ଅନୁଗୋଳ ଷ୍ଟାଡିୟମରେ ଖୋଲିଲା ସରକାରୀ ଆମ୍ବ ବଜାର: ଚାଷୀ, ଖାଉଟିଙ୍କୁ ମିଳିବ ଲାଭ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ଜିଲାରେ ଉତ୍ତମ କିସମର ଆମ୍ବ ପ୍ରଦର୍ଶନ ସହ ସୁଲଭ ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ବୁଧବାର ଅନୁଗୋଳ ଷ୍ଟାଡିୟମ ପାର୍ଶ୍ୱରେ ସରକାରୀ ଆମ୍ବ ବଜାର ଖୋଲାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିବା ସହ ଚାଷୀମାନେ ଭଲ କିସମର ଆମ୍ବ ଉଚିତ ମୂଲ୍ୟରେ ବିକ୍ରି କରି ବେଶ୍‌ ଲାଭବାନ ହେବେ ବୋଲି କହିଥିଲେ। ଅନୁଗୋଳ ଜିଲାର ବେପାରୀମାନେ ବିଭିନ୍ନ କିସମର ଆମ୍ବ କମ୍‌ ଦରରେ କିଣି ଖାଉଟିଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବାରୁ ଉଭୟ ଚାଷୀ ଓ ଖାଉଟି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଜିଲାରେ ତୃତୀୟ ଥର ପାଇଁ ଖୋଲାଯାଇଥିବା ଏହି ଆମ୍ବ ବଜାର ଉଭୟ ଖାଉଟି, ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଜିଲାପାଳ କହିଥିଲେ। ଏହି ବଜାରରେ ବମ୍ବେଗ୍ରୀନ, ଆମ୍ରପଲି, ହେମସାଗର, ଲାଟସୁନ୍ଦରୀ, ଲେଙ୍ଗଡ଼ା, ବାଇଗଣପଲୀ, ରାଜା ବାଇଗଣପଲୀ, ହାତୀମୁଣ୍ଡା, ଦଶେରୀ, ମଲ୍ଲିକା, ଗୁଲାବଖାସ ଓ ଦେଶୀ ଆଦି ୧୪ଟି କିସମର ଆମ୍ବ ପ୍ର୍ରଦର୍ଶିତ ସହ ବିକ୍ରି କରାଯାଉଛି। ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ବଜାର ଚାଲିବ। ଆସନ୍ତା ସପ୍ତାହରେ ନୂଆ କିସମର ଆମ୍ବ ଏଠାକୁ ଆସିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଏହି ଆମ୍ବ ବଜାରର ବିଶେଷତ୍ୱ ହେଉଛି ଚାଷୀମାନେ ଗଛରୁ ପାଚିଲା ଆମ୍ବକୁ ତୋଳି ସିଧାସଳଖ ଖାଉଟିମାନଙ୍କୁ ବିକ୍ରି କରି ଉଚିତ ମୂଲ୍ୟ ସଂଗ୍ରହ କରିପାରିବେ। ଓରମାସ୍‌, ଉଦ୍ୟାନ ବିଭାଗ, ନିୟନ୍ତ୍ରଣ ବଜାର କମିଟି ଓ ଏଫ୍‌ଇଏସ୍‌ର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଆମ୍ବ ବଜାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଓରମାସର କାର୍ଯ୍ୟ ନିର୍ବାହୀ ନିରୋଦ କୁମାର ଜେନା, ଏଫ୍‌ଇଏସ୍‌ର ସ୍ବପ୍ନା ଷଡ଼ଙ୍ଗୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ମହିଳା ବହୁମୁଖୀ ସମବାୟ ସମିତିର ସଦସ୍ୟା ବୃନ୍ଦ ଓ ବିଭିନ୍ନ ବ୍ଲକରୁ ଆସିଥିବା ଉତ୍ପାଦିକା ଦଳର ଆମ୍ବ ଚାଷୀମାନେ ଯୋଗଦେଇଥିଲେ। ତେବେ ମାସେ ହେବ ଅନୁଗୋଳ ବଜାରରେ ବେପାରୀମାନେ ଆମ୍ବ ବିକ୍ରି କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏତେ ବିଳମ୍ବରେ ସରକାରୀ ଆମ୍ବ ବଜାର ଖୋଲାଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁ ଆଗରୁ ଏହି ସରକାରୀ ବଜାର ଖୋଲାଯାଇଥିଲେ ଆମ୍ବ ଚାଷୀମାନେ ଅଧିକ ଅର୍ଥ ରୋଜଗାର କରିପାରିଥାନ୍ତେ ବୋଲି କେତେଜଣ ଚାଷୀ କହିଛନ୍ତି।


All Right Reserved By Dharitri.Com

ଜେଲ୍‌ରେ ଅସୁସ୍ଥ: ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଅର୍ଥତତ୍ତ୍ୱ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ସ୍ବାସ୍ଥ୍ୟାବସ୍ଥା...

ଜିଲା ପରିଷଦ ୬ଷ୍ଠ ସାଧାରଣ ବୈଠକ: ବ୍ରାହ୍ମଣୀ କୂଳରେ ଲାଗିବ ୬୫ହଜାର ଚାରା

ଢେଙ୍କାନାଳ ଅଫିସ, ୧୩।୬- ଢେଙ୍କାନାଳ ଜିଲା ପରିଷଦର ୬ଷ୍ଠ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଭାନେତ୍ରୀ ମିନତି ନାୟକ ଏଥିରେ ଅଧ୍ୟକ୍ଷତା...

ବିଜେପୁର ଏନ୍‌ଏସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’

ବିଜେପୁର,୧୮।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି।...

ଜାତୀୟସ୍ତରରେ ଓଡ଼ିଶା ସ୍ବୟଂ ସହାୟକ ଗୋଷ୍ଠୀ ପୁରସ୍କୃତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶାର ମତ୍ସ୍ୟ ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଗଞ୍ଜାମ ଜିଲା ସାନଖେମୁଣ୍ଡିର ମା’...

ଏ ବର୍ଷ ଶୀତ କମ୍‌

ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ଅଧିକ ଶୀତ ହେବ ନାହିଁ। ନଭେମ୍ବର ଶେଷ ହେବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ ଭଲ...

କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆରସିରେ ଅଭିଯୋଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେନ୍ଦ୍ରାପଡାରେ କାର୍ଯ୍ୟରତ ଜଣେ ଟିଭି ଖବରଦାତାଙ୍କୁ ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର...

ଆଜିଠୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୭: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀର ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ରବିବାର ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ।...

‘ସୀମାନ୍ତରେ ଥିବା ବିଦ୍ୟାଳୟକୁ ବନ୍ଦ କରା ନ ଯାଉ’

ଭୋଗରାଇ, ୨୭।୯(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ଓ ରାଜ୍ୟ ବାହାରେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା...

Leave a comment

Your email address will not be published. Required fields are marked *