ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍‌ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ କରିନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ନାମରେ ଏହି ଋଣ କରାଯାଇଥିବା ସଂପୃକ୍ତ ବ୍ୟାଙ୍କରୁ ତାଙ୍କୁ ଅବଗତ କରାଯିବା ପରେ ସେ ଋଣ କରି ନ ଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କ ନାମରେ ଋଣ ଉଠାଣ ହେଲା ତାହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ଋଣ ଉଠାଣ କରି ନେଇଥିବା ଯୁବ ଇଞ୍ଜିନିୟରଙ୍କୁ ସ୍ଥାନୀୟ ଗୁଆଗଡ଼ିଆ ଲୋକମାନେ ଅଟକ ରଖି ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଉକ୍ତ ଯୁବ ଇଞ୍ଜିନିୟରଙ୍କୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ପଚରାଉଚରା ପାଇଁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ବ୍ୟାଙ୍କ ସମ୍ପର୍କିତ ହୋଇଥିବାବେଳେ ଆଜି ରବିବାର ଥିବାରୁ ଅଧିକ ତଦନ୍ତ ଆବଶ୍ୟକତା ଥିଲେ ମଧ୍ୟ ହୋଇପାରିନାହିଁ। ତେବେ ସୋମବାର ଏନେଇ ଅଧିକ ତଦନ୍ତ କରାଯିବ।


All Right Reserved By Dharitri.Com

ଚୁଲିରୁ ନିଆଁଲାଗି ନାବାଳିକା ଗୁରୁତର

ମୁନିଗୁଡ଼ା,୧୪।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ...

ବନବିଭାଗ ଚଢ଼ାଉ : କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ

ଲାଠୋର, ୮ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଉପରେ ବନବିଭାଗ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ...

ମାସ୍କ ନାହିଁ ତ ଗ୍ରୋସରୀ ନାହିଁ

ରାଇକିଆ,୧୦।୪(ଡି.ଏନ୍‌.ଏ.): ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ...

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ: ୨୦ ଲକ୍ଷ କ୍ଷତିପୂରଣ ଦାବି

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ବିଦ୍ୟୁତ୍‌ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ...

ଶ୍ରମ ଆଇନ ସଂଶୋଧନକୁ ବିରୋଧ:ଇପିଏଫ ଅଫିସ ଆଗରେ ସିଟୁର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୩ା୮-କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଟୁ) ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର...

ଜଳେଶ୍ୱର ତହସିଲ: ଆଜିଠୁ ସୌରାତରୁ ବାଲି ପରିବହନ ବନ୍ଦ

ଜଳେଶ୍ୱର, ୨।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସମସ୍ତ ସୌରାତରୁ ବାଲି ପରିବହନ ୩ତାରିଖଠାରୁ ବନ୍ଦ ରହିବ ବୋଲି ସୌରାତ ମାଲିକ ସଂଘ ତରଫରୁ ନିଷ୍ପତ୍ତି...

ସୋସୋ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ହାଟଡିହୀ,୨୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ ସରପଞ୍ଚ କାଞ୍ଚନ ନାୟକଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବୁଧବାର ୧୪ଟି...

Leave a comment

Your email address will not be published. Required fields are marked *