ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନିଶମ ଡିଜି ସୁନିଲ ରୟ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଉଦ୍ଧାର ଓ ସେବାକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ପୋଲିସ, ଗୃହରକ୍ଷୀ ଓ ଅଗ୍ନିଶମ ବାହିନୀ ସହ ମିଶି ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନେ ନିଷ୍ଠା ଓ ସାହାସର ସହ କାର୍ଯ୍ୟ କରୁଛନ୍ତି। ଏହା ଦେଶର ଯୁବପିଢ଼ିଙ୍କୁ ଉତ୍ସାହିତ କରୁଥିବା ସେ କହିଛନ୍ତି।
ଉତ୍ସବରେ ଅଗ୍ନିଶମ ସେବା, ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସର ଆଇଜି ଅସିତ କୁମାର ପାଣିଗ୍ରାହୀ, ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ଶେଖର ରାଉତ, ଅତିରିକ୍ତ ଜିଲାପାଳ ଅରୁଣ କୁମାର ବେହେରା, ସତ୍ୟବ୍ରତ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ପରେଡ଼ରେ ୨୫୦ଜଣ ସ୍ବେଚ୍ଛାସେବୀ ସାମିଲ୍‌ ହୋଇଥିଲେ। ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଯଦୁପୁର ମମତାଜ ଅଲ୍ଲୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଦୁଇଜଣ ଇନ୍ସପେକ୍ଟରଙ୍କୁ ମଧ୍ୟ ଡିଜି ରାୟ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ଦୁଃସାହସିକ କାର୍ଯ୍ୟ ଓ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।


All Right Reserved By Dharitri.Com

ଟ୍ରେନ, ଷ୍ଟେଶନରେ କମିଛି ଫେରି ବିକ୍ରି

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଜିରୋ ଟଲରେନ୍ସ ନୀତିରେ ପୂର୍ବତଟ ରେଳପଥ ଷ୍ଟେଶନ ଓ ଟ୍ରେନରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲା ବିକ୍ରି ଉପରେ ଅଙ୍କୁଶ ଲଗାଯିବା ପରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ...

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

ଭାରତରେ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା: ୧ ଲକ୍ଷରେ ୧୬.୫% ଯୁବଗୋଷ୍ଠୀ କରୁଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ,...

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ...

ଫ୍ଲାଟ୍‌ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ : ବିଲଡର୍‌ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ):ରାଜଧାନୀରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ୨ କୋଟି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବିଲଡର୍‌ଙ୍କୁ ଖଣ୍ଡଗିରି ଥାନା ପୋଲିସ...

୧୨ ବର୍ଷ ପରେ ନ୍ୟାୟ ପାଇଲେ ଓପିଟିସିଏଲ୍‌ କର୍ମଚାରୀ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ତଳେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଜଣେ ଓପିଟିସିଏଲ୍‌ କର୍ମଚାରୀଙ୍କ ପଦୋନ୍ନତି ହୋଇପାରୁ ନ ଥିଲା। ଏ ସଂକ୍ରାନ୍ତରେ...

ଏଣିକି ମାସର ଶେଷ ଦିନରେ ଦରମା

ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ମାସର ଶେଷ କାର୍ଯ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର...

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ନବୀନ ନିବାସ ନ ଆସି ଅନାଥ, ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ...

Leave a comment

Your email address will not be published. Required fields are marked *