ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ଅପରେଟିଂ ମାର୍ଜିନ(କାର୍ଯ୍ୟକାରୀ ଲାଭ) ହ୍ରାସ ପାଇଥିଲା। ଜିଓ ପକ୍ଷରୁ କଣ୍ଟ୍ରାକ୍ଟରେ ଥିବା ଏବଂ ନିୟମିତ ହୋଇଥିବା ପ୍ରାୟ ୫ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୦୦ ଜଣ ନିୟମିତ କର୍ମଚାରୀ ରହିଛନ୍ତି। ଅବଶିଷ୍ଟ କର୍ମଚାରୀ କଣ୍ଟ୍ରାକ୍ଟରେ ଥିଲେ। ଜିଓ ନିକଟରେ ଏବେ ୧୫ହଜାରରୁ ୨୦ ହଜାର କର୍ମଚାରୀ ରହିଛନ୍ତି। ତେବେ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାର୍ଡ ପାର୍ଟି ଦ୍ୱାରା କଣ୍ଟ୍ରାକ୍ଟରେ ନିଯୁକ୍ତ ହୋଇଛନ୍ତି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, କମ୍ପାନୀ କଞ୍ଜ୍ୟୁମର ସହ ଜଡ଼ିତ ସପ୍ଲାଇ ଚେନ୍‌, ହ୍ୟୁମାନ ରିସୋର୍ସେସ୍‌, ଫାଇନାନ୍ସ, ଆଡମିନିଷ୍ଟ୍ରେଶନ ଏବଂ ନେଟ୍‌ଓ୍ବାର୍କ ଭଳି ଏରିଆରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କମାଇଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ କଞ୍ଜ୍ୟୁମର ବିଜ୍‌ନେସ୍‌କୁ ବଢ଼ାଇବାକୁ ଚାହୁଁଛି। ତେବେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କ୍ଷେତ୍ରରେ ସର୍ବାଗ୍ରେ ରହିଛି।


All Right Reserved By

ଇଣ୍ଡିଗୋ ବିମାନର ବଡ଼ ନିଷ୍ପତ୍ତି: ଦୂରତା ହିସାବରେ ଧାର୍ଯ୍ୟ ହେବ ବିମାନ ଭଡ଼ା

ଶ୍ରୀନଗର,୫।୮: ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଶ୍ରୀନଗର ବିମାନବନ୍ଦରରୁ ଉଡାଣ ଭରୁଥିବା ସମସ୍ତ ବିମାନ ପାଇଁ ଦୂରତା ହିସାବରେ ଭଡା ଧାର୍ଯ୍ୟ କରାଯିବା...

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌...

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି।...

ମାର୍ଚ୍ଚରେ ମିଳିଛି ୮.୧୪ ଲକ୍ଷ ନୂଆ ଚାକିରି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୨-୫: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ସଂଗଠିତ ଏବଂ ଅଣସଙ୍ଗଠିତ କ୍ଷେତ୍ରରେ ଚଳିତ ବର୍ଷ ମାର୍ଚ୍ଚରେ ୮.୧୪ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି...

ବଜାରରେ ବିଏମ୍‌ଡବ୍ଲ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌

ଗୁରୁଗ୍ରାମ,୧୭-୭: ବିଏମ୍‌ଡବ୍ଲ୍ୟୁ ମୋଟରାଡ୍‌ ପକ୍ଷରୁ ନୂଆ ବିଏମ୍‌ଡବ୍ଳ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌ ସୁପର ବାଇକ ଭାରତ ବଜାରରେ ପ୍ରବେଶ କରିଛି। କମ୍ପାନୀର କମ୍ପ୍ଲିଟଲି ବିଲ୍‌ଟ ଅପ୍‌...

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା...

ସବ୍‌ସିଡିଯୁକ୍ତ ଏଲପ୍‌ଜି ୩ ଟଙ୍କା କମିଲା

ନୂଆଦିଲ୍ଲୀ,୨-୭: ସୋମବାର ସବ୍‌ସିଡିଯୁକ୍ତ ଏଲପିଜି ଦର ୩.୦୨ ଟଙ୍କା ହ୍ରାସ ଘଟିଛି। ଏହା ଫଳରେ ୧୪.୨ ଲିଟର ବିଶଷ୍ଟ ସିଲିଣ୍ଡର ଦାମ ୪୯୪.୩୫ ଟଙ୍କାକୁ ଖସିଛି।...

ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *