ବିଦ୍ୟୁତ୍‌ ସଂଯୋଗରେ ଦୁର୍ନୀତି: ଟଙ୍କା ନେଉଛନ୍ତି ସଂଯୋଗ ଦେଉନାହାନ୍ତି

ରାୟଗଡ଼(ଗଜପତି),୯ା୧୨-ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗରେ ଦୁର୍ନିତି ଅଭିଯୋଗ ହୋଇଛି। ଠିକା ସଂସ୍ଥା ଓ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଦ୍ୟୁତ୍‌ ସଂଯୋଗ ନାମରେ ହିତାଧିକାରୀଙ୍କଠାରୁ ଟଙ୍କା ନେଇ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଛି। କେତେକ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ତାହାର ରେକର୍ଡ ନ ଥିବା ଜଣାପଡ଼ିଛି। ସେହିପରି ଅନ୍ୟ କେତେକି ହିତାଧିକାରୀ ଟଙ୍କା ଦେଇ ମଧ୍ୟ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ରହିଛନ୍ତି।
ଅଭିଯୋଗ ପ୍ରକାରେ, ବିଦ୍ୟୁତ୍‌ ସଂଯୋଗ ଦେବା ନିମନ୍ତେ କର୍ମଚାରୀମାନେ ହିତାଧିକାରୀଙ୍କଠାରୁ ବିନା ରସିଦରେ ଟଙ୍କା ନେଉଛନ୍ତି। ହେଲେ ବିଦ୍ୟୁତ ସଂଯୋଗ ଦେଉନାହାନ୍ତି। କେତେକ କର୍ମଚାରୀ ଟଙ୍କା ହଡ଼ପ କରି ଏଠାରୁ ବଦଳି ହୋଇ ଚାଲିଯାଇଛନ୍ତି। ଫଳରେ ଲୋକେ ନିରୁପାୟ ହୋଇଛନ୍ତି। କିଛିଦିନ ତଳେ ସଚ୍ଚେଟତାକୁ ନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚର୍ଚ୍ଚାରେ ରହିଥିବାବେଳେ ଗ୍ରାମାଞ୍ଚଳରେ ଉପଭୋକ୍ତାମାନେ ଦୁର୍ନୀତି ଓ ଶୋଷଣର ଶିକାର ହୋଇଥିବାରୁ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ା ରାଜ୍ୟ ଓ କେନ୍ଦ୍ର ସରକାର ମାଗଣାରେ ହିତାଧିକାରୀଙ୍କ ପାଖରେ ବିଦ୍ୟୁତ୍‌ ସେବା ପହଞ୍ଚାଇବାପାଇଁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ହିତାଧିକାରୀମାନେ ଏଥିରେ ସୁବିଧା ପାଇପାରୁ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ସୌଭାଗ୍ୟ ଯୋଜନାରେ କେବଳ ଗରିବ ଲୋକଙ୍କୁ ମାଗଣାରେ ଘରୋଇ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଠିକା ସଂସ୍ଥା ଓ ବିଦ୍ୟୁତ ବିଭାଗ କର୍ମଚାରୀମାନେ ମୋଟା ଅଙ୍କର ଟଙ୍କା ନେଇ ବ୍ୟବସାୟିକ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି ା ପ୍ରକାଶ ଯେ, ୨୦୧୭ ମସିହାରେ ମାଗଣାରେ ବିପିଏଲ୍‌ ସଂଯୋଗୀକରଣ ଥିବାବେଳେ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ପଦ୍ମପୁର ଗ୍ରାମର ପରମାନନ୍ଦ ପାଇକଙ୍କଠାରୁ ବିଦ୍ୟୁତ୍‌ କର୍ମଚାରୀ ୪ ହଜାର ଟଙ୍କା ନେଇଥିଲେ। ମାତ୍ର ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିଲା। ଫଳରେ ସେ ନିଜେ ମିଟର କିଣି ସଂଯୋଗୀକରଣ ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିବେଦନ କରିଥିଲେ ା ଏ ବାବଦକୁ ତାଙ୍କ ଠାରୁ ଆଉ ୫ଶହ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଇତିମଧ୍ୟରେ ୨ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେ ବିଦ୍ୟୁତ୍‌ ବିଲ ପାଇ ନାହାନ୍ତି ା ବିଲ୍‌ ପାଇଁ ବାରମ୍ବାର ରାୟଗଡ଼ ଓ ଉପଲଡ଼ାସ୍ଥିତ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଥିଲେ। ହେଲେ ସେଠାରେ ରେକେର୍ଡରେ ତାଙ୍କର କୌଣସି କାଗଜପତ୍ର ନ ଥିବା ବିଭାଗୀୟ ଅଧିକାରୀ ଜଣାଇଥିଲେ। ବିଭାଗରେ ରେକର୍ଡ ନ ଥାଇ ତାଙ୍କୁ ବିଦ୍ୟୁତ୍‌ ସଂଯୋଗ କିପରି ଦିଆଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ପରମାନନ୍ଦ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ଚଳାନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଗରିବ ଶ୍ରେଣୀର ଲୋକେ ଅସୁବିଧା ଭୋଗୁଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଦେବବ୍ରତ ସାହୁଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁ ନଥିବାବେଳେ ଏପରି ଅନେକ ଲୋକ ଦୁର୍ନୀତିର ଶିକାର ହୋଇଥିବା ନଜରକୁ ଆସିଛି। ତେଣୁ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


All Right Reserved By Dharitri.Com

୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ...

ଜଳିଗଲା ୩ ବଖରା

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ସଂପାରୁ ପଞ୍ଚାୟତ କାଦୁଆ ମାଗୁରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସତ୍ୟରଞ୍ଜନ ନାୟକଙ୍କ ୩ ବଖରା ଘର...

ଲୁଟ୍‌ ଉଦ୍ୟମ ବିଫଳ: ଘର ମାଲିକଙ୍କ କାନ କାଟି ଫେରାର ହେଲେ ଦୁର୍ବୃତ୍ତ

କଣ୍ଟାପଡା,୧୪।୮(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗ୍ରାମ ବେଢ଼ାସାହିର ଜଣେ ବ୍ୟକ୍ତିଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ...

ବନ୍ଧୁକ ମୁନରେ ୧ ଲକ୍ଷ ୨୨ ହଜାର ଲୁଟ୍‌

ପୁରୁଷୋତ୍ତମପୁର,୫ା୧୦(ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅରଖପୁର ଛକ ନିକଟରେ ପୁଣି ଦୁର୍ବୃତ୍ତମାନେ ଲୁଟିଥିବା ଅଭିଯୋଗ ହୋଇଛି। ଗ୍ରାହକ ସେବାକେନ୍ଦ୍ର ପରିଚାଳକ ସୁଦାମ ଗୌଡଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଗଛକୁ ଧକ୍କା ଦେଲା ଅଟୋ, ୮ ଆହତ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ୫୯ ନଂ. ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ନିକଟରେ ଗୁରୁବାର ଭୋର ସମୟରେ...

କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

କେନ୍ଦୁଝର, ୭ା୧୧ (ସ୍ବ.ପ୍ର.)-ଘଟଗାଁ ବ୍ଲକ ଟେରାକୋଟା ଗ୍ରାମ ହଳଧରପୁରକୁ କ୍ରାଫ୍ଟ ଗ୍ରାମ ଭାବରେ ଅଭିବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଗ୍ରାମକୁ ଯିବା...

ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ...

ହାତୀ ଆକ୍ରମଣରେ ଜଣେ ଗୁରୁତର

କାମାକ୍ଷାନଗର,୧୭।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ...

Leave a comment

Your email address will not be published. Required fields are marked *