ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ। ବସ୍ତୁଗତ ଲାଳସାର ଊର୍ଦ୍ଧ୍ୱରେ ରହିଲେ ହିଁ ସତ୍ୟର ଆଲୋକପ୍ରାପ୍ତି ହୋଇଥାଏ। ବିଦ୍ୟାର୍ଥୀମାନେ ଏହାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଉଚିତ। ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଜଟଣୀସ୍ଥିତ ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ସପ୍ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଥିଲେ।
କେବଳ ପ୍ରଯୁକ୍ତି ବିଦ୍ୟା ଯଥେଷ୍ଟ ନୁହେଁ, ବସ୍ତୁ ଓ ଚେତନାର ସମ୍ମିଶ୍ରଣ ନିହାତି ଆବଶ୍ୟକ। ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକର ବାଟ ଦେଖାଇଥାଏ। ତା’ର ଅନ୍ତଃଚେତନାକୁ ଜାଗ୍ରତ କରିଥାଏ। ଆଧ୍ୟାତ୍ମିକ ଆହାରର ସୁପରିଚାଳନା ହିଁ ବିଦ୍ୟାର୍ଥୀର ମାନସିକତା ହେବା ଦରକାର। ପ୍ରଯୁକ୍ତି ବା ବିଜ୍ଞାନରୁ ଉପଲବ୍ଧ ଜ୍ଞାନ ଅପେକ୍ଷା ନିଜ ଆତ୍ମାକୁ ଚିହ୍ନିବା ଅଧିକ ଜରୁରୀ। ଆତ୍ମା ଏପରି ଏକ ବୃତ୍ତ ଯାହାର ପରିଧି ନାହିଁ। ଶ୍ରୀମଦ୍‌ ଭଗବତ ଗୀତାର ଉଦାହରଣ ଦେଇ କହିଥିଲେ, ଅର୍ଜୁନଙ୍କ ପାଖରେ ଯୁଦ୍ଧ ସମ୍ବନ୍ଧୀୟ ବିଦ୍ୟାର ଭରପୂର ଜ୍ଞାନ ରହିଥିଲା। ହେଲେ ମହାଭାରତ ଯୁଦ୍ଧରେ ସେ ଶ୍ରୀକୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କର୍ତ୍ତବ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ। ଚେତନା ନିର୍ଜୀବ ବସ୍ତୁର ଊର୍ଦ୍ଧ୍ୱରେ। ସେହିପରି ମନ ଓ ବୁଦ୍ଧି ତା’ ଠାରୁ ଊର୍ଦ୍ଧ୍ୱରେ। ହେଲେ ଆତ୍ମା ସବୁଠାରୁ ଊର୍ଦ୍ଧ୍ୱରେ ବୋଲି କହିଥିଲେ। ଏହା ମନୁଷ୍ୟର ଚେତନାକୁ ଜାଗ୍ରତ କରିଥାଏ। ସମୟ ଓ ସ୍ଥାନର ଊର୍ଦ୍ଧ୍ୱରେ ରହି ସାର୍ବଜନୀନ ଓ ପୂର୍ଣ୍ଣ ମନୁଷ୍ୟ ଗଢିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ ଓ ବିବାଦର ଊର୍ଦ୍ଧ୍ୱରେ ରହି କେବଳ ଐଶ୍ୱରିକ ପ୍ରେମରେ ବାନ୍ଧି ହୋଇ ରହିବା ଉଚିତ ବୋଲି ସେ କହିଥିଲେ। ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଜ୍ୟୋତିର କୌଣସି ବାସସ୍ଥାନ ନ ଥାଏ। ଯୁଆଡ଼େ ବିଚ୍ଛୁରିତ ହୋଇଥାଏ ସେସବୁ ସ୍ଥାନକୁ ସେ ଆଲୋକିତ କରିଥାଏ।
ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ସଚିବ ଡ. କେ.ପି. କ୍ରିଷ୍ଣନ୍‌, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା ଅତିଥି ଭାବେ ଯୋଗଦେଇ କହିଥିଲେ, ଜୀବନର ପ୍ରତିଟି କ୍ଷେତ୍ରରେ ମଣିଷକୁ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ। ଏଣୁ ସାରାଜୀବନ ବିଦ୍ୟାର୍ଥୀ ଭଳି ରହିବା ଆବଶ୍ୟକ। ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଉଦ୍ୟୋଗପତି ତିଆରି କରୁଥିବାରୁ ଛାତ୍ରୀଛାତ୍ରମାନେ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକରିବା ଉଚିତ ବୋଲି ସେ କହିଥିଲେ। ଉତ୍ସବରେ ୯ ଜଣଙ୍କୁ ସ୍ବର୍ଣ୍ଣପଦକ ସହ ୧୨ଜଣଙ୍କୁ ପିଏଚ୍‌ଡି, ୪୫ ଜଣ ଏମ୍‌ଫିଲ୍‌, ୧୭ ଏମ୍‌ଟେକ୍‌, ୪୯ ଏମ୍‌ବିଏ, ୪୨୩ ଏମ୍‌ଏସ୍‌ସି, ୨ ଏମ୍‌ଏ, ୨୫୨ ବିଏସ୍‌ସି, ୫୦୨ ବି.ଟେକ୍‌, ୩୨ ବିବିଏ, ୧୦ ବି.କମ୍‌, ୭ ବି.ସି.ଏ, ୨୭୩ ବିଏସ୍‌ସି, ୨୦୫ ଡିପ୍ଲୋମା ଓ ୫୫ ଜଣ ଡି.ଫାର୍ମାଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ. ରାଓ, କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ନିଆରା ମହିଳା: ଶିକ୍ଷକତା ପେସା, ସାହିତ୍ୟ ଯାହାର ନିଶା

ବରୀ, (ବାଞ୍ଛାନିଧି ସାହୁ)- ପେସା ଶିକ୍ଷକତା ନିଶା ସାହିତି୍ୟକ। ଏଭଳି ଜଣେ ନିଆରା ମହିଳା ହେଉଛନ୍ତି ବରୀ ବ୍ଲକ୍‌ ଅଧୀନ କିମ୍ଭୀରିଆପାଳ ପଞ୍ଚାୟତର ମାଳଦା କମଳିନୀ...

ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୩।୯(ନି.ପ୍ର.) : ଭାରତୀୟ ମଜଦୂର ସଂଘ ପକ୍ଷରୁ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହର ଦାବିରେ ସୋମବାର ଖଣି ବନ୍ଦ ଆନ୍ଦୋଳନ...

ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୨୬।୮: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କେନ୍ଦ୍ର, ରାଜ୍ୟସରକାରଙ୍କ ସମସ୍ତ ଅଫିସ୍‌, ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କଳାହାଣ୍ଡି ଜିଲା ଓକିଲ ସଂଘର ଆହ୍ବାନକ୍ରମେ...

ଏସ୍‌ୟୁସିଆଇର ପ୍ରତିବାଦ ସଭା

ଯଶିପୁର,୧୭ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍‌ପିଜି ଗ୍ୟାସ୍‌ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ...

ଶହେ ବର୍ଷର ବିଦ୍ୟାଳୟ କାନ୍ଥ ଭୁଶୁଡିଲା

ବାହାନଗା, ୨୬ା୧୦(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ବାହାନଗା ବ୍ଲକ ଅଭଣା ପଞ୍ଚାୟତର ବରଜଦେଉଳି ଗ୍ରାମରେ ଥିବା ଶହେ ବର୍ଷର ପୁରୁଣା ଉନ୍ନୀତ ଉ.ପ୍ରା.ବିଦ୍ୟାଳୟର କାନ୍ଥ ଭୁଶୁଡି...

ମିଲର ନେଲେନି ଧାନ, ମଣ୍ଡିରେ ଉତ୍ତେଜନା

ଢେଙ୍କାନାଳ ଅଫିସ, ୫।୩ – ମିଲରଙ୍କ ମନମୁଖି କାର୍ଯ୍ୟ ପାଇଁ ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ମଣ୍ଡିରୁ ବୁଧବାର ଧାନ ଉଠି ନ ଥିବା ଅଭିଯୋଗ...

୫.୭୦ଲକ୍ଷ ଲୁଟ୍‌ ଘଟଣା, ୫ଗିରଫ

ପାଟଣାଗଡ, ୨୫ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ ଗ୍ରାମ ନିକଟରେ ଗତ ୧୫ ତାରିଖ ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ...

Leave a comment

Your email address will not be published. Required fields are marked *