ଫନୀ କ୍ଷତିଗ୍ରସ୍ତ ସ୍କୁଲ ସ୍ଥିତିର ସମୀକ୍ଷା ପ୍ରତି ବ୍ଲକରେ ହେବ ମଡେଲ ହାଇସ୍କୁଲ

ପୁରୀ ଅଫିସ, ୮ା୧୨:

ବାତ୍ୟା ଫନୀରେ ପୁରୀ ଜିଲାରେ ବହୁ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ସେହି ସ୍କୁଲଗୁଡ଼ିକର ବର୍ତ୍ତମାନ ସ୍ଥିତି ଏବଂ କ’ଣ ଆବଶ୍ୟକତା ରହିଛି ତା’ର ସମୀକ୍ଷା କରିଛନ୍ତି ଜିଲାପାଳ। ଏ ନେଇ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପୁରୀ ଜିଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ବୈଷୟିକ ପରାମର୍ଶଦାତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିବାବେଳେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମଗ୍ର ଶିକ୍ଷା ତରଫରୁ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ ଆସିଥିବା ଅନୁଦାନର ସୁବିନିଯୋଗ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସମଗ୍ର ଶିକ୍ଷା ଦ୍ୱାରା ଅନୁମୋଦିତ ବିଦ୍ୟାଳୟଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ଆବଶ୍ୟକତା ଅନୁଯାୟୀ ମରାମତି ଅଟକଳ ପ୍ରସ୍ତୁତ କରିବା ଲାଗି ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ବୈଷୟିକ ପରାମର୍ଶଦାତାଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟର ଆବଶ୍ୟକତାକୁ ପ୍ରାଥମିକତା ଦେଇ ଶ୍ରେଣୀଗୃହ, ଶୌଚାଳୟ, ପାନୀୟଜଳ, ବିଦ୍ୟୁତୀକରଣ, ଶୈକ୍ଷିକ ଆସବାବପତ୍ର ଆଦିର ଅଟକଳ ପ୍ରସ୍ତୁତ କରିବା ଲାଗି ସେମାନଙ୍କୁ କୁହାଯାଇଥିଲା। ଏଥିସହିତ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ମଡେଲ ହାଇସ୍କୁଲ ପ୍ରସ୍ତୁତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଜିଲାପାଳ ସିଂ ରୋଷଗୃହର ଆବଶ୍ୟକତା ଓ ନିର୍ମାଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ପଞ୍ଚାୟତିରାଜ ବିଭାଗ ତରଫରୁ ଚାଲୁଥିବା ଉନ୍ନତିକରଣ କାମର ତଦାରଖ କରିବା ପାଇଁ ବୈଷୟିକ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଦ୍ୟାଳୟକୁ ରନ୍ଧନ ଗ୍ୟାସ୍‌ ଯୋଗାଣ, ପାଚିକା ଏବଂ ସହାୟିକାଙ୍କ କାର୍ଯ୍ୟଶୈଳୀ ନିର୍ଦ୍ଧାରଣ କରିବା, ବିଦ୍ୟାଳୟର ପରିବେଶ ନିର୍ମଳ ରଖିବା ଲାଗି ନିୟମିତ ସଫେଇ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା।


All Right Reserved By Dharitri.Com

ସାଧାରଣ ସେବା କେନ୍ଦ୍ରରେ ମିଳିବ ଡିଏଲ୍‌ ଆବେଦନ ସୁବିଧା

ଭୁବନେଶ୍ୱର, ୬-୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ରର ସଫଳ ପ୍ରୟୋଗ ବାଣିଜ୍ୟ ଓ ପରିବହନ ବିଭାଗରେ କରାଯାଉଛି। ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ...

କାଳିଆପଡ଼ାଠାରେ ୩ କାର୍‌ ଦୁର୍ଘଟଣାଗ୍ରସ୍ତ: ୭ ଗୁରୁତର

ନୟାଗଡ଼ ଅଫିସ, ୮ା୭: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଆଡ଼କଟା କାଳିଆପଡ଼ାଠାରେ ସୋମବାର ସକାଳେ ୨ଟି ବରଯାତ୍ରୀ କାର୍‌ ସହ ଅନ୍ୟ ଏକ କାର୍‌...

ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ ଗିରଫ କରିବା ଘଟଣା: ତତ୍କାଳୀନ ଡିଏସ୍‌ପି, ଇନ୍ସପେକ୍ଟରଙ୍କୁ ନୋଟିସ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ନାବାଳକ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଇଥିଲା ବରଗଡ଼ ଜିଲା ପାଇକମାଳ ଥାନା ପୋଲିସ। ଏପରି କି ଏହି ମାମଲାର ତଦନ୍ତ ନ...

ଭଦ୍ରକରେ ଆସାମର ୪୦ ଚାଷୀ

ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ...

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ...

ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର, ୫ା୩(ବ୍ୟୁରୋ): କଟକ ମଧୁସୂଦନ ଲ’ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି। କଲେଜ ବଦଳରେ ‘ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ’ରେ ପରିଣତ ହୋଇଥିବା ନେଇ ବୁଧବାର...

ମରାମତି ପରେ ବି ଦବିଲା ଗୋପ-ବାଲିଘାଇ ରାସ୍ତା

ଗୋପ, ୨।୮(ଡି.ଏନ୍‌.ଏ.):  ନିର୍ମାଣାଧୀନ ଗୋପ-ବାଲିଘାଇ ରାସ୍ତାର ଗୋପ ବ୍ରିଜ୍‌ ନିକଟରେ ନିର୍ମାଣାଧୀନ ନୂତନ ସ୍ପାନ୍‌ ରାସ୍ତାଟି ଗତ ୧୦ ତାରିଖରେ ଦବିଯିବା ନେଇ ଖବର ପ୍ରକାଶିତ...

ପ୍ରଦତ୍ତ ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରୁନାହିଁ ରେଳ ମନ୍ତ୍ରଣାଳୟ: ପ୍ରସନ୍ନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ର ସରକାର ବଜେଟରେ ରେଳପଥ ପାଇଁ ଅନୁଦାନ ଦେଉଛନ୍ତି। ସେହିକ୍ରମରେ ଓଡ଼ିଶା ମଧ୍ୟ ଅନୁଦାନ ପାଉଛି। ହେଲେ ରେଳପଥ ଦ୍ୱାରା ଅନୁମୋଦନ କରାଯାଉଥିବା ଅର୍ଥକୁ...

Leave a comment

Your email address will not be published. Required fields are marked *