ସରକାରୀ ପ୍ରୋତ୍ସାହନ ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୭-୧୨: ଟେଲିକମ୍‌ କମ୍ପାନୀଗୁଡିକ ଏବେ ପ୍ରଭାବିତ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡିକ ଉପରେ ଏବେ ବୃହତ୍‌ ଋଣ ବୋଝ ରହିଥିବାରୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡିଛି। ଏଭଳି ସ୍ଥିତିରେ ସରକାର ଦେଶର ଟେଲିକମ୍‌ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଭୋଡାଫୋନ-ଆଇଡିଆର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ସରକାର କମ୍ପାନୀଗୁଡିକୁ ପ୍ରୋତ୍ସାହନ ନ ଦେଲେ ଭୋଡାଫୋନ-ଆଇଡିଆ ବୁଡିଯିବ ବୋଲି ସେ ମତ ରଖିଛନ୍ତି। ଏହି କମ୍ପାନୀରେ ଅଧିକ ଟଙ୍କା ନିବେଶ କରିବେ ନାହିଁ ବୋଲି ବିର୍ଲା ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମିଟ୍‌ ଅବସରରେ ବିର୍ଲା କହିଛନ୍ତି ଯେ, ପ୍ରୋତ୍ସାହନ ବିନା ଭୋଡାଫୋନ-ଆଇଡିଆ ଆଗକୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହେବ। ବାଧ୍ୟହୋଇ ଏହାକୁ ବନ୍ଦ କରିବାକୁ ପଡିବ। ବୁଡୁଥିବା ଅର୍ଥରେ ଆଉ ଟଙ୍କା ଲଗାଇବା ଯୁକ୍ତିଯୁକ୍ତ ନୁହେଁ। ସରକାରଙ୍କ ରିହାତି ନ ମିଳିଲେ କମ୍ପାନୀର ସ୍ଥିତି ଖରାପ ହେବ। ଫଳରେ ଏହା ଦେବାଳିଆ ସ୍ଥିତିକୁ ଚାଲିଯାଇପାରେ। ଏହା ହେଲେ କମ୍ପାନୀ ଇନ୍‌ସଲଭେନ୍ସି ପ୍ରକ୍ରିୟାକୁ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଦେୟ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭୋଡାଫୋନ-ଆଇଡିଆ ସରକାରଙ୍କୁ ୫୩ ହଜାର କୋଟି ଟଙ୍କା ଦେବାକୁ ପଡିବ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହି କମ୍ପାନୀ ୫୧ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହା ଦେଶର ଟେଲିକମ୍‌ ଶିଳ୍ପ ଇତିହାସରେ ଗୋଟିଏ ତ୍ରୈମାସରେ ସବୁଠାରୁ ବଡ କ୍ଷତି ବୋଲି ଜଣାପଡିଛି। ଭୋଡାଫୋନ-ଆଇଡିଆ ବାଦ୍‌ ଏୟାରଟେଲର ସ୍ଥିତି ମଧ୍ୟ ପ୍ରଭାବିତ ରହିଛି। ଦ୍ୱିତୀୟ ତ୍ରୈମାସରେ ଏହା ପ୍ରାୟ ୨୩ ହଜାର କୋଟି ଟଙ୍କାର କ୍ଷତି ସହିଛି। ଗୋଟିଏ ତ୍ରୈମାସରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି।
ଟେଲିକମ୍‌ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟିର ବୋଝ
ଦେଶର ଟେଲିକମ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟି ଟଙ୍କାର ବୋଝ ରହିଛି। ଏହି ଅର୍ଥ ସେମାନେ ସରକାରଙ୍କୁ ପ୍ରଦାନ କରିବେ। ସ୍ପେକ୍ଟ୍ରମ ଚାର୍ଜ, ଲାଇସେନ୍ସ ଫିସ୍‌ , ଏଜିଆର୍‌ ବାବଦ ଅର୍ଥ ପ୍ରଦାନ ଲାଗି ସୁପ୍ରିମକୋର୍ଟ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଏୟାରଟେଲର ପ୍ରାୟ ୬୨ ହଜାର କୋଟି ଏବଂ ଭୋଡାଫୋନ ଆଇଡିଆର ୫୪ ହଜାର କୋଟି ଟଙ୍କାର ବକେୟା ସାମିଲ ରହିଛି। ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ ଉପରେ ମଧ୍ୟ କିଛି ବକେୟା ରହିଛି। ଏହି କମ୍ପାନୀଗୁଡିକୁ ଦେୟ ପ୍ରଦାନ ଲାଗି ସରକାର ୨ ବର୍ଷ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ କମ୍ପାନୀଙ୍କୁ କିଛି ଅର୍ଥ ଦେବାକୁ ପଡିବ ନାହିଁ।


All Right Reserved By Dharitri.Com

କୋଭିଡ ମୁକାବିଲା; ଓ୍ବାର ଚେଷ୍ଟରେ ୬୦ ହଜାର କୋଟିର ପାଣ୍ଠିି

ନୂଆଦିଲ୍ଲୀ,୧। ୪: କୋଭିଡ୍‌ ଲଢେଇ ମୁକାବିଲା ଲାଗି ସରକାର ପଦକ୍ଷେପ ଜାରି ରଖିଛନ୍ତି। ଏବେ ଜରୁରୀକାଳୀନ ପାଣ୍ଠି ବା ଓ୍ବାର ଚେଷ୍ଟରେ ପ୍ରାୟ ୬୦ ହଜାର...

ଭିଡିଓକନ ଋଣ ମାମଲା;ଚନ୍ଦାଙ୍କୁ ନୋଟିସ

ନୂଆଦିଲ୍ଲୀ,୮-୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କୁ ପୁନର୍ବାର ଜେରା...

ଦେଶରେ ସୁନା ଦର;ବର୍ଷକରେ ୮, ଦଶନ୍ଧିରେ ୨୭ ହଜାର ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୭-୮: ଗତ ଏକ ଦଶନ୍ଧି ଭିତରେ ଦେଶରେ ସୁନା ଦର(୨୪ କ୍ୟାରେଟ ପ୍ରତି ୧୦ ଗ୍ରାମ) ଅତ୍ୟଧିକ ବଢ଼ିଯାଇଛି। ୧୯୬୪ରେ ସୁନା ଦର ୬୩.୨୫ ଟଙ୍କା...

ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି।...

ଓଟିପି ଭିତ୍ତିକ ରିଫଣ୍ଡ ସିଷ୍ଟମ ଆଣିଲା ରେଲଓ୍ବେ

ନୂଆଦିଲ୍ଲୀ,୩୦-୧୦: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ ଲିମିଟେଡ (ଆଇଆର୍‌ସିଟିସି) ପକ୍ଷରୁ ଓଟିପି ଆଧାରିତ ରିଫଣ୍ଡ ସିଷ୍ଟମ ଲାଗୁ ହୋଇଛି। ଏହା ଦ୍ୱାରା ଯାତ୍ରୀ...

ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା...

ଧର୍ମଘଟ ଯୋଗୁ ପ୍ରଭାବିତ ହୋଇପାରେ ବ୍ୟାଙ୍କ କାରବାର

ମୁମ୍ବାଇ,୨୫-୧: ୩୧ ଜାନୁୟାରୀଠାରୁ ଆରମ୍ଭ ହେଉଥିବା ୨ ଦିନିଆ ଦେଶ ବ୍ୟାପି ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହି...

ଚଳିତ ଆର୍ଥତ୍କ ବର୍ଷ ୫.୮%କୁ ଖସିବ ଜିଡ଼ିପି

ମୁମ୍ବାଇ,୫-୧୧: ସରକାରଙ୍କ ବିଭିନ୍ନ ପ୍ରଚେଷ୍ଠା ସତ୍ତ୍ୱେ ଚଳିତ ବର୍ଷ ପାର୍ବଣରେ ଚାହିଦା ମନ୍ଥର ରହିବାରୁ ଦେଶର ଜିଡ଼ିପି ଅଭିବୃଦ୍ଧି ଖସିବ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଜିଡ଼ିପି୫.୮%କୁ...

Leave a comment

Your email address will not be published. Required fields are marked *