ଧାନ କାଟିବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର

ଖଇରା, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ପଳସା ପଞ୍ଚାୟତ ଅଧୀନ ନଛିପୁର ଗ୍ରାମକୁ ଧାନ କାଟିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଇରା ପୋଲିସ ଜଣେ ଯୁବକଙ୍କୁ ଶନିବାର ଅଟକ ରଖି ପଚରାଉଚୁରା କରୁଛି। ଏ ସମ୍ପର୍କରେ ଉକ୍ତ ନାବାଳିକାଙ୍କ ଦାଦା ଖଇରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୫୫/୧୯) ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ନାବାଳିକା ଜଣକ ଧାନ କାଟିବାକୁ ଆସି ନଛିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ। ଅଟକ ଥିବା ଯୁବକଜଣକ ସେମାନଙ୍କ ସହ ରହି କାମ କରୁଥିଲେ। ନଭେମ୍ବର ୩୦ ତାରିଖ ବିଳମ୍ବିତ ରାତିରେ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ନାବାଳିକା ଜଣକ ଭୟରେ କଥା ଲୁଚାଇ ରଖିଥିବା ବେଳେ ଶୁକ୍ରବାର ଦାଦା ଆଗରେ ପ୍ରକାଶ କରିଥିଲେ। ସୋମବାର ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।


All Right Reserved By Dharitri.Com

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ଦିହି ସାରା ଆବୁ, ଦୁଖ୍‌ ପାଉଛନ୍‌ ପୁତୁନି

ପଲମ, ୧୮।୯ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡ଼ିଙ୍ଗ ପଁଚେତ୍‌ ଅଧୀନ ମସ୍କାଦାଣ୍ଡି ଗଁାର ଡମ ମାଝିକଁର ମାଏକିନା ପୁତୁନି ମାଝି(୫୧)। ତାକର ଦିହିସାରା...

ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର...

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳକାଠ ଜବତ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ସଦର ରେଞ୍ଜ ପକ୍ଷରୁ ଶୁକ୍ରବାର ସକାଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଶାଳକାଠ ଜବତ...

ଅପରାଧ ରୋକିବାକୁ ଦିବ୍ୟଜ୍ୟୋତି କ୍ଲବର ପ୍ରୟାସ: ଲଗାଗଲା ୫ ସିସିଟିଭି କ୍ୟାମେରା

ଢେଙ୍କାନାଳ ଅଫିସ, ୧୮।୯-ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତ ହେଉଛି ଢେଙ୍କାନାଳ। ହେଲେ ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସକୁ ଆଖିଦୃଶିଆ ସଫଳତା ମିଳିନାହିଁ। ପାର୍ବଣ...

ଜାତୀୟ ରାଜପଥ ପାଲଟିଛି ଶୁଖୁଆ ଖଳା

ଗଞ୍ଜାମ,୧୩ା୧୨(ଡି.ଏନ.ଏ.) – ଗଞ୍ଜାମ ସହର ନିକଟସ୍ଥ ଦାମୋଦରପୁର ଗ୍ରାମର ପ୍ରାୟ ସମସ୍ତ ପରିବାର ମତ୍ସ୍ୟଜୀବୀ। କେତେକ ପରିବାର ଋଷିକୁଲ୍ୟା ନଦୀରେ ମାଛ ମାରି ଜୀବିକା ନିର୍ବାହ...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

ବଡ଼ବିଲ କୋର୍ଟରେ ଯୋଗଦେଲେ ନୂତନ ଜେଏମ୍‌ଏଫ୍‌ସି

ବଡ଼ବିଲ,୨୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟରେ ଗତ ୨୩ ତାରିଖରୁ ଖାଲିପଡ଼ିଥିବା ମାଜିଷ୍ଟ୍ରେଟ ପଦବୀ ଶନିବାର...

କାଗଜପତ୍ରରେ ଚାଲିଛି ଧାନକିଣା:ଚାଉଳ ରିସାଇକ୍ଲିଂ କରିବାକୁ ସଜବାଜ

ଯାଜପୁର ଅଫିସ,୫ା୨- ଯାଜପୁର ଜିଲାରେ ମଙ୍ଗଳବାର ସୁଦ୍ଧା ୧୩୪ ପ୍ୟାକ୍ସ ଜରିଆରେ ୫,୯୩,୨୫୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୨ଜଣ ମିଲର୍ସ ଭାଗ ନେଇଛନ୍ତି...

Leave a comment

Your email address will not be published. Required fields are marked *