୍ରସାଦ ସେବନ କରନ୍ତି। କେବେ ବି କୌଣସି ଶ୍ରଦ୍ଧାଳୁ ଏଠାରୁ ଉପବାସରେ ଫେରିନାହାନ୍ତି। ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ତିଥିରେ ପ୍ରଭୁଙ୍କ ବଡ଼ ଉତ୍ସବ ପାଳିତ ହୁଏ। ଏଥିପାଇଁ ଗ୍ରାମବାସୀ ଏକାଠି ହୋଇ ବଡ଼ ଧରଣର ଆୟୋଜନ କରିଥାନ୍ତି ବୋଲି ମହାପାତ୍ର କହିଛନ୍ତି।
(ଉପେନ୍ଦ୍ର ରାଉତ)


All Right Reserved By

ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି...

ଚଳିତବର୍ଷ ୩୮ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର, ୩୦।୭(ବ୍ୟୁରୋ):ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ପ୍ରଶ୍ନକାଳବେଳେ ଆଇନ୍‌ ମନ୍ତ୍ରୀ...

ସମଗ୍ର ଶିକ୍ଷା ସମୀକ୍ଷା : ୨୬ ସ୍କୁଲର ଉନ୍ନତି ପାଇଁ ପାରାମିଟର ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଶୁକ୍ରବର ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ...

ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଭାରତର ପ୍ରଥମ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର କଲେ ଶୁଭାରମ୍ଭ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। ଦିନିକିଆ ବ୍ରହ୍ମପୁର ଗସ୍ତରେ...

ଆର୍‌ପିଏଫ୍‌ର ‘ସକ୍ଷମ’ ଟ୍ରେନିଂ: ଯାତ୍ରୀଙ୍କୁ କରିବ ମାର୍ଜିତ ବ୍ୟବହାର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ରେଳ ସୁରକ୍ଷା ବଳ(ଆରପିଏଫ୍‌) ପକ୍ଷରୁ ସୋମବାରଠାରୁ ୫ଦିନିଆ ‘ସକ୍ଷମ’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରପିଏଫ୍‌ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର...

ଆନ୍ତଃ ଜିଲା ସିଂଗଝର ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ :ପ୍ରଥମ ଦିବସରେ କାପସି, ମାନିଗାଁ ବିଜୟୀ

ସିନାପାଲି,୨୧।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ସିଂଗଝର ଫୁଟବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ କାପସି ବନାମ ଚଟିଆଗୁଡା ଓ ମାନିଗାଁ...

କାମରେ ଆସୁନି ଆଇନ : ଖୋଲାଖୋଲି ଚାଲିଛି ଗୁଟ୍‌ଖା ବ୍ୟବସାୟ

କାମାକ୍ଷାନଗର, ୨।୬- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ଗୁଟ୍‌ଖା ଏବଂ ତମାଖୁ ବ୍ୟବସାୟ ବଢ଼ିବାରେ ଲାଗିଛି। ଆଇନଗତ କଟକଣା ସତ୍ତ୍ୱେ ଏହାକୁ ଦେଖିବାକୁ...

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *