Posted inଖେଳ

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚାରେ ଥାଆନ୍ତି। ଧାଓ୍ବନଙ୍କ ବିବାହ ୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ବକ୍ସର ଆୟେଶା ମୁଖାର୍ଜୀଙ୍କ ସହ ହୋଇଥିଲା। ଆୟେଶା ଶିଖର ଧାଓ୍ବନଙ୍କଠାରୁ ୭ ବର୍ଷ ବଡ଼ ଏବଂ ବାହାଘର ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ଫେସ୍ବୁକ ଜରିଆରେ ଶିଖରଙ୍କ ପ୍ରେମ ସମ୍ପର୍କ ଆୟେଶାଙ୍କ ସହ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶିଖର କିନ୍ତୁ ଜାଣି ନ ଥିଲେ ଯେ ଆୟେଶା ପୂର୍ବରୁ ବିବାହିତା ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି । ଯେତେବେଳେ ଶିଖର ତାଙ୍କୁ ନିଜର ଭଲ ପାଇବା କଥା କହିଲେ, ସେତେବେଳେ ଆୟେଶା ତାଙ୍କ ଅତୀତ କଥା ସବୁ କହିଥିଲେ। ଶିଖର ସବୁ କଥା ଶୁଣି ହସିକି କହିଲେ, ତ କ’ଣ ହେଲା? ମୋର ଏଥିରେ କିଛି ଅସୁବିଧା ନାହିଁ। ବିବାହ ପରେ ଧାଓ୍ବନ ଆୟେଶା ଏବଂ ତାଙ୍କ ଦୁଇ ଝିଅକୁ ଆପଣାଇ ନେଇଥିଲେ। ଏବେ ତାଙ୍କର ଏକ ପୁଅ ମଧ୍ୟ ଅଛି। ପେସାରେ ବକ୍ସର ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।


All Right Reserved By Dharitri.Com

Posted inଖେଳ View All

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ...

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ...

ହରଭଜନଙ୍କ ବୋଲିଂ ଶୈଳୀ କପି କଲେ କୋହଲି

ଇନ୍ଦୋର,୮।୧- ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଶୈଳୀ ଅନ୍ୟ ସ୍ପିନରଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏକଥା କ୍ରିକେଟ ପ୍ରଶଂସକଙ୍କୁ ଜଣା। ତାଙ୍କର...

୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରିହେବା ପରେ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ୮୩

ମେଲବୋର୍ନ,୨୦।୧୨(ପି.ଟି.)- ଆଇପିଏଲ-୧୩ ଲାଗି ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫ କୋଟି ଟଙ୍କା କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଛି। ଏହାର ଗୋଟିଏ...

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ...

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ...

ପଞ୍ଜାବ ଦଳରେ ସ୍ଥାନ ନ ମିଳିବାରୁ ଚଣ୍ଡିଗଡ଼ ପାଇଁ ଖେଳିବେ ବରିନ୍ଦର ସରନ

ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି...

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨...

Leave a comment

Your email address will not be published. Required fields are marked *