Posted inଜାତୀୟ

ଜୋରଜବରଦସ୍ତି ପାର୍ଲାମେଣ୍ଟକୁ ଭିତରକୁ ପଶିବାକୁ ଚେଷ୍ଟା କଲେ ସଂଦିଗ୍ଧ ବ୍ୟକ୍ତି

ନୂଆଦିଲ୍ଲୀ,୯।୧୨: ସୋମବାର ଜଣେ ସଂନ୍ଦିଗ୍ଧ ବ୍ୟକ୍ତି ପାର୍ଲାମେଣ୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ପାର୍ଲାମେଣ୍ଟର ଶୀତ ଅଧିବେଶନ ଚାଲିଥିବାବେଳେ ବିନା କାଗଜ ପତ୍ରରେ ସେ ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ହେପାଜତରେ ଛାଡି ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଆଜି ଗୃହରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍‌ ଆଗତ ହୋଇଛି। ଏହି ସମୟରେ ଉକ୍ତ ସଂଦିଗ୍ଧ ବ୍ୟକ୍ତି ଜଣଙ୍କ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କରିବା ନେଇ ଚର୍ଚ୍ଚା ହେଉଛି। ୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।


All Right Reserved By Dharitri.Com

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

‘ଦେଶବାସୀଙ୍କ ବିରୋଧରେ ଯୁଦ୍ଧାରମ୍ଭ କରିଛନ୍ତି ମୋଦି’

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ମୋଦି ସରକାର ଦେଶକୁ ଭାଗ ଭାଗ କରିବା ସହ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର...

ସିଲ୍‌ ହେଲା ଦିଲ୍ଲୀର ଶ୍ରମ ଶକ୍ତି ଭବନ

ନୂଆଦିଲ୍ଲୀ,୧୧।୫: ଶକ୍ତି ମନ୍ତ୍ରଣାଳୟର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ରାଜଧାନୀ ଦିଲ୍ଲୀରେ ଥିବା ଶ୍ରମ ଶକ୍ତି ଭବନକୁ ସୋମବାର ସିଲ୍‌ କରିଦିଆଯାଇଛି। ଏହାସହ...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ...

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି...

ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ...

ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି

ନୂଆଦିଲ୍ଲୀ,୨୭ା୬(ପି.ଟି./ଆଇଏଏନ୍‌ଏସ୍‌): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ...

Leave a comment

Your email address will not be published. Required fields are marked *