ପିଲାଙ୍କୁ ଡେଙ୍ଗା କରିବାକୁ ଚାହୁଁଥିଲେ କରାନ୍ତୁ ଏସବୁ ବ୍ୟାୟାମ

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ ଊଣା କରିଥା’ନ୍ତି। ଅନେକେ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଯାଇଥା’ନ୍ତି। ମାତ୍ର ଏମିତି କିଛି ବ୍ୟାୟାମ ଅଛି ଯାହା କଲେ ପିଲା ଡେଙ୍ଗା ହୋଇପାରିବେ। ଜାଣନ୍ତୁ ଏ ସମ୍ପର୍କରେ…


ସ୍କିପିଙ୍ଗ୍‌ :
ଡେଙ୍ଗା ହେବାକୁ ଚାହୁଁଥିଲେ ସବୁଠୁ ଭଲ ଉପାୟ ହେଉଛି ସ୍କିପିଙ୍ଗ୍‌। ଏହା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଠିକ୍‌ ଭାବରେ ହୋଇଥାଏ। ଏଥିସହିତ ହାଡ୍‌ ମଜଭୁତ ଏବଂ ଡେଙ୍ଗା ହେବାରେ ସହାୟକ ହୋଇଥାଏ।


ସୁଇମିଂ:
ସୁଇମିଂ ବା ପହଁରିଲେ ଶରୀର ଅଧିକ ଲମ୍ବା ହୋଇଥାଏ। ଯଦି ପ୍ରତିଦିନ ପିଲାଙ୍କୁ ୨ ଘଣ୍ଟା ପହଁରିବା ପାଇଁ ଛାଡ଼ିବେ ତେବେ ଖୁବ୍‌ ଶୀଘ୍ର ସେମାନେ ଡେଙ୍ଗା ହୋଇଯିବେ।


ଫର୍‌ଓ୍ବାର୍ଡ ବେଡ୍‌:
ଚଟାଣ ଉପରେ ବସି ଦୁଇ ଗୋଡ଼କୁ ସିଧା ଲମ୍ବାନ୍ତୁ। ଅଣ୍ଟାକୁ ସିଧା କରି ଦୁଇ ହାତରେ ପାଦକୁ ଧରନ୍ତୁ। ଏପରି କିଛିଦିନ କଲେ ପିଲାମାନେ ଡେଙ୍ଗା ହୋଇଥା’ନ୍ତି। ଏତଦ୍‌ବ୍ୟତୀତ ପ୍ରତିଦିନ ସକାଳୁ କିଛି ବାଟ ଦୌଡ଼ିବା, ଓହଳିବା, ଡେଇଁବା ଆଦି କଲେ ପିଲାମାନଙ୍କୁ ଡେଙ୍ଗା ହେବାରେ ସାହାଯ୍ୟ କରେ ବୋଲି ଯୋଗ ବିଶେଷଜ୍ଞ କୁହନ୍ତି।


All Right Reserved By Dharitri.Com

ଓଜନ କମ୍‌, ହାର୍ଟ ସୁସ୍ଥ ରଖିବା ପାଇଁ ଚଢ଼ନ୍ତୁ ଶିଡ଼ି

ଓଜନ କମ୍‌ ପାଇଁ ନିୟମିତ ରୂପେ ଜିମ୍‌ ଯିବା ସହ ଡାଏଟ୍‌ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ...

କାର୍ଯ୍ୟଦକ୍ଷତା ବୃଦ୍ଧିର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ। ତାହାର ପ୍ରଭାବ ମଧ୍ୟ କାର୍ଯ୍ୟଦକ୍ଷତା ଉପରେ ପଡିଥାଏ। ତେବେ ନିଜ କାର୍ଯ୍ୟକୁ ସୁରୁଖୁରୁରେ...

ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର...

ଚାଲିରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଚାଲିଚଳଣ ଏବଂ ଭାବଭଙ୍ଗୀରୁ ବ୍ୟକ୍ତିତ୍ୱ ସମ୍ପର୍କରେ ଅନେକ କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ବ୍ୟକ୍ତିଙ୍କ ଚାଲି ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କ’ଣ ସୂଚନା...

ମୁଣ୍ଡବିନ୍ଧା ପାଇଁ ରାମବାଣ ଜୁଆଣି

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟ ଚାପରେ ଥିବା ବ୍ୟକ୍ତିଙ୍କଠାରେ ଏହି...

ମାଟିହାଣ୍ଡି ଚିକେନ

ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଏବେ ଭିନ୍ନ ଭିନ୍ନ ଡିଶ୍‌ ପରଷୁଛନ୍ତି। କିନ୍ତୁ ଲୋକେ ବ୍ରଏଲର ଅପେକ୍ଷା ଦେଶୀ କୁକୁଡ଼ା...

ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ...

ଜଙ୍କ୍‌ ଫୁଡ୍‌ ଅଧିକ ଖାଇଲେ ଅବସାଦ ଆଶଙ୍କା ବଢେ

ଫାଷ୍ଟ୍‌ ଫୁଡ୍‌, କେକ୍‌ ଏବଂ ଜଙ୍କ୍‌ ଫୁଡ୍‌ର ମାତ୍ରାଧିକ ସେବନ ଅବସାଦ ଆଶଙ୍କା ବୃଦ୍ଧିର ମୁଖ୍ୟ କାରଣ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌...

Leave a comment

Your email address will not be published. Required fields are marked *