ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ ବେଶ୍‌ ପ୍ରଶଂସା କରୁଛନ୍ତି। କରୀନା ଯେଉଁ ଡ୍ରେସ୍‌ ପିନ୍ଧିଛନ୍ତି ଏହାକୁ ନେଇ ପ୍ରଶଂସକମାନେ ଭିନ୍ନ କମେଣ୍ଟ ଦେବା ସହ ଲାଇକ୍‌ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଫ୍ୟାଶନ ଏବଂ ନୂଆ ଡିଜାଇନ୍‌ ଡ୍ରେସ୍‌କୁ ନେଇ ପ୍ରଶଂସକମାନେ କରୀନାଙ୍କୁ କୁଇନ୍‌ ବୋଲି ଡାକୁଛନ୍ତି। ଏକ କାର୍ଯ୍ୟକ୍ରମରେ କରୀନା ବ୍ଲାକ୍‌ କଲରର କଟ୍‌ ଅଫ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦର୍ଶକ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରିଛନ୍ତି। ଫଟୋ ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଲକ୍ଷାଧିକ ସଂଖ୍ୟାରେ ଲାଇକ୍‌ ମିଳିସାରିଲାଣି। ଏହା ଦେଖିବା ପରେ କରୀନା ଇନ୍‌ଷ୍ଟାଗ୍ରାମରେ ମେକ୍‌ଅପ୍‌ ଆର୍ଟିଷ୍ଟ, ଷ୍ଟାଇଲିଷ୍ଟ ଏବଂ ଡିଜାଇନର ଏଲି ସାବ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୀନା ଡାହାଣ ହାତରେ ମୋତି ଲାଗିଥିବା ଏକ ବ୍ରେସଲେଟ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ବେକରେ ଏକ ବ୍ଲାକ କଲରର ସ୍କାର୍ଫ ବି ପିନ୍ଧିଛନ୍ତି। ଯାହା ଏକ ନେକ୍‌ଲେସ୍‌ ପରି ଦେଖାଯାଉଛି। ସିଲ୍‌ଭର କଲରର ଏକ କାନଫୁଲ ପିନ୍ଧି ଥିବା ବେଳେ ବ୍ଲାକ୍‌ କଲରର ଏକ ଜୋତା ବି ପିନ୍ଧିଛନ୍ତି। ହାଲୁକା ଲିପ୍‌ଷ୍ଟିକ୍‌ ସହିତ କମ୍‌ ମେକ୍‌ଅପ୍‌ରେ ସେ ଖୁବ୍‌ ହଟ୍‌ ଦେଖାଯାଉଛନ୍ତି।


All Right Reserved By Dharitri.Com

ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ।...

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ...

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ

ବଲିଉଡ୍‌ର ସିଙ୍ଗଲ୍‌ ମ୍ୟାନ୍‌ ସଲମାନ୍‌ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍‌ କରି...

ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ୍‌ ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ...

ଆଶାରେ ରାନୀ

ପ୍ରଥମେ ଆଲବମ୍‌ ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର। ବଡ଼ ପରଦାରେ ଏକ ଲମ୍ବା ଇନିଂସ ଖେଳିବାକୁ ଆଶା ରଖିଛନ୍ତି ଏହି ନବାଗତା। ଏ ପର୍ଯ୍ୟନ୍ତ ତିନୋଟି...

ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ।...

Leave a comment

Your email address will not be published. Required fields are marked *