Posted inଜାତୀୟ

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା ନିକଟ ଭେଙ୍କଟପାଲେମ ଗାଁ ନିକଟରେ ଥିବା ଫାୟାର ଷ୍ଟେଶନ ପାଖରେ ଟିଡିପି କର୍ମୀମାନେ ବେକରେ ପିଆଜ ମାଳ ପକାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହାସହ ପିଆଜର ଏକ ବଡ ମଡେଲ ପ୍ରସ୍ତୁତ କରି ହାତରେ ଧରିବା ସହ ନିକିତିର ଗୋଟିଏ ପଟେ ସୁନା ଓ ଅନ୍ୟପଟେ ପିଆଜ ରଖି ବିରୋଧ କରାଯାଇଛି। ଏହାକୁ ନେଇ ଚନ୍ଦ୍ରାବାବୁ କହିଛନ୍ତି ଏବେ ପିଆଜର ଏମିତି ମୂଲ୍ୟ ବୃଦ୍ଧି ହୋଇଛି ଯେ ଏବେ ଏହା ଯେମିତି ସୁନା ଭଳି ମୂଲ୍ୟବାନ ହୋଇଯାଇଛି। ହେଲେ ସେନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଯେପର୍ଯ୍ୟନ୍ତ ପିଆଜର ମୂଲ୍ୟହ୍ରାସ ନ ହେବ ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ସେ ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଦେଇଛି।


All Right Reserved By Dharitri.Com

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ: ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

ମୁମ୍ବାଇ, ୩୧।୧୨: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ ଦେଖାଦେଇଛି। ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କି ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ...

ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡ଼ିତାଙ୍କ ମୃତ୍ୟୁ

ପାଟନା,୧୭।୧୨: ବିହାର ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡିତାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପାଟନା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଉତ୍ତରାଖଣ୍ଡରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କଲେ ସେନାମୁଖ୍ୟ

ଉତ୍ତରକାଶୀ,୨୦।୯: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର ଉତ୍ତରାଖଣ୍ଡ ଉତ୍ତରକାଶୀର ଥାଥି ଗାଁ ଗସ୍ତ କରିଥିଲେ। ସେଠାରେ ଥିବା ତାଙ୍କ ବନ୍ଧୁ ଘରକୁ ସେ...

ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ...

ମିରଟ ଏସ୍‌ପିଙ୍କୁ ସମର୍ଥନ କଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୯।୧୨: ସିଏଏ ହିଂସା ସମୟର ଭାଇରାଲ ହୋଇଥିବା ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣଙ୍କ ଏକ ଭିଡ଼ିଓକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ...

ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା

ନୂଆଦିଲ୍ଲୀ,୨୧।୬(ଆଇଏଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ...

ଆର୍‌.କେ ପାଚୌରିଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୨: ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ(ଟିଇଆରଆଇ)ର ମୁଖ୍ୟ ଆର.କେ ପାଚୌରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ...

Leave a comment

Your email address will not be published. Required fields are marked *