ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ମିଳିଲା ରନ୍ଧାଖାଦ୍ୟ

ସଜନାଗଡ଼, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାରେ ଦୀର୍ଘଦିନ ଧରି ଶୁଖିଲା ଖାଦ୍ୟ ଦିଆଯାଉଥିଲା। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଶୁକ୍ରବାରଠାରୁ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଛି। ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ମେଡ଼ିକାଲ ଏସ୍‌ଡିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲ, ଡା. ସରୋଜିନୀ ପ୍ରଧାନଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।
ପ୍ରତିଦିନ ରୋଗୀଙ୍କୁ ସକାଳେ, ଦ୍ୱିପ୍ରହର ଓ ସନ୍ଧ୍ୟାରେ ନିୟମ ଅନୁଯାୟୀ ସୁଷମ ଖାଦ୍ୟ ସହ ଶୁଖିଲା ଖାଦ୍ୟ ଦିଆଯିବାର ସ୍ଥିରୀକୃତ କରାଯାଇଛି। ଏକ ଘରୋଇ ସଂସ୍ଥା ଦ୍ୱାରା ଉକ୍ତ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ଚୁକ୍ତିନାମା କରାଯାଇଛି। ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ରୋଗୀମାନଙ୍କୁ ଦିଆଯିବା ନିମନ୍ତେ ତଥା ଖାଦ୍ୟର ତଦାରଖ ପାଇଁ ଜଣେ ସୁପର୍‌ଭାଇଜରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।


All Right Reserved By Dharitri.Com

ପୁରୀ ଜିଲାର ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ

ପୁରୀ ଅଫିସ, ୩୦ା୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲାର ବିଭିନ୍ନ ସ୍ଥାନରୁ ବାର୍ଡଫ୍ଲୁ ଆଶଙ୍କା କରି ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ...

ବ୍ୟାପକ ହେଉଛି ଚୋରା ଗଞ୍ଜେଇ ଚାଷ: କ୍ଷତି ସହୁଛି ରାଜକୋଷ

କଟକ ଅଫିସ,୧୪-୧:ରାଜ୍ୟରେ ବଢୁଛି ଗଞ୍ଜେଇ ଚାଷ। ଏହି ଚାଷ ପାଇଁ କ୍ଷତି ସହୁଛି ରାଜ୍ୟ ରାଜକୋଷ। କାରଣ ଗଞ୍ଜେଇ ଚାଷକୁ ରୋକିବା ଓ ନଷ୍ଟ କରିବା...

ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

କୁଆଁରମୁଣ୍ଡା,୧୫।୧୦(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ସକାଳ ପ୍ରାୟ ୭ଟା୨୦ ମିନିଟରେ ସିକ୍ୟୁରିଟି ଏଜେନ୍ସି କ୍ୟାସ୍‌ ଭ୍ୟାନରୁ...

ତାମ୍ପରାରେ ୱାଟର ସ୍ପୋଟର୍‌ସ ଶୁଭାରମ୍ଭ

ଛତ୍ରପୁର,୨ା୧୨(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରାରେ ରବିବାର ୱାଟର ସ୍ପୋଟର୍‌ସ ଶୁଭାରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋଟର୍‌ସ...

୨ ଦୁର୍ବୃତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଲୋକେ:ପଲସର, ଦେଶୀ ବନ୍ଧୁକ ଜବତ

ଧର୍ମଶାଳା,୧୫।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବୁଦ୍ଧ ଛକଠାରେ ବୁଧବାର ୨ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କଠାରୁ...

ଚୋରାଚାଲାଣ ବେଳେ ଧାନ ବୋଝେଇ ମିନିଟ୍ରକ୍‌ ଜବତ

ଖଣ୍ଡପଡା,୨୧ା୧୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ ବୋଦସା ଗ୍ରାମରୁ ଶୁକ୍ରବାର ଏକ ମିନିଟ୍ରକ୍‌ ଯୋଗେ ଧାନ ଚୋରାଚାଲାଣ ହେଉଥିବାବେଳେ ନୟାଗଡ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧରାପଡିଛି...

୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ

କୋରୁକୋଣ୍ଡା, ୯।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ...

ବୀଣାପାଣି କଳାନିକେତନ ନୃତ୍ୟଶିଳ୍ପୀଙ୍କ ଦିଲ୍ଲୀ ଯାତ୍ରା

ଆନନ୍ଦପୁର,୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବୀଣାପାଣି କଳାନିକେତନର ନୃତ୍ୟଶିଳ୍ପୀମାନେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଣେ ଲାଗି ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀର ନୋଇଡା ବ୍ଲକ-ଏ ଜଗନ୍ନାଥ...

Leave a comment

Your email address will not be published. Required fields are marked *