Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ନାଡାଲ, ଫେଡରର ତୃତୀୟ ରାଉଣ୍ଡରେ

ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ଲେ-କୋର୍ଟର ରାଜାଭାବେ ପରିଚିତ ନାଡାଲ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜର୍ମାନୀର ୟାନିକ୍‌ ମାଡେନଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୩୨ ବର୍ଷୀୟ ନାଡାଲ ବେଲଜିୟମର ଡେଭିଡ୍‌ ଗଫିନଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। ଅନ୍ୟଏକ ମ୍ୟାଚରେ ଫେଡରର ଜର୍ମାନୀର ଓସ୍କାର ଓଟ୍ଟିଙ୍କୁ ୬-୪, ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡରର ନରଓ୍ବେର କାସ୍ପର ରୁଡ୍‌ଙ୍କୁ ଭେଟିବେ। ରୁଡ୍‌ ୬-୪, ୭-୫, ୬-୩ ସେଟ୍‌ରେ ଇଟାଲିର ମାଟେଓ ବେରେଟିନିଙ୍କୁ ହରାଇଥିଲେ। ଗ୍ରୀକ୍‌ ଷ୍ଟାର ଷ୍ଟିଫାନୋସ ତିସିତସିପାସ ବଲିଭିଆର ହ୍ୟୁଗୋ ଡେଲିଏନଙ୍କୁ ୪-୬, ୬-୦, ୬-୩, ୭-୫ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ୟୁକ୍ରେନର ଏଲିନା ସ୍ବିତୋଲିନା ତୃତୀୟ ରାଉଣ୍ଡରେ ୨୦୧୬ ଚାମ୍ପିୟନ ଗାବ୍ରିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ସ୍ବିଡେନର ଜୋହାନା ଲାର୍ସନଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ଗତବର୍ଷର ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନନ୍ସ ୬-୧, ୭-୬(୭/୩) ସେଟ୍‌ରେ ସାରା ସୋରିବେସ ଟର୍‌ମୋଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫ୍ରେଞ୍ଚ୍‌ ଓପନ୍‌ ୨ୟ ରାଉଣ୍ଡରେ ଶରନ
ଉଦୀୟମାନ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ ଏଠାରେ ଚାଲିଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍‌ ପୁରୁଷ ଡବଲ୍ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଶରନ ଓ ତାଙ୍କ ବ୍ରାଜିଲୀୟ ଯୋଡ଼ିଦାର ମାର୍ସେଲୋ ଡେମୋଲାଇନର ୬-୩, ୪-୬, ୬-୨ ସେଟ୍‌ରେ ହଙ୍ଗେରୀ-ସ୍ବିଡେନ ଯୋଡ଼ିଦାର ଫୁକ୍‌ସୋଭିକ ଓ ଲିଣ୍ଡଷ୍ଟେଡେଟ୍‌ଙ୍କୁ ପରାସ୍ତ କରିଛନ୍ତି। ଶରନ-ମାର୍ସେଲୋ ଯୋଡ଼ିଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟା ୪୮ ମିନିଟ୍‌ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ହେନରିକ୍‌ କୋଣ୍ଟିନେ ଓ ଜନ୍‌ ପିୟର୍ସ ଯୋଡ଼ିଙ୍କୁ ଶରନ ଓ ମାର୍ସେଲୋ ଭେଟିବେ।


All Right Reserved By

Posted inଖେଳ

ସିରିଜ ପୂର୍ବରୁ କୋହଲିଙ୍କୁ ଭେଟିଲେ ଅନୁଷ୍କା

ନୂଆଦିଲ୍ଲୀ, ୧।୮- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର...

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

ଭାରତୀୟ ହକି ଡିଫେଣ୍ଡରଙ୍କ ଲାଗି ସ୍ବତନ୍ତ୍ର କ୍ୟାମ୍ପ

ନୂଆଦିଲ୍ଲୀ,୮।୭(ପି.ଟି.)- ଦୁଇ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଖେଳାଳି ଫର୍‌ଗୁସ କାଭାନାଗଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଭାରତୀୟ ଡିଫେଣ୍ଡରଙ୍କ ଲାଗି ଏକ ସ୍ବତନ୍ତ୍ର...

ବିଶ୍ୱକପ୍‌ରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତୀୟ ଓପନର ରୋହିତ ଶର୍ମା ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକ ଲଗାଇଛନ୍ତି। ସେ ୮୯ ବଲରୁ ୧୦୪ ରନ୍‌ କରି...

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କଲା ଭାରତ, ମ୍ୟାଚ୍‌ର ହିରୋ ଜମ୍ମୁ-କଶ୍ମୀର ଖେଳାଳି

ଲଣ୍ଡନ, ୧୪।୮: ଇଂଲଣ୍ଡରେ ଚାଲିଥିବା ଦିବ୍ୟାଙ୍ଗ ଟି-୨୦ ବିଶ୍ୱ କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଏକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚର ହିରୋ ଥିଲେ...

ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲେ ଏହିସବୁ ପାକିସ୍ତାନୀ କ୍ରିକେଟର

ପାକିସ୍ତାନ ବୋଲର୍‌ ହସନ ଅଲ୍ଳୀ ମଙ୍ଗଳବାର ଭାରତୀୟ ଯୁବତୀ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ କ୍ରିକେଟର ଭାରତୀୟ...

୧୭ ହଜାର ଟଙ୍କାର ବିଶ୍ୱକପ୍‌ ଟିକେଟର ମୂଲ୍ୟ ଦେଢ଼ଲକ୍ଷ

ମୁମ୍ବାଇ,୩।୬- ଚଳିତ ମାସ ୩୦ ତାରିଖରେ ଏଜ୍‌ବାଷ୍ଟନଠାରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଏକ ପ୍ଲାଟିନମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *