ମହାନଦୀରେ ବୁଡ଼ି ହାତୀ ଶାବକ ମୃତ

 

ସୋନପୁର/ଉଲୁଣ୍ଡା, ୮।୧୨(ନି.ପ୍ର./ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମହାନଦୀର ବାଘପାଲି ଘାଟ ନିକଟ ପାଣିରେ ବୁଡ଼ି ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଛି । ମୃତ ଅଣ୍ଡିରା ହାତୀ ଶାବକଟି ୪୫ରୁ ୬୦ ଦିନର। ତା’ର ଲମ୍ବ ୧୬୨ ସେଣ୍ଟିମିଟର ଓ ଉଚ୍ଚତା ୮୦ ସେଣ୍ଟିମିଟର ବୋଲି ବନ ବିଭାଗ କହିଛି ା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ବନ ବିଭାଗ ଗାତ ଖୋଳି ମୃତଦେହକୁ ନଦୀବନ୍ଧରେ ପୋତି ଦେଇଛି। ହାତୀ ଶାବକଟି ନଦୀ ପାର ହେବାକୁ ଚେଷ୍ଟା କରିଥିଲା ା ହେଲେ ପାଣିରେ ବୁଡି ଶାବକର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତ୍ୟୁର ଠିକ୍‌ କାରଣ ଜାଣିବା ପାଇଁ ମୃତଦେହର ବିଭିନ୍ନ ଅଂଶକୁ କାଟି ସଂରକ୍ଷିତ କରି ରଖାଯାଇଛି । ଏହା ବନ୍ୟଜନ୍ତୁ ଫୋରେନସିକ୍‌ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ, ଖାଦ୍ୟ ଅନ୍ବେଷଣରେ ସମ୍ବଲପୁର ଜିଲା ରେଢାଖୋଲ ଜଙ୍ଗଲରୁ ଏକ ହାତୀପଲ ସୁବର୍ଣ୍ଣପୁର ବନଖଣ୍ଡକୁ ଚାଲି ଆସିଥିଲେ। ସେମାନେ ଗତ ଦେଢମାସ ହେବ ଜିଲାର ବିନିକା ଓ ଉଲୁଣ୍ଡା ଜଙ୍ଗଲ ଅଞ୍ଚଳରେ ରହି ବ୍ୟାପକ ପାଚିଲା ଧାନ ଫସଲ ଖାଇ ଓ ପାଦରେ ଦଳି ନଷ୍ଟ କରୁଥିଲେ। ବନବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶୁକ୍ରବାର ହାତୀପଲ ସୋନପୁର ବନାଞ୍ଚଳର କୀର୍ତ୍ତିପୁର ଜଙ୍ଗଲରେ ଥିଲେ । ରାତିରେ ଅଙ୍ଗନଦୀ ପାର ହୋଇ ବିନିକା ପଟକୁ ଯାଇଥିଲେ। ଶନିବାର ସକାଳେ ଏହି ପଲ ମହାନଦୀ ପାର ହୋଇ ଉଲୁଣ୍ଡା ଜଙ୍ଗଲକୁ ଯାଉଥିଲେ। ପଲରେ ମୋଟ ୨୪ଟି ହାତୀ ଥିଲେ। ସେଥିମଧ୍ୟରୁ ୨୦ଟି ମାଈ, ୨ଟି ଅଣ୍ଡିରା(ଦନ୍ତା) ଓ ୨ଟି ଶାବକ । ଗୋଟିଏ ଶାବକର ଶନିବାର ମୃତ୍ୟୁ ହୋଇଛି । ଶାବକଟି ନଦୀରେ ବୁଡି ଯିବା ପରେ ବଡ ହାତୀମାନେ ତାକୁ ଶୁଣ୍ଢରେ ଟାଣି ନଦୀ ଆଡିକୁ ଆଣିଥିଲେ। ଟାଣିବା ସମୟରେ ଶାବକର ଶୁଣ୍ଢରେ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ବହୁ ସମୟ ଧରି ହାତୀପଲ ନଦୀ କୂଳରେ ଅଟକି ରହିଥିଲେ । ପରେ ସେମାନେ ସ୍ଥାନୀୟ ବଡାଲି ପାହାଡକୁ ଚାଲି ଯାଇଛନ୍ତି। ଖବର ପାଇ ବନଖଣ୍ଡ ଅଧିକାରୀ ସାମନ୍ତରାୟ, ସହକାରୀ ବନ ସଂରକ୍ଷକ ସୁଶୀଲ କୁମାର ତ୍ରିପାଠୀ, ବନପାଳ ଦୀନେଶ ମାଝି ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଏଫ୍‌ଓ ଘଟଣା ସମ୍ପର୍କରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟଜନ୍ତୁ)ଙ୍କୁ ରିପୋର୍ଟ କରିଛନ୍ତି । ଉଲୁଣ୍ଡା ବ୍ଲକ ପ୍ରାଣୀ ଅଧିକାରୀ(ବିଭିଓ) ଡାକ୍ତର ସତ୍ୟନାରାୟଣ ସାହୁ ହାତୀ ଶାବକର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି।


All Right Reserved By Dharitri.Com

ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି

ସୋନପୁର,୧୨।୧୧(ନି.ପ୍ର.) କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି...

ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ

ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍‌ ଡାଉନ ହୋଇଛି । ଫଳରେ...

ପକ୍ଷାଘାତରେ ପୀଡ଼ିତ:ଭତା, ଆବାସ ଯୋଜନାରୁ ବଁଚିତ ବିପିନ

  ସୋନପୁର,୧୦ା୮(ନି.ପ୍ର): ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ରେଙ୍ଗାଲି ପଁଚେତ୍‌ ଅଧୀନ ବିଶାଲପାଲି ଗଁାର ବିପିନ ମହାକୁର(୪୬)। ୨ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ...

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ...

କାଦୋ ସରସର ଖାଲଢ଼ିପ ରାସ୍‌ତା: ପଲ୍‌ହା ରୁଇ ପରତିବାଦ ଜନାଲେ ଗଁ।ର ମହିଲା

  ବିନିକା,୨୦।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ ତିଲେଇମାଲ ଗଁ। ର ମହିଲାମାନେ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ଥାନୀୟ...

ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି : ବଉରି ଯୋର ଉପରେ ୫ ଫୁଟର ପାଣି, ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର,୭।୯(ନି.ପ୍ର.): ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସୁବର୍ଣ୍ଣପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ହୀରାକୁଦ ଡ୍ୟାମ୍‌ର ୧୨ଟି...

ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

Leave a comment

Your email address will not be published. Required fields are marked *