Posted inଜାତୀୟ

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ ଫୋନ୍‌ କଲ୍‌ ସମସ୍ତଙ୍କୁ ବେଶ୍‌ ଭାବୁକ କରିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଥିବା ମୁଶରଫ ବଞ୍ଚିବା ଆଶା କ୍ଷୀଣ ଦେଖି ନିଜର ବନ୍ଧୁ ମୋନୁଙ୍କ ପାଖକୁ ଫୋନ୍‌ କଲ୍‌ କରିଥିଲେ। ମୁଶରଫ୍‌ କହିଥିଲେ,ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ। ଏ ସମ୍ପର୍କରେ ବନ୍ଧୁ ମୋନୁ ସୂଚନା ଦେଇଛନ୍ତି। ଅତ୍ୟଧିକ ଧୂଆଁ ଯୋଗୁ ମୁଶରଫ୍‌ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଶେଷ ପର୍ଯ୍ୟନ୍ତ ମୁଶରଫ୍‌ଙ୍କ ଫୋନ୍‌ ଅନ୍‌ ଥିଲା। ଧୀରେ ଧୀରେ ନିଶ୍ୱାସ ନେବାରେ କଷ୍ଟ, ଧଇଁସଇଁ ଏବଂ ଶେଷରେ ହାଏ ହାଏ ଶବ୍ଦ ପରେ ଆଉ ମୁଶରଫଙ୍କ ସ୍ବର ଶୁଭି ନ ଥିବା ମୋନୁ କହିଛନ୍ତି। ମୋନୁଙ୍କ ଏଭଳି ସୂଚନା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ

ତେହରାନ,୧୧ା୧୧(ଏଏଫ୍‌ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି,...

ମୋଦି ବ୍ରିଗେଡ୍‌ରେ ସାମିଲ୍‌ ହେବାକୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ ନୂଆ ବ୍ରିଗେଡ଼୍‌ରେ ସାମିଲ୍‌ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍‌ କଲ୍‌ ଆସିଛି। ଫୋନ୍‌ କଲ୍‌ ଆସିଥିବା ନେତାଙ୍କ ମଧ୍ୟରେ...

ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ...

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ...

ରାଜୀବ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ, ୨୬।୫: ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ତଥା ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ ନୋଟିସ...

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ...

୧୫ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରି ଭିତରେ ୧୫ ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନର...

ହାଇଦ୍ରାବାଦ ଗଣବଳାତ୍କାର ମାମଲା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ୪ ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଘଟଣାର...

Leave a comment

Your email address will not be published. Required fields are marked *