Posted inଜାତୀୟ

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ଘଟିଛି। ଏହି ଓଭରବ୍ରିଜ ତଳେ ସେମାନେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ପରେ ପୋଡି ମାରିଥିଲେ। ତେବେ ଶୁକ୍ରବାର ସକାଳୁ ଏନକାଉଣ୍ଟର ଖବର ଆସିବା ପରେ ସେହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମିଛି। ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଉକ୍ତ ସ୍ଥାନ। ମୋ ଝିଅକୁ ନ୍ୟାୟ ମିଳିଲା ବୋଲି କହିଛନ୍ତି ମୃତ ଡାକ୍ତରାଣୀଙ୍କ ପିତା। ସୂଚନାଯୋଗ୍ୟ, ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲା।


All Right Reserved By Dharitri.Com

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ...

ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା...

ଟାଇମ୍‌ ମାଗାଜିନ୍‌ ତାଲିକାରେ ସାମିଲ ହେଲା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୁଆଦିଲ୍ଲୀ,୨୮।୮: ସାଧାରଣତଃ ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ଗୁଜରାଟରେ ତିଆରି ହୋଇଥିବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ମଧ୍ୟ ଲୋକଙ୍କୁ ବେଶ୍‌...

ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରୁ ସୁରକ୍ଷା: ନିୟନ୍ତ୍ରଣ ରେଖାଠାରେ ନିର୍ମିତ ହେଉଛି ୩ ହଜାରରୁ ଅଧିକ ବଙ୍କର

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବଙ୍କର ନିର୍ମାଣ ଜାରି ରହିଛି। ରାଜୌରୀ ଜିଲାରେ ଭାରତ ସରକାରଙ୍କ ପକ୍ଷରୁ...

କୋକେରନାଗ୍‌ରେ ସର୍ଚ୍ଚ ଅପରେଶନ୍‌

ଶ୍ରୀନଗର,୨୮।୫: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲା କୋକେରନାଗ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ସ୍ଥାନୀୟ କଚଓ୍ବାନ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

ଆଣବିକ କ୍ଷେପଣାସ୍ତ୍ର ଘାଟି: ଭାରତ-ପାକିସ୍ତାନ ତାଲିକା ଦିଆନିଆ

ନୂଆଦିଲ୍ଲୀ,୨ା୧(ପି.ଟି.): ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନରେ କେତେ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି ତାହାର ଏକ ତାଲିକା ନୂଆଦିଲ୍ଲୀକୁ ପ୍ରଦାନ କରିଛି ଇସ୍‌ଲାମାବାଦ।...

ଓ୍ବାରିସ ପଠାନଙ୍କ ଉପରେ କଟକଣା ଲଗାଇଲେ ଓ୍ବାଇସି

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ) ନେତା ଓ୍ବାରିସ ପଠାନଙ୍କ ଉପରେ ଶୁକ୍ରବାର କଟକଣା ଲଗାଇଛନ୍ତି ଦଳର ସୁପ୍ରିମୋ ଅସାଦୁଦ୍ଦିନ ଓ୍ବାଇସି। ପଠାନ ଗଣମାଧ୍ୟମ ବା...

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୮।୯: ଜମ୍ମୁ-କଶ୍ମୀରର ସୁନ୍ଦରବନି ଓ ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟାରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର...

Leave a comment

Your email address will not be published. Required fields are marked *