Posted inଜାତୀୟ

ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ : ଭୋଟବେଳେ ହିଂସା ; ପୋଲିସ ଗୁଳିରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୮ା୧୨(ପି.ଟି.): ଝାଡ଼ଖଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ ହୋଇଛି। ଭୋଟବେଳେ ହିଂସାକାଣ୍ଡ ଘଟି ପୋଲିସ ଗୁଳିରେ ଜଣେ ପ୍ରାଣ ହରାଇବା ସହ ୨ ଜଣ ଆହତ ହୋଇଛନ୍ତି। ସିସାଇ ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬ ନଂ. ବୁଥରେ କୌଣସି କାରଣକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖାଦେବାରୁ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା। ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଟେକାପଥର ମାଡ଼କରିବାରୁ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ସମେତ ୮ ପୋଲିସ, ଜଣେ ଖବରଦାତା ଆହତ ହୋଇଥିଲେ। ପରେ ବୁଥରେ ନିୟୋଜିତ ସୁରକ୍ଷାକର୍ମୀଙ୍କଠାରୁ ଗ୍ରାମବାସୀ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଶେଷରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ପ୍ରଥମେ ଲାଠିଚାର୍ଜ ଓ ପରେ ଗୁଳିମାଡ଼ କରିଥିଲା। ଗୁଳିମାଡ଼ରେ ମୃତକଙ୍କ ନାମ ଗିଲାନି ଅନ୍‌ସାରି ବୋଲି ଦର୍ଶାଯାଇଛି। ଆହତ ଅସ୍‌ଫାକ ଅନ୍‌ସାରି ଓ ଖୁଫା ଅନ୍‌ସାରିଙ୍କୁ ରାଞ୍ଚି ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଏହି ବୁଥରେ ଭୋଟଗ୍ରହଣ ବନ୍ଦ ରଖାଯାଇଥିବାବେଳେ ଅନ୍ୟକୌଣସି ଦିନ ପୁଣି ଭୋଟଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଶନିବାର ରାଜ୍ୟର ୨୦ ଆସନ ଲାଗି ସକାଳ ୭ରୁ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୪% ହୋଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ଦେଉଛି ପ୍ରେରଣା: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ...

ଭାଜପାରେ ଫାଟ: ଏମ୍‌ପି-ମନ୍ତ୍ରୀଙ୍କ କଳିରୁ ପୋଲ ଉପର ଦେଇ ଯାତାୟାତ ବନ୍ଦ

କାନପୁର,୩୦।୧: ଉତ୍ତରପ୍ରଦେଶ ଭାଜପାରେ ଫାଟ ସୃଷ୍ଟି ହୋଇଛି। ଏମ୍‌ପି ସତ୍ୟଦେବ ପଚୌରି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତିଶ ମହାନାଙ୍କ ମଧ୍ୟରେ ଲାଗି...

ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ...

ଶୁଷ୍କ ହେଉଛି ହିମାଳୟ ସହରାଞ୍ଚଳ

ନୂଆଦିଲ୍ଲୀ,୨ା୩: ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ୫ ସହର ସମେତ ୪ ଦେଶର ୧୩ଟି ସହର କ୍ରମାଗତ ଭାବେ ଶୁଷ୍କ ହେବାରେ ଲାଗିଛି। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

କେରଳରେ ପ୍ରବଳ ବର୍ଷା: ଖୋଲିଲା କାଲାରକୁଟି ଡ୍ୟାମ, ୭ ମତ୍ସଜୀବି ନିଖୋଜ

ଥିରୁଭାନନ୍ତପୁରମ,୨୦।୭: କେରଳରେ ଶନିବାର ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏମିତିକି କିଛି ଜିଲାରେ ରେଡ ଆଲର୍ଟ ମଧ୍ୟ ଜାରି କରାଯାଇଛି। ପ୍ରବଳ...

ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ

କର୍ନାଲ, ୨୨।୮: ହରିୟାଣାର କର୍ନାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ। କେବଳ ଏତିକିରେ...

ଭାରତ ବିଶ୍ୱକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ ଦେଉଛି ଆତଙ୍କବାଦ: ସେନାମୁଖ୍ୟ

ଶ୍ରୀନଗର,୧୭।୪: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଭାରତ ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ କିନ୍ତୁ...

Leave a comment

Your email address will not be published. Required fields are marked *