Posted inUncategorized

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶୁୁକ୍ରବାର ପୂର୍ବାହ୍ନ ୧୧ଟାରେ ସୌଭାଗ୍ୟ ଯୋଜନାରେ କାମ କରୁଥିବା ବେଳେ ୧୧କେ.ଭି. ତାର ସଂସ୍ପର୍ଶରେ ଆସିବାରୁ ଏହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ଦିଲୀପ ମୁଣ୍ଡା(୨୭) । ସେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ଉକ୍ତ ଘଟଣା ନେଇ ନିରାକାରପୁର କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ପୁରୀ ଜିଲା ଗଡ଼ିଶାଗଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କର୍ମଚାରୀ ଖାମଖିଆଲ ଭାବେ ବିଦ୍ୟୁତ୍‌ ସଂଯୋଗ ନ କାଟି ଦିଲୀପଙ୍କୁ ଖୁଣ୍ଟରେ ଚଢ଼ାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଉତ୍ତେଜିତ ଗ୍ରାମବାସୀ ସେସୁ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଉଲ୍ଲେଖଯୋଗ୍ୟ, ବିଦ୍ୟୁତ୍‌ ସଂଯୋଗ ବ୍ୟାହତ କରାଗଲା କି ନାହିଁ ତାହା ତଦାରଖ କରି କର୍ମଚାରୀଙ୍କୁ ଖୁଣ୍ଟରେ ଚଢ଼ାଇବା ଆବଶ୍ୟକ। କିନ୍ତୁ ଏଥିରେ ବ୍ୟତିକ୍ରମ ହେବାରୁ ଜଣେ ଶ୍ରମିକଙ୍କ ଅକାଳରେ ଜୀବନ ଚାଲିଯାଇଥିବା ବିଭିନ୍ନ ମହଲରେ କୁହାଯାଇଛି। ଦିଲୀପଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ପରେ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ବାଉଁଶ ବାଡ଼ିରେ ତାରକୁ ପିଟି ଜୀବନରକ୍ଷା କରିବାକୁ ଚାହିଁଥିଲେ ବୋଲି ଭଗବତୀପଡ଼ା ଗ୍ରାମର କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ବିଦ୍ୟୁତ୍‌ ସଂଯୋଗ କାଟିବା ଦାୟିତ୍ୱରେ ଥିବା ନିରାକାରପୁର ସେସୁ କର୍ମଚାରୀ ଡମ୍ବୁରଧର ମହାପାତ୍ର କହିଛନ୍ତି, ଆମେ ଟ୍ରାନ୍ସଫର୍ମର ପାଖରୁ ବିଦ୍ୟୁତ୍‌ କାଟି ହ୍ୟାଣ୍ଡେଲରେ ଚାବି ପକାଇଥିଲୁ, ତେବେ କରେଣ୍ଟ କେମିତି ଆସିଲା ଜାଣିହେଉନି। ସେଠାରେ ଉପସ୍ଥିତ ଅନ୍ୟ ଜଣେ କର୍ମଚାରୀ ବିପିନ ବିହାରୀ ରାଉତ କହିଥିଲେ, ଆମେ ହାଣ୍ଡେଲରେ ଚାବି ପକାଇଛୁ, ତା, ଛଡ଼ା ଏଠାକୁ ବାଉଁଶ କେଉଁଠୁ ଆଣିବୁ । ଲୋକେ ମିଛ କହୁଛନ୍ତି ବୋଲି ରାଉତ କହିଥିଲେ । ଠିକାଦାରଙ୍କ ପାଖରେ ଉପସ୍ଥିତ ଜଣେ ଶ୍ରମିକ କାଳୁ ନାୟକ କହିଥିଲେ, ଡିସ୍‌ଚାର୍ଜ ରଡ୍‌ ପକାଇ ଆମେ ବିଦ୍ୟୁତ୍‌ ବିଷୟରେ ଚେକ୍‌ କରିବା କଥା । ତାହା ଚେକ୍‌ କରିନୁ କି ଡିପାର୍ଟମେଣ୍ଟ କର୍ମଚାରୀ ଚେକ୍‌ କରିନାହାନ୍ତି । ଫଳରେ ଏଭଳି ଅଘଟଣ ଘଟିଥିବା ସେ ପ୍ରକାଶ କରିଛନ୍ତି । ନିରାକାରପୁର ବିଦ୍ୟୁତ୍‌ କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ଏ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏଚ୍‌ ଟି ରଥ ଏଣ୍ଟରପ୍ରାଇଜର୍‌ ଏହି କାର୍ଯ୍ୟ ନେଇଛି। ଉକ୍ତ କାର୍ଯ୍ୟର ଠିକାଦାର ଏସ୍‌ କେ ରଥ ବୋଲି ସେ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

Posted inUncategorized View All

ବିଏସ୍‌ଏଫ୍‌ ଅଧିକାରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର...

ଗାଡ଼ିମାଲିକଙ୍କୁ ମୋଟର ଯାନ କର ପ୍ରଦାନ କ୍ଷେତ୍ରରେ ଆଶ୍ୱସ୍ତି: ଏପ୍ରିଲ ୧୫ ସୁଦ୍ଧା ଦେଇ ନ ଥିବା କର ଜୁନ୍‌ ୩୦ ସୁଦ୍ଧା ଦେଇପାରିବେ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରେ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରଖିଛନ୍ତି। ଏହି ଲକ୍‌ଡାଉନ...

୧୦ରୁ ରଙ୍ଗସାଇଡ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜଧାନୀରେ ରଙ୍ଗ୍‌ସାଇଡ୍‌ରେ ଡ୍ରାଇଭିଂ କରୁଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ବଢୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପଦେକ୍ଷପ...

ଓଲଟା ପିରାମିଡ୍‌ ସଦୃଶ ଲାଇବ୍ରେରୀ, ଜାଣନ୍ତୁ କେଉଁଠି…

ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍‌ ସଦୃଶ। ବିଶ୍ୱାସ ହେଉ ନ ଥିଲେ ବି ସତ। ଜର୍ମାନୀର ଷ୍ଟଟ୍‌ଗାର୍ଟ ସିଟି...

ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍‌ସୋମ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୬।୫(ଏଏଫ୍‌ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍‌ ଓ୍ବାଲର୍‌ଡ କପ୍‌ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ...

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି...

ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା...

ଉତ୍କଳ ବିଶ୍ୱବିଦ୍ୟାଳୟ

ଶରତ ଚନ୍ଦ୍ର ମିଶ୍ର ଅତ୍ୟନ୍ତ ଆନନ୍ଦର କଥା ଯେ, ବାଣୀବିହାରର କେତେଜଣ ପୁରାତନ ଛାତ୍ରୀଛାତ୍ର ସଂଗଠିତ ହୋଇ ଏହାର ହୃତଗୌରବ ଫେରାଇଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ...

Leave a comment

Your email address will not be published. Required fields are marked *