ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଆଉ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୯ା୧୨(ଡି.ଏନ୍‌.ଏ.): ଗତ ସପ୍ତାହ ତଳେ ରାଇରଙ୍ଗପୁର ଅଞ୍ଚଳର ଏକ କଲେଜର ଜଣେ ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁର ଗ୍ରାମର ରାଜେଶ ସାହୁ। ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୫୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୂର୍ବରୁ ୨ ଜଣ ଅଭିଯୁକ୍ତ ଝାରପୋଖରିଆ ଥାନା ଅଧୀନ ପାନ୍ଧଡ଼ା ଗ୍ରାମର ଦେବବ୍ରତ ମଣ୍ଡଳ ଓ ସୁଜିତ କୁମାର ମଣ୍ଡଳଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଝାରପୋଖରିଆ ଥାନା ପୋଲିସ ପକ୍ଷରୁ ମାମଲା(ନଂ.୧୨୫/୧୯)ରେ ବଳାତ୍କାର ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁଙ୍କୁ ଯାଜପୁର ଜିଲା ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଉକ୍ତ ମାମଲାରେ ପୋଲିସ ମୋଟ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।


All Right Reserved By Dharitri.Com

‘ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦିଅ’: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଙ୍ଗିରିପୋଷି,୧୫।୯(ଡି.ଏନ.ଏ.)- ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଶୋଷଣ କରାଯାଉଥିବା ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଏସୋସିଏଶନ ‘ ମାରିସା ସେନା’ ଆନ୍ଦୋଳନ ଚେତାବନୀ...

ବସ୍‌ରେ ଲାଗିଲା ୧୧କେଭି ବିଦ୍ୟୁତ୍‌ ତାର: ଅଳ୍ପକେ ରକ୍ଷା ପାଇଲେ ୭୦ ପର୍ଯ୍ୟଟକ

ବାଲିଆପାଳ, ୯।୨(ସ୍ବ.ପ୍ର.)-ବାଲିଆପାଳ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଡଗରା ବେଳାଭୂମି ରାସ୍ତାରେ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୭୦ ପର୍ଯ୍ୟଟକ। ଏହାକୁ ନେଇ...

ବିଶୋଇ ଭାଜପା ପକ୍ଷରୁ ବିକ୍ଷୋଭ

ବିଶୋଇ,୨ା୮(ଡି.ଏନ୍‌.ଏ.)- ବିଶୋଇ ବ୍ଲକର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଭାଜପା ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଭିଯୋଗ ସମ୍ମିଳିତ...

ନାବାଳିକା ଗଣବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌

ବାରିପଦା ଅଫିସ,୩୦।୧୧- ମୟୂରଭଞ୍ଜ ଜିଲା ସହକାରୀ ଦୌରାଜଜ୍‌ (ସ୍ପେସାଲ ଟ୍ରାକ) ଶାନ୍ତନୁ କୁମାର ଦାଶ ଶୁକ୍ରବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦...

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାଲୁଘେରା ଜଙ୍ଗଲରୁ ମଙ୍ଗଳବାର ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ...

ଫଳକରେ ଅଟକିଛି ଉନ୍ନୟନ କାର୍ଯ୍ୟ

ବାରିପଦା ଅଫିସ, ୧୮ା୩- ବାରିପଦାର ସହରରେ ଥିବା ୭ଟି ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୨ ଫେବୃୟାରୀ ୨୦୧୯ରେ ଭିିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ଭିତ୍ତିପ୍ରସ୍ଥର...

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୪।୧୦: ମୟୁରଭଞ୍ଜ ଜିଲା ସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଶିମିଳିପାଳ ଟାଇଗର...

କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା...

Leave a comment

Your email address will not be published. Required fields are marked *