Posted inଜାତୀୟ

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା କରିବା ପରେ ଶନିବାର ଏନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) କର୍ମକର୍ତ୍ତା ଘଟଣାସ୍ଥଳ(ଚତ୍ତନପଲ୍ଲୀ ଗ୍ରାମ)କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସରକାରୀ ହସ୍ପିଟାଲରେ ଥିବା ମୃତଦେହଗୁଡ଼ିକୁ ପରୀକ୍ଷା ସହ ଭିଡିଓଗ୍ରାଫ କରାଯାଇଛି। ସ୍ପଟ ଇନ୍‌କ୍ୱାରୀ ସହ ବିଭିନ୍ନ ଘଟଣାର ଟିକିନିଖି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଏନ୍‌ଏଚ୍‌ଆର୍‌ସି ଟିମ୍‌ କହିଛି। ୪ ଅଭିଯୁକ୍ତ ପୋଲିସ ବନ୍ଧୁକ ଛଡ଼ାଇ ସେମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମକରିବା ପରେ ଏନ୍‌କାଉଣ୍ଟର କରାଯାଇଥିଲା ବୋଲି ହାଇଦ୍ରାବାଦ ପୋଲିସ କହିଥିଲା। ସେପଟେ ପ୍ରାଣ ହରାଇଥିବା ଅଭିଯୁକ୍ତ ଚେନ୍ନାକେଶଭୁଲୁଙ୍କ ବିଧବା ଗର୍ଭବତୀ ସ୍ତ୍ରୀ ରେଣୁକା ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରି ନ୍ୟାୟ ଦାବି କରିଛନ୍ତି। କେତେକ ପୋଲିସ ଏନ୍‌କାଉଣ୍ଟରକୁ ଠିକ୍‌ ବୋଲି କହି ଉତ୍ସବ ମନାଉଥିବାବେଳେ ପୁଣି କେତେକ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ତେଲଙ୍ଗାନା ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର ଘଟଣାର ଏସ୍‌ଆଇଟି ତଦନ୍ତ ଲାଗି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପୋଲିସ ଏନ୍‌କାଉଣ୍ଟରର ତଦନ୍ତ କରିବା ପାଇଁ ଦାବି ହୋଇଛି। ଏଥିସହିତ ମୃତ ଅଭିଯୁକ୍ତମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପିଟିଶନ୍‌ରେ ଅନୁରୋଧ କରାଯାଇଛି। ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଏହି ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଏନ୍‌କାଉଣ୍ଟରରେ ସମ୍ପୃକ୍ତ ପୋଲିସଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିଶନରେ ଅନୁରୋଧ କରିଛନ୍ତି। ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ହତ୍ୟାକରିବା ପାଇଁ ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଉତ୍ତେଜକ ମନ୍ତବ୍ୟ ଦେଇ ପୋଲିସ ଉପରେ ଚାପ ପକାଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶର୍ମା ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ପୋଲିସ ଶୁକ୍ରବାର ଭୋର ସମୟରେ ଅଭିଯୁକ୍ତମାନଙ୍କୁ ନେଇ ଅପରାଧ ସ୍ଥଳକୁ ଯାଇଥିଲା। ସେଠାରେ ସେମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳି ଚଳାଇ ଖସିପଳାଇବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା ବୋଲି କହୁଛି। ମହିଳା ପ୍ରାଣୀ ଚିକିତ୍ସକଙ୍କ ପୋଡିଯାଇଥିବା ମୃତଦେହ ଯେଉଁଠୁ ମିଳିଥିଲା ସେହିଠାରେ ହିଁ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ମାରିଦେଇଥିଲା।


All Right Reserved By Dharitri.Com

ପାକିସ୍ତାନକୁ ଭାରତର କଡା ଜବାବ

ରାଜୌରି,୧୮।୮:ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଓ ଏହାର ସେନା ଏକ ପ୍ରକାର ହଡବଡେଇ ଗଲେଣି। ଶନିବାର ଜମ୍ମୁ-କଶ୍ମୀରର ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ...

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ...

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ...

ବଢିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ,୧।୨: ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି। ଶନିବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବଜେଟରେ...

କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ,୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍‌ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି...

ଦିନକୁ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା...

Leave a comment

Your email address will not be published. Required fields are marked *