Posted inଜାତୀୟ

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ ଆର୍‌ଜେଡି ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଛି। ଏହି ପର୍ଯ୍ୟାୟରେ ୨୦ ଆସନ ଲାଗି ଭୋଟଗ୍ରହଣ କରାଯିବ। ୧୮ଟି ଆସନରେ ସେହିଦିନ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବାକୁ ଥିବାବେଳେ ୨ ଆସନରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡ଼ିଛି। ୨୦ ଆସନରୁ ୧୬ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ଅଛି। ମୋଟ ୨୯ ମହିଳାଙ୍କ ସମେତ ୨୬୦ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ପୂର୍ବ ଜାମ୍‌ସେଦପୁର ଓ ପଶ୍ଚିମ ଜାମ୍‌ସେଦପୁର ଆସନରେ ୨୦ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ପୂର୍ବ ଜାମ୍‌ସେଦପୁର ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଇଦାନରେ ଅଛନ୍ତି। ଏହି ୨୦ ଆସନରେ ମାଓବାଦୀଙ୍କ ପ୍ରଭାବ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପର୍ଯ୍ୟାୟ ଭୋଟ ଶେଷ ହେବାପରେ ୨୩ରେ ଭୋଟ ଗଣତି ହେବ।


All Right Reserved By Dharitri.Com

ବିଗ୍‌ବସ୍‌ରେ ଭାଗ ନେବାକୁ ଚାହାଁନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ

ଲକ୍ଷ୍ନୌ,୧୭।୫: ଲୋକ ସଭା ନିର୍ବାଚନ ୨୦୧୯ ଅବସରରେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା...

ଅଶାନ୍ତ ପଶ୍ଚିମବଙ୍ଗ: ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ; ୩ ମୃତ

କୋଲକତା,୧୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନି। ଶନିବାର ମୁର୍ଶିଦାବାଦ୍‌ରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ କଂଗ୍ରେସ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତୃଣମୂଳ...

୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି

ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ...

ଆରେ ଗଛକଟା ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଆରେ ଜଙ୍ଗଲରେ ଗଛକଟା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗଛକଟା ବନ୍ଦ କରି ସ୍ଥିତାବସ୍ଥା ଜାରି ରଖିବା ଲାଗି ସର୍ବୋଚ୍ଚ ଅଦାଲତ ମୁମ୍ବାଇ...

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି।...

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

Leave a comment

Your email address will not be published. Required fields are marked *